Advertisment

Stray Dogs: ଶୀତୁଆ ଅନ୍ଧାରରେ ପରିତ୍ୟକ୍ତ ନବଜାତର ରକ୍ଷାକବଚ ସାଜିଲେ ବୁଲା କୁକୁର

ସେମାନେ ନବଜାତର ଚାରିପାଖରେ ରକ୍ଷା କବଚ ଭଳି ଶୀତ ରାତିରେ ଘେରାବନ୍ଦୀ କରିଥିଲେ। ସେମାନେ ଭୋକୁ ନଥିଲେ କିମ୍ବା କେଉଁ ଆଡ଼େ ଯାଉ ନଥିଲେ। ସୂର୍ଯ୍ୟ ଉଦୟ ହେବା ଯାଏ ସେମାନେ ସେମିତି ନବଜାତକୁ ଜଗି ରହିଥିଲେ।

AI1

ଏଆଇ ଫଟୋ

Advertisment

ଶୀତୁଆ ଅନ୍ଧାର। ଭୋର ହେବାକୁ ଆଉ କିଛି ଘଣ୍ଟା ବାକି ଥାଏ। ହାଡ଼ଭଙ୍ଗା ଶୀତର ଅନ୍ଧାରରେ ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର ଗୋଟିଏ ସହରରେ ସମସ୍ତେ ନିଘୋଡ଼ ନିଦରେ ଶୋଇଥାଆନ୍ତି। ଏତିକି ବେଳେ ଜଣେ ନବଜାତଙ୍କୁ କେହି ରେଳବାଇ କର୍ମଚାରୀଙ୍କ କଲୋନୀର ଗୋଟିଏ ବାଥରୁମ ବାହାରେ ପରିତ୍ୟକ୍ତ ଅବସ୍ଥାରେ ଛାଡ଼ି ଦେଇ ଫେରାର ହୋଇଯାଇଥିଲା। 

Advertisment

ନବଜାତ ଜଣକ ମାତ୍ର କିଛି ଘଣ୍ଟା ପୂର୍ବରୁ ଦୁନିଆକୁ ଆସିଥିଲା। ତା’ ଦେହରେ ଜନ୍ମ ହେବା ବେଳର ରକ୍ତ ଲାଗିଥିଲା। ଦେହରେ କପଡ଼ା ନଥିଲା। କେହି ତା’ ପାଖରେ କେହି ନଥିଲେ। ତଥାପି ଛୁଆଟି ସଂପୂର୍ଣ୍ଣ ଭାବେ ଏକା ନଥିଲା। ପରିତ୍ୟକ୍ତ ନବଜାତ ସହ ଯାହା ବି ଘଟିଛି, ତା’ହା ନିଶ୍ଚିତ ଭାବେ କଳ୍ପନା ବାହାରେ। ବିଶ୍ୱାସ କରିବା ସହଜ ହେଉ ନଥିଲେ ମଧ୍ୟ ଛୁଆଟିର ରକ୍ଷା କବଚ ସାଜିଥିଲେ କିଛି ବୁଲା କୁକୁର।

ଏମାନେ ସେହି ବୁଲା କୁକୁର ଯେଉଁମାନଙ୍କୁ ଲୋକମାନେ ପ୍ରତିଦିନ ମାରଧର କରନ୍ତି। ଅନେକ ସମୟରେ ବୁଲା କୁକରମାନେ ନବଜାତଙ୍କୁ ଝୁଣି ମଧ୍ୟ ଦିଅନ୍ତି। ହେଲେ ନଦିଆ ଜିଲ୍ଲାର ରିଭର ଟାଉନରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଏକାଧିକ ବୁଲା କୁକୁର( Stray Dogs) ନବଜାତକୁ ପରିତ୍ୟକ୍ତ ଅବସ୍ଥାରେ ପାଇ କୌଣସି କ୍ଷତି କରି ନାହାନ୍ତି।

Advertisment

ସେମାନେ ନବଜାତର ଚାରିପାଖରେ ରକ୍ଷା କବଚ ଭଳି ଶୀତ ରାତିରେ ଘେରାବନ୍ଦୀ କରିଥିଲେ। ସେମାନେ ଭୋକୁ ନଥିଲେ କିମ୍ବା କେଉଁ ଆଡ଼େ ଯାଉ ନଥିଲେ। ସୂର୍ଯ୍ୟ ଉଦୟ ହେବା ଯାଏ ସେମାନେ ସେମିତି ନବଜାତକୁ ଜଗି ରହିଥିଲେ। 

ସ୍ଥାନୀୟ ଲୋକଙ୍କ କହିବା କଥା ଯେ କୁକୁରମାନେ ରାତି ତମାମ ନବଜାତ ପାଖକୁ କାହାକୁ ବା କୌଣସି ଜିନିଷ ଆସିବାକୁ ଦେଇ ନଥିଲେ। କେବଳ ସକାଳର ପ୍ରଥମ କିରଣକୁ ସେମାନେ ଛୁଆଟି ଉପରେ ପଡ଼ିବାକୁ ଦେଇଥିଲେ। 

ପିଲାଟିକୁ ପ୍ରଥମେ ଏପରି ଅବସ୍ଥାରେ ଦେଖିଥିବା ସୁକଳା ମଣ୍ଡଳ କହିଛନ୍ତି, “ନିଦରୁ ଉଠିବା ପରେ ମୁଁ ଦେଖିଥିବା ଦୃଶ୍ୟକୁ ଭାବିଲା ବେଳକୁ ଲୋମ ଟାଙ୍କୁରି ଉଠୁଛି। କୁକୁରମାନେ ଆଦୌ ଆକ୍ରମଣାତ୍ମକ ନଥିଲେ। ସେମାନେ ପୂରା ଚାତକ ଭଳି ଚାହିଁ ରହିଥିଲେ। ପିଲାଟି ଜୀବନ ସହ ସଂଘର୍ଷ କରୁଥିବା ସେମାନେ ସମ୍ଭବତଃ ବୁଝି ପାରୁଥିଲେ।” 

ସୁଭାଷ ପଲ ନାମକ ଆଉ ଜଣେ ବ୍ୟକ୍ତି ଭୋର ସମୟରେ ଛୁଆଟିର କାନ୍ଦ ଶୁଣିବା ଘଟଣାକୁ ମନେ ପକାଇଛନ୍ତି। ସେ କହିଛନ୍ତି, “କାନ୍ଦୁ ଶୁଣି କୌଣସି ପରିବାରରେ ଥିବା ପିଲାର ଦେହ ଖରାପ ବୋଲି ଭାବିଥିଲି। ହେଲେ ଜଣେ ନବଜାତ ଶୀତୁଆ ରାତିରେ ଏପରି ପରିତ୍ୟକ୍ତ ଅବସ୍ଥାରେ ରାସ୍ତାରେ ପଡ଼ିଥିବା କେବେ କଳ୍ପନା ମଧ୍ୟ କରି ନଥିଲେ। କୁକୁରମାନେ ତା’କୁ ଜଗି ରହିଥିଲେ। ସେମାନେ ପ୍ରହରୀଙ୍କ ଭଳି ଆଚରଣ ପ୍ରଦର୍ଶନ କରୁଥିଲେ।” 

ସୁକଳା ପିଲାଟି ପାଖକୁ ଯିବା ପରେ ହିଁ କୁକୁରମାନେ ନିଜର ଘେରାବନ୍ଦୀକୁ ଭାଙ୍ଗିଥିଲେ। ଏହାପରେ ନିଜର ଓଢ଼ଣୀରେ ପିଲାଟିକୁ ଘୋଡ଼ାଇ ଦେବା ସହ ସହଯୋଗ ପାଇଁ ପଡ଼ୋଶୀମାନଙ୍କୁ ଡାକ ପକାଇଥିଲେ। ପ୍ରଥମେ ନବଜାତକୁ ମହେଶଗଞ୍ଜ ହସ୍ପିଟାଲକୁ ନିଆଯାଇଥିଲା। ସେଠାରୁ ଅଧିକ ଚିକିତ୍ସା ପାଇଁ ପିଲାଟିକୁ କ୍ରିଷ୍ଣନଗର ସଦର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। 

ଡାକ୍ତରମାନେ କହିଛନ୍ତି ଯେ ପିଲାଟି ଦେହରେ କୌଣସି କ୍ଷତ ଚିହ୍ନ ନାହିଁ। ପିଲାଟିର ମୁଣ୍ଡରେ ଲାଗିଥିବା ରକ୍ତ ସମ୍ଭବତଃ ଜନ୍ମ ହେବା ବେଳର। ଜନ୍ମ ହେବା ମାତ୍ରେ କେହି ପିଲାଟିକୁ ଶୀତୁଆ ରାତିରେ ଏକାକୀ ଛାଡ଼ି ଚାଲି ଯାଇଛି।

ପୁଲିସ୍‌ ସନ୍ଦେହ କରୁଛି ଯେ ସ୍ଥାନୀୟ ଅଞ୍ଚଳର କେହି ଜଣେ ଶୀତୁଆ ରାତିରେ ଏପରି କାଣ୍ଡ ଘଟାଇଛି। ନବଦ୍ୱୀପ ପୁଲିସ ଓ ଶିଶୁ ସୁରକ୍ଷା ଅଧିକାରୀମାନେ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି ଉଦ୍ଧାର ହୋଇଥିବା ପିଲାର ଚିକିତ୍ସା କଥା ମଧ୍ୟ ବୁଝୁଛନ୍ତି। 

Stray Dogs
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe