Advertisment

ଜମ୍ମୁକଶ୍ମୀରରେ ମୁଣ୍ଡ ଟେକୁଥିଲା ନୂଆ ଆତଙ୍କୀ ସଙ୍ଗଠନ, ପର୍ଦ୍ଦାଫାଶ କଲା ସେନା

ଏହି ସଙ୍ଗଠନ ନିଷିଦ୍ଦ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଇବାର ଅଂଶ ବୋଲି କୁହାଯାଉଛି।

author-image
Madhupriya Mistry
Terrorist Group

Terrorist Group

ସେନାକୁ ମିଳିଲା ବଡ଼ ସଫଳତା। ଜମ୍ମୁକଶ୍ମୀର ମୁଣ୍ଡ ଟେକୁଥିଲା ନୂଆ ଆତଙ୍କବାଦୀ ସଙ୍ଗଠନ। ତେବେ ମଙ୍ଗଳବାର ଏହାକୁ ପର୍ଦ୍ଦାଫାଶ କରିଛି ସୁରକ୍ଷା ବାହିନୀ। ଏହି ସଙ୍ଗଠନ ନିଷିଦ୍ଦ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଇବାର ଅଂଶ ବୋଲି ଅନୁମାନ କରାଯାଉଛି।

Advertisment

ମଙ୍ଗଳବାର କାଉଣ୍ଟର-ଇଣ୍ଟେଲିଜେନ୍ସ କଶ୍ମୀର ଏକ ବଡ଼ ଅପରେସନ୍ ଆରମ୍ଭ କରିଥିଲେ। ଏହି ଅପରେସନ୍‌ ଜରିଆରେ ଶ୍ରୀନଗର, ଗାନ୍ଦେରବାଲ୍‌, ବାନ୍ଦିପୋରା, କୁଲଗାମ, ବୁଦଗାମ, ଅନନ୍ତନାଗ, ଏବଂ ପୁଲୱାମା ସମେତ ଏକାଧିକ ଜିଲ୍ଲାରେ ସୁରକ୍ଷାବାହିନୀ ପକ୍ଷରୁ ଚଢ଼ାଉ କରାଯାଇଥିଲା।

ଏହି ଅପରେସନ୍‌ ସମୟରେ ନୂଆ କରି ଗଠନ ହୋଇଥିବା ଆତଙ୍କବାଦୀ ସଙ୍ଗଠନ 'ତେହେରିକ୍ ଲାବାଇକ୍ ୟା ମୁସଲିମ୍'ର ନିଯୁକ୍ତି ମଡ୍ୟୁଲ୍‌କୁ ସିଆଇକେ ପର୍ଦ୍ଦାଫାଶ କରିଛି। ଏହି ସଙ୍ଗଠନ ନିଷିଦ୍ଦ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଇବାର ଅଂଶ ବୋଲି ଅନୁମାନ କରାଯାଉଛି।

Advertisment

ଏହି ଆତଙ୍କୀ ସଙ୍ଗଠନ କୁ 'ବାବା ହମାସ୍' ନାମକ ଜଣେ ପାକିସ୍ତାନୀ ଆତଙ୍କବାଦୀ ପରିଚାଳନା କରୁଥିବା ଜଣାପଡିଛି। ଏବେ ବି ସଂପୃକ୍ତ ଅଞ୍ଚଳରେ ଚଢ଼ାଉ ଜାରି ରହିଛି ଏବଂ ଅଧିକ ବିବରଣୀ ପାଇଁ ଅପେକ୍ଷା କରାଯାଇଛି ବୋଲି ଜମ୍ମୁକଶ୍ମୀର ପୁଲିସ କହିଛି।

Jammu Kashmir Indian Army Terrorist Group