Advertisment

ଦେଶର ସବୁ ନାଗରିକଙ୍କୁ ମିଳିବ ପେନସନ! ସରକାର ଆଣୁଛନ୍ତି ନୂଆ ଯୋଜନା

ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ପେନସନର କୌଣସି ବ୍ୟବସ୍ଥା ନାହିଁ। ଶ୍ରମିକମାନେ ବୟସର ଅପରାହ୍ନରେ ପହଞ୍ଚି ମଧ୍ୟ ନିଜର ଗୁଜୁରାଣ ମେଣ୍ଟାଇବାକୁ ସବୁଦିନ କାମ କରୁଛନ୍ତି।

Pension

Pension

Advertisment

ବୟସର ଗୋଟିଏ ସମୟରେ ପହଞ୍ଚିବା ପରେ ସମସ୍ତେ ଆରାମ ଜୀବନ ଚାହାନ୍ତି। କିନ୍ତୁ ସମସ୍ତଙ୍କୁ ଆରାମ ଜୀବନ ମିଳେ ନାହିଁ। କାରଣ ସେମାନଙ୍କୁ ଜୀବନର ଗାଡ଼ି ଆଗକୁ ନେବା ପାଇଁ କାମ କରିବାକୁ ପଡ଼େ। ଦୈନିକ କାମ କରି ପରିବାର ଚଳାଇବାକୁ ହୋଇଥାଏ। କାରଣ ଏବେ ଯାଏ କେବଳ ସରକାରୀ ଓ ଘରୋଇ ଚାକିରିଆମାନଙ୍କୁ ପେନସନ ମିଳୁଛି। ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ପେନସନର କୌଣସି ବ୍ୟବସ୍ଥା ନାହିଁ। ଶ୍ରମିକମାନେ ବୟସର ଅପରାହ୍ନରେ ପହଞ୍ଚି ମଧ୍ୟ ନିଜର ଗୁଜୁରାଣ ମେଣ୍ଟାଇବାକୁ ସବୁଦିନ କାମ କରୁଛନ୍ତି। କାରଣ ସେମାନଙ୍କ ପାଇଁ ପେନସନର କୌଣସି ବ୍ୟବସ୍ଥା ନାହିଁ।

Advertisment

କିନ୍ତୁ ଏବେ ସରକାର ଦେଶର ସବୁ ନାଗରିକଙ୍କ ପାଇଁ ପେନସନ ବ୍ୟବସ୍ଥା କରିବାକୁ ଯୋଜନା କରୁଛନ୍ତି। ସରକାର ଖୁବଶୀଘ୍ର ସାମୂହିକ ପେନସନ ସ୍କିମ ଆଣିବାକୁ ଯାଉଥିବା ରିପୋର୍ଟ ପ୍ରକାଶ ପାଇଛି। ଏହି ସ୍କିମ ଅଧୀନରେ ଦେଶର ସବୁ ନାଗରିକଙ୍କୁ ପେନସନର ଫାଇଦା ମିଳି ପାରିବ। ବର୍ତ୍ତମାନ ପ୍ରଚଳିତ ପେନସନ ଯୋଜନାକୁ ଏହା ସହ ମିଶାଇ ଦେଇ ପାରନ୍ତି। ବାର୍ଦ୍ଧ୍ୟକ ସମୟରେ ଦେଶର ସବୁ ଲୋକଙ୍କ ଆର୍ଥିକ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ସରକାର ଏପରି ବ୍ୟବସ୍ଥା କରୁଛନ୍ତି।

ଇକୋନୋମିକ ଟାଇମ୍ସର ରିପୋର୍ଟ ଅନୁସାରେ, ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଏହି ସ୍କିମ ଆଣିବାକୁ ଯୋଜନା କରୁଛି। ଜଣେ ଅଧିକାରୀ କହିଛନ୍ତି, ସାମୂହିକ ପେନସନ ସ୍କିମ ସଂପୂର୍ଣ୍ଣ ଭାବେ ସ୍ୱେଚ୍ଛାକୃତ ଓ ଅଂଶଦାୟୀ ରହିବ। ଅର୍ଥାତ ଜଣେ ନିଜେ ଇଚ୍ଛାରେ ଆର୍ଥିକ ଯୋଗଦାନ କରିପାରିବେ। ଏହା କୌଣସି ଚାକିରି ସହ ଯୋଡ଼ି ହୋଇ ରହିବ ନାହିଁ। ଯେକୌଣସି ଲୋକ ସ୍କିମ ଜରିଆରେ ଆର୍ଥିକ ଯୋଗଦାନ କରି ପେନସନ ବ୍ୟବସ୍ଥାର ଲାଭ ଉଠାଇ ପାରିବେ।

Advertisment

ସ୍କିମକୁ ଇପିଏଫଓ ଜରିଆରେ ଆଣିବାକୁ ଯୋଜନା

କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି(ଇପିଏଫଓ) ଏହି ଯୋଜନାକୁ ନେଇ ସ୍ୱତନ୍ତ୍ର ଭାବେ ଯୋଜନା ପ୍ରସ୍ତୁତ କରୁଛି। ଗୋଟିଏ ଥର ଯୋଜନାର ଫର୍ମାଟ ପ୍ରସ୍ତୁତ ହୋଇଗଲେ ସରକାର ଏହାକୁ ଲାଗୁ କରିବା ପାଇଁ ସବୁ ଅଧିକୃତ ପକ୍ଷଙ୍କ ସହ ଆଲୋଚନା କରିବେ। ସରକାରଙ୍କ ପକ୍ଷରୁ ଏହି ସ୍କିମକୁ ଇପିଏଫଓ ଜରିଆରେ ଆଣିବାକୁ ଲକ୍ଷ୍ୟ ରଖା ଯାଇଛି।

କେଉଁମାନଙ୍କୁ ମିଳିବ ଫାଇଦା?

ସରକାରଙ୍କ ପକ୍ଷରୁ ପ୍ରଚଳିତ ପେନସନ ସ୍କିମରୁ ବାଦ ପଡ଼ିଥିବା ସବୁ ଲୋକଙ୍କୁ ସାମୂହିକ ପେନସନ ଯୋଜନା ଅଧୀନରେ ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ବିଶେଷ କରି ଅଣ ସଂଗଠିତ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ, ଛୋଟ ଛୋଟ ବ୍ୟବସାୟୀ, ସ୍ୱରୋଜଗାର କରୁଥିବା ଲୋକ ଓ ୬୦ ବର୍ଷ ପରେ ପେନସନ ଆବଶ୍ୟକ କରୁଥିବା ୧୮ ବର୍ଷରୁ ଅଧିକ ବୟସ୍କ ସମସ୍ତ ନାଗରିକଙ୍କୁ ଏହି ଯୋଜନାର ଫାଇଦା ମିଳିପାରିବ। ନୂଆ ପେନସନ ଯୋଜନା ପ୍ରତି ଲୋକଙ୍କୁ ଆକର୍ଷିତ କରିବା ପାଇଁ ସରକାର ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା କିଛି ସ୍କିମକୁ ଏଥିରେ ସାମିଲ କରିପାରନ୍ତି। ଏହାଦ୍ୱାରା ଲୋକଙ୍କୁ ଅଧିକ ଫାଇଦା ମିଳିବ ଓ ସରକାରଙ୍କୁ ମଧ୍ୟ ଯୋଜନାକୁ କାର୍ଯ୍ୟକାରୀ କରିବାରେ ସହଜ ହେବ।

ଏହି ସବୁ ଯୋଜନାକୁ ମିଶ୍ରଣ କରିବାକୁ ଯୋଜନା

ଏବେ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା(ପିଏମ-ଏସୱାଇଏମ) ଓ ନ୍ୟାଶନାଲ ପେନସନ ସ୍କିମ ଫର ଟ୍ରେଡର୍ସ ଆଣ୍ଡ ସେଲଫ ଏମ୍ପଲୟଡ(ଏନପିଏସ୍‌-ଟ୍ରେଡର୍ସ) ଜରିଆରେ ୬୦ ବର୍ଷ ବୟସ ପରେ ୩ ହଜାର ଟଙ୍କାର ପେନସନ ବ୍ୟବସ୍ଥା ରହିଛି। ଏଥିପାଇଁ ମାସକୁ ୫୫ରୁ ୨୦୦ ଟଙ୍କା ଯାଏ ନିବେଶ କରିବାକୁ ପଡ଼ିବ। ବୟସ ଅନୁସାରେ ମାସିକ ଯୋଗଦାନ ନିର୍ଦ୍ଧାରିତ ହୋଇଥାଏ। ଆପଣ ଯେତେ ଟଙ୍କା ନିବେଶ କରିବେ, ସେହି ଅନୁସାରେ ସରକାର ମଧ୍ୟ ଯୋଗଦାନ ଦେବେ। ୬୦ ବର୍ଷ ହେବା ପରେ ଜଣଙ୍କୁ ପେନସନର ଲାଭ ମିଳିପାରିବ। ଏହି ଯୋଜନାକୁ ସାମୂହିକ ପେନସନ ସ୍କିମରେ ସରକାର ମିଶାଇ ପାରନ୍ତି।

ଅଣ ସଂଗଠିତ କର୍ମଚାରୀଙ୍କ ପାଇଁ ସରକାର ଅଟଳ ପେନସନ ଯୋଜନା ମଧ୍ୟ କାର୍ଯ୍ୟକାରୀ କରୁଛନ୍ତି। ନିବେଶକାରୀ ୬୦ ବର୍ଷ ଅତିକ୍ରମ କରିବା ପରେ ତାଙ୍କୁ ମାସିକ ୧ ହଜାରରୁ ୧୫ଶହ ଟଙ୍କା ପେନସନ ଆକାରରେ ମିଳିବ। ସେହିପରି ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରଧାନମନ୍ତ୍ରୀ କିଷାନ ମନଧନ ଯୋଜନା ରହିଛି। ନିବେଶକାରୀ ଚାଷୀଙ୍କ ବୟସ ୬୦ ପାର କରିବା ପରେ ସେମାନଙ୍କୁ ସରକାର ମାସିକ ୩ ହଜାର ଟଙ୍କା ଲେଖାଏ ପେନସନ ଦେବାର ପ୍ରାବଧାନ କରିଛନ୍ତି। 

Pension Pension Act Government Employee
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe