Advertisment

ରାଜକୋଟ ଗେମିଂ ଜୋନ୍ ଅଗ୍ନିକାଣ୍ଡ ଘଟଣା; ମୃତକଙ୍କ ମଧ୍ୟରେ ଅଛନ୍ତି ନବ ଦମ୍ପତି

ଅକ୍ଷୟ କାନାଡ଼ାରେ ବାପା-ମାଆଙ୍କ ସହ ରହୁଥିବା ବେଳେ ବିବାହ ପାଇଁ ଭାରତ ଆସିଥିଲେ।

Died Couple's File Photo

Died Couple's File Photo

Advertisment

ଶନିବାର ସନ୍ଧ୍ୟାରେ ଗୁଜରାଟର ରାଜକୋଟର ଟିଆରପି ଗେମିଂ ଜୋନରେ ଘଟିଥିବା ଅଗ୍ନିକାଣ୍ଡରେ ଜଣେ ନବ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଉଭୟ ସପ୍ତାହ ତଳେ ବିବାହ କରିଥିବା ବେଳେ ଶନିବାର ରାଜକୋଟର ଟିଆପରପି ଗେମିଂ ଜୋନକୁ ବୁଲିବାକୁ ଯାଇଥିଲେ। ସେମାନଙ୍କ ସହ ନବ ବିବାହିତାଙ୍କ ଭଉଣୀ ମଧ୍ୟ ଥିଲେ। 

Advertisment

ଶନିବାର ରାଜକୋଟରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯେଉଁଥିରେ ୩୨ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ନବ ବିବାହିତ ଅକ୍ଷୟ ଢୋଲରିଆ(୨୪) ଥିବାବେଳେ ତାଙ୍କ ପତ୍ନୀ ଖ୍ୟାତି(୨୦) ଏବଂ ଶାଳୀ ହରିତା ଅଛନ୍ତି। ଅକ୍ଷୟ କାନାଡ଼ାରେ ବାପା-ମାଆଙ୍କ ସହ ରହୁଥିବା ବେଳେ କୋର୍ଟ ମ୍ୟାରେଜ ପାଇଁ ଭାରତ ଆସିଥିଲେ। ଗତ ରବିବାର ଅକ୍ଷୟ ଓ ଖ୍ୟାତିଙ୍କର କୋର୍ଟ ମ୍ୟାରେଜ୍ ହୋଇଥିଲା। 

ହେଲେ ଏପରି ଏକ ଅଚାନକ ଦୁର୍ଘଟଣା ସେମାନଙ୍କ ଜୀବନ ନେଇଯାଇଛି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ମୃତକଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିଛି। ଅକ୍ଷୟ ପିନ୍ଧିଥିବା ମୁଦି ସାହାଯ୍ୟରେ ତାଙ୍କ ମୃତଦେହ ଚିହ୍ନଟ ହୋଇପାରିଛି। କିନ୍ତୁ ଖ୍ୟାତି ଏବଂ ହରିତାଙ୍କୁ ଚିହ୍ନଟ ପୋଇପରି ନାହିଁ। ଡିଏନଏ ପରୀକ୍ଷା ପାଇଁ ସେମାନଙ୍କ ମୃତଦେହ ପଠାଯାଇଛି।

Advertisment

ସୂଚନା ଅନୁସାରେ, ଟିଆରପି ଗେମିଂ ଜୋନ୍ ରିହାତି ଦେଇଥିବାରୁ ଶନିବାର ଏଠାରେ ଲୋକଙ୍କ ପ୍ରବଳ ଭିଡ଼ ହୋଇଥିଲା। ଗେମିଂ ଜୋନରେ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। କିନ୍ତୁ ଅଗ୍ନିକାଣ୍ଡର ପ୍ରକୃତ କାରଣ ତଦନ୍ତ ପରେ ଜଣାପଡିବ ବୋଲି ଅଧିକାରୀମାନେ କହିଛନ୍ତି।

ସେପଟେ ଦାୟିତ୍ୱରେ ଅବହେଳା ପାଇଁ ୬ ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ରାଜକୋଟ ମ୍ୟୁନିସିପାଲ କର୍ପୋରେସନର ଦୁଇଜଣ ଅଧିକାରୀ, ସହକାରୀ ଯନ୍ତ୍ରୀ ଜୟଦୀପ ଚୌଧୁରୀ ଏବଂ ଟାଉନ ପ୍ଲାନର୍ ଗୌତମ ଯୋଶୀଙ୍କୁ ନିଲମ୍ବିତ ହୋଇଛନ୍ତି। 

Rajkot Gaming Zone Fire Rajkot Fire Incident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe