/odisha-reporter/media/post_attachments/uploadimage/library/16_9/16_9_0/IMAGE_1713511200.jpg)
Newly Bride
ଦେହରେ ନାଲି ଲେହେଙ୍ଗା । ମୁଣ୍ଡରେ ଓଢ଼ଣୀ। ହାତରେ, ବେକରେ ଓ ମଥାରେ ରହିଛି ଭଳିକି ଭଳି ଗହଣା। ଏପରି ବେଶରେ ବିବାହ ବେଦୀରୁ ଭୋଟ ଦେବାକୁ ସକାଳୁ ପହଞ୍ଚିଛନ୍ତି ଜଣେ ନବବଧୂ। ଆଉ ନିଜ ଭୋଟ ଦେବା ଅଧିକାରକୁ ସେ ହାତ ଛଡ଼ା କରିବାକୁ ଚାହୁଁ ନ ଥିବାରୁ ଭୋଟ ଦେବାକୁ ଦୌଡ଼ି ଆସିଥିବା କହିଛନ୍ତି। ଭୋଟ ଦେଇ ଯିବା ପରେ ବାପଘରୁ ବିଦା ହେବେ ବୋଲି ବି କହିଛନ୍ତି ।
ଉତ୍ତରପ୍ରଦେଶ ମୁଜାଫରନଗରରେ ଏପରି କିଛି ରୋଚକ ଘଟଣା ଦେଖିବାକୁ ମିଳିଛି। ମତଦାନ କେନ୍ଦ୍ରରେ କନିଅ ବେଶରେ ଆଜି ସକାଳୁ ପହଞ୍ଚି ଯାଇଥିଲେ ଦୀପା ନାମ୍ନୀ ନବ ବିବାହିତା।
ଗତ ରାତିରେ ବିବାହ ବନ୍ଧନରେ ବାନ୍ଧି ହୋଇ ନୂଆ ସଂସାରରେ ପାଦ ଥାପିଛନ୍ତି ଦୀପା। ମାତ୍ର ନୂଆ ସଂସାର ସାଙ୍ଗକୁ ନୂଆ ସରକାର ଗଠନରେ ବି ନିଜ ଯୋଗଦାନକୁ ସେ ଭୁଲି ଯାଇ ନାହାନ୍ତି। ଆଉ ଆଜି ସକାଳୁ ଭୋଟ କେନ୍ଦ୍ରରେ ପହଞ୍ଚି ହସ ହସ ମୁହଁରେ ସେ ନିଜ ନେତା ବାଛିଛନ୍ତି।
ଏନେଇ ଦୀପା କହିଛନ୍ତି, ନିର୍ବାଚନ ବେଳେ ଭୋଟ ଦେବା ଆମ ସମସ୍ତଙ୍କ ପ୍ରାଥମିକ କର୍ତ୍ତବ୍ୟ । ତେଣୁ ମୁଁ ବି ଜଣେ ଭୋଟର ହିସାବରେ ଭୋଟ ଦେବାକୁ ଆସିଛି। ଏଠାରୁ ଘରକୁ ଗଲେ ମୁଁ ବିଦା ହେବି।
ଆଜି ସମଗ୍ର ଦେଶର ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ୍.ରଙ୍ଗାସ୍ୱାମୀ ବାଇକ୍ ଚଲାଇ ଯାଇ ଭୋଟ୍ ଦେଇଛନ୍ତି। ତାଙ୍କ ଏକ ପୁରୁଣା YAMAHA RX 100 ବାଇକ୍ ରହିଛି, ଯାହା ତାଙ୍କର ଲକି ଚ୍ରାମସ୍। ସବୁବେଳେ ନିର୍ବାଚନ ବେଳେ ଏହି ବାଇକ୍ କୁ ସେ ବ୍ୟବହାର କରିଥାନ୍ତି। ଆଜି ବି ନିଜର ସେହି ପୁରୁଣା ଅନ୍ଦାଜ୍ ରେ ବାଇକ୍ ଚଲାଇ ଭୋଟ୍ ଦେବାକୁ ସେ ଯାଇଛନ୍ତି।
ଆଜି ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ମତଦାନ ହେଉଛି। ତେଣୁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୋଚକ ଘଟଣା ଦେଖିବାକୁ ମିଳିଛି। ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ୍.ରଙ୍ଗାସ୍ୱାମୀ ବାଇକ୍ ଚଲାଇ ଯାଇ ଭୋଟ୍ ଦେଇଛନ୍ତି। ତାଙ୍କ ଏକ ପୁରୁଣା YAMAHA RX 100 ବାଇକ୍ ରହିଛି, ଯାହା ତାଙ୍କର ଲକି ଚ୍ରାମସ୍। ସବୁବେଳେ ନିର୍ବାଚନ ବେଳେ ଏହି ବାଇକ୍ କୁ ସେ ବ୍ୟବହାର କରିଥାନ୍ତି। ଆଜି ବି ନିଜର ସେହି ପୁରୁଣା ଅନ୍ଦାଜ୍ ରେ ବାଇକ୍ ଚଲାଇ ଭୋଟ୍ ଦେବାକୁ ସେ ଯାଇଛନ୍ତି।
ସେହିପରି ବିଶ୍ବର ସବୁଠୁ ଛୋଟ ଝିଅ ଜ୍ୟୋତି ବି ଆଜି ଭୋଟ୍ ଦେଇଛନ୍ତି। ନାଗପୁରରେ ନିଜ ଘର ପାଖ ପୋଲିଂ ବୁଥ୍ କୁ ଯାଇ ସେ ମତ ସାବ୍ୟସ୍ତ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
