Advertisment

ନବଜାତକକୁ ଖରାରେ ଶୁଆଇଥିଲେ, ଚାଲିଗଲା ଜୀବନ

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି। ଡାକ୍ତରଙ୍କ ଭୁଲ ପରାମର୍ଶ ଓ ଅବହେଲା ଯୋଗୁ ନିଷ୍ପାପ ଶିଶୁର ଜୀବନ ଚାଲି ଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

UP

UP

Advertisment

ସୂର୍ଯ୍ୟଙ୍କ ପ୍ରଖର କିରଣ ଯୋଗୁ ଚାଲି ଯାଇଛି ଜଣେ ନବଜାତ ଶିଶୁ କନ୍ୟାର ଜୀବନ। ୫ ଦିନ ତଳେ ଜନ୍ମ ହୋଇଥିବା ଶିଶୁ କନ୍ୟାକୁ ଡାକ୍ତରଙ୍କ ପରାମର୍ଶକ୍ରମେ ତା’ର ବାପା ମା’ ଖରାରେ ଶୁଆଇ ଦେଇଥିଲେ। ହେଲେ ୩୦ ମିନିଟ ସିଧା ସଳଖ ଖରାରରେ ଶିଶୁଟି ରହିବାରୁ ତା’ର ମୃତ୍ୟୁ ଘଟିଛି। ଏପରି ଅଭିଯୋଗ ଉତ୍ତର ପ୍ରଦେଶର ମୈନପୁରୀ ଅଞ୍ଚଳରୁ ଆସିଛି।

Advertisment

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି। ଡାକ୍ତରଙ୍କ ଭୁଲ ପରାମର୍ଶ ଓ ଅବହେଲା ଯୋଗୁ ନିଷ୍ପାପ ଶିଶୁର ଜୀବନ ଚାଲି ଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ମୈନପୁରୀ ମୁଖ୍ୟ ମେଡିକାଲ ଅଧିକାରୀ ଡାକ୍ତର ଆରସି ଗୁପ୍ତା କହିଛନ୍ତି ଯେ ରାଧା ରମଣ ରୋଡରେ ରହିଥିବା ଶ୍ରୀ ସାଇ ହସ୍ପିଟାଲରେ ପୂରା ଘଟଣା ଘଟିଛି। ୫ ଦିନ ତଳେ ହସ୍ପିଟାଲରେ ସି-ସେକସନର ଭୁଗାଇ ଗାଁର ରୀତା ଦେବି କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।

Advertisment

ବୁଧବାର ଅର୍ଥାତ ମେ’ ୧୫ ତାରିଖରେ ଶିଶୁ କନ୍ୟାର କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇଥିଲା। ଏହାପରେ ଜଣେ ଡାକ୍ତର ଯାଞ୍ଚ କରି ପରିବାର ଲୋକଙ୍କୁ ଅଜବ ପରାମର୍ଶ ଦେଇଥିଲେ। ଶିଶୁକନ୍ୟାକୁ ୩୦ ମିନିଟ ସିଧା ସୂର୍ଯ୍ୟଙ୍କ କିରଣରେ ରଖି ଦେବାକୁ ଡାକ୍ତର ଜଣଙ୍କ ପରିବାର ଲୋକଙ୍କୁ କହିଥିଲେ।

ଡାକ୍ତରଙ୍କ ପରାମର୍ଶକୁ ଗ୍ରହଣ କରି ପରିବାର ଲୋକ ନବଜାତକକୁ ଦିନ ପ୍ରାୟ ୧୧.୧୦ରେ ହସ୍ପିଟାଲର ଛାତକୁ ନେଇ ଯାଇଥିଲେ। ସେଠାରେ ତାକୁ ୩୦ ମିନିଟ କାଳ ରଖିଥିଲେ। ୩୦ ମିନିଟ ପରେ ସେମାନେ ପିଲାଟିକୁ ତଳକୁ ଆଣିଥିଲେ। ହେଲେ କିଛି ସମୟରେ ନବଜାତକର ମୃତ୍ୟୁ ଘଟିଥିଲା।

ମେଡିକାଲ ବିଶେଷଜ୍ଞଙ୍କ କହିବା କଥା ନେଓନାଟାଲ ଜଣ୍ଡିସ ପାଇଁ ସୂର୍ଯ୍ୟଙ୍କ କିରଣ ଜରୁରୀ। କିନ୍ତୁ ଏହି ପ୍ରକ୍ରିୟାକୁ ବେଶ ସତର୍କତାର ସହ କରିବାକୁ ପଡ଼ିଥାଏ। ବିଶେଷ କରି ଏବେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ବେଳେ ଆହୁରି ସତର୍କତା ଜରୁରୀ। ଯାଞ୍ଚରୁ ଜଣାପଡ଼ିଛି ଯେ ହିଟ ଷ୍ଟ୍ରୋକ ଯୋଗୁ ଶିଶୁକନ୍ୟାର ମୃତ୍ୟୁ ହୋଇଛି।

ଘଟଣା ପରେ ଖରାରେ ରଖିବାକୁ ପରାମର୍ଶ ଦେଇଥିବା ଡାକ୍ତର ଜଣଙ୍କ ହସ୍ପିଟାଲରୁ ଫେରାର ହୋଇଯାଇଛନ୍ତି। ସେହିପରି ରୀତା ଦେବୀଙ୍କୁ ବଳପୂର୍ବକ ହସ୍ପିଟାଲରୁ ଡିସଚାର୍ଜ ମଧ୍ୟ କରି ଦିଆଯାଇଛି। ଏବେ ଘଟଣାର ତଦନ୍ତ ଚାଲିଛି ଓ ଏହାପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡାକ୍ତର ଗୁପ୍ତା ସୂଚନା ଦେଇଛନ୍ତି।

Uttar Pradesh Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe