Advertisment

ବିଲ୍‌କିସ ବାନୋ ମାମଲା, ୨୭ରେ ସୁପ୍ରିମକୋର୍ଟରେ ଶୁଣାଣି

୧୧ ଦୋଷୀଙ୍କ ଦଣ୍ଡକୁ କ୍ଷମା କରିଦିଆଯିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆବେଦନ ଦାଏର ହୋଇଥିଲା।

undefined

Supreme Court

Advertisment

୨୦୦୨ ଗୁଜରାଟ ଦଙ୍ଗା ବେଳେ ଗଣ ଦୁଷ୍କର୍ମର ଶିକାର ହୋଇଥିବା ବିଲ୍‌କିସ ବାନୋଙ୍କ ମାମଲା ଆସନ୍ତା ୨୭ ତାରିଖରେ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଗଣଦୁଷ୍କର୍ମ ଓ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା ମାମଲାରେ ୧୧ ଦୋଷୀଙ୍କ ଦଣ୍ଡକୁ କ୍ଷମା କରିଦିଆଯିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆବେଦନ ଦାଏର ହୋଇଥିଲା। ଆସନ୍ତା ୨୭ ତାରିଖରେ ୨୭ ତାରିଖରେ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଏଥିପାଇଁ ଜଷ୍ଟିସ କେ.ଏମ୍‌. ଜୋସେଫ୍‌ ଏବଂ ବି.ଭି. ନାଗରତ୍ନାଙ୍କୁ ନେଇ ନୂଆ ଖଣ୍ଡପୀଠ ଗଠନ କରାଯାଇଛି। ୧୧ ଜଣଙ୍କୁ କ୍ଷମା ନିଷ୍ପତ୍ତି ବିରୋଧରେ ବିଭିନ୍ନ ଦଳ ଓ ନାଗରିକ ଅଧିକାର କର୍ମୀ ପିଟିଶନ ଦାଏର କରିଥିବାବେଳେ ବିଲ୍‌କିସ୍‌ଙ୍କ ପକ୍ଷରୁ ରିଟ୍‌ ପିଟିଶନ ଦାଏର ହୋଇଥିଲା। ଏହାର ଜରୁରୀ ଶୁଣାଣି ପାଇଁ ନୂଆ ଖଣ୍ଡପୀଠ ଗଠନ କରିବାକୁ ଗତ ୨୨ ତାରିଖରେ ସିଜେଆଇ ଡି.ୱାଇ. ଚନ୍ଦ୍ରଚୂଡ଼ ରାଜି ହୋଇଥିଲେ।

Advertisment

ଆବେଦନ ଗୁଡ଼ିକର ଶୁଣାଣି ପାଇଁ ଜାନୁୟାରୀ ୪ରେ ଜଷ୍ଟିସ ଅଜୟ ରସ୍ତୋଗୀ ଏବଂ ବେଲା ଏମ୍‌. ତ୍ରିବେଦୀଙ୍କୁ ନେଇ ଖଣ୍ଡପୀଠ ଗଠିତ ହୋଇଥିଲା। ତେବେ ଜଷ୍ଟିସ୍‌ ତ୍ରିବେଦୀ କୌଣସି କାରଣ ନ ଦର୍ଶାଇ ଶୁଣାଣିରୁ ଓହରିଯିବା ପରେ ନୂଆ ଖଣ୍ଡପୀଠ ଗଠନ ଆବଶ୍ୟକ ହୋଇପଡ଼ିଥିଲା। ଏହି ମାମଲାରେ ଆଜୀବନ ଜେଲଦଣ୍ଡ ଭୋଗୁଥିବା ୧୧ ଅପରାଧୀଙ୍କୁ ଗତବର୍ଷ ଅଗଷ୍ଟ ୧୫ରେ ଗୁଜରାଟ ସରକାର କ୍ଷମା ପ୍ରଦାନ କରି ସେମାନଙ୍କୁ ଜେଲରୁ ମୁକ୍ତ କରିଦେଇଥିଲେ। ନଭେମ୍ବର ୩୦ରେ ବାନୋ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହା ବ୍ୟତୀତ ୨୦୨୨ ମେ’ ୧୩ରେ ସୁପ୍ରିମକୋର୍ଟ ଦେଇଥିବା ଏକ ରାୟର ସମୀକ୍ଷା ଲାଗି ବିଲ୍‌କିସ୍‌ ଅନ୍ୟ ଏକ ପିଟିଶନରେ ନିବେଦନ କରିଥିଲେ।

ସୂଚନା ଯୋଗ୍ୟ ଯେ, ୨୦୦୨ ଗୋଧ୍ରା ଟ୍ରେନ ପୋଡ଼ି ପରେ ଗୁଜରାଟରେ ଦଙ୍ଗା ହୋଇଥିଲା। ଏହି ସମୟରେ ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ କରିବା ଏବଂ ତାଙ୍କର ୩ ବର୍ଷର ଝିଅ ଓ ୭ ଜଣ ସମ୍ପର୍କୀୟଙ୍କ ସହ ୧୩ ଜଣଙ୍କୁ ହତ୍ୟା କରିବା ଅଭିଯୋଗରେ ୧୧ ଜଣ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨୦୦୮ ଜାନୁଆରିରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଉକ୍ତ ଦୋଷୀମାନଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ। ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମାମଲା ଅହମ୍ମଦାବାଦ ରୁ ବମ୍ବେ ହାଇକୋର୍ଟକୁ ସ୍ଥାନାନ୍ତର ହୋଇଥିଲା।

Advertisment
Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe