Advertisment

ରିସେପ୍ସନର ଠିକ୍‌ ପୂର୍ବରୁ ପତ୍ନୀଙ୍କୁ ମାରି ନିଜେ ଆତ୍ମହତ୍ୟା କଲେ ସ୍ୱାମୀ!

ବେଶ ଧୁମଧାମରେ ବାହାଘର ହୋଇଥିଲା। ରିସେପ୍ସନ ପାଇଁ ମଧ୍ୟ ସବୁ ପ୍ରସ୍ତୁତି ସରିଥିଲା।

Groom

Groom

Advertisment

ବେଶ ଧୁମଧାମରେ ବାହାଘର ହୋଇଥିଲା। ରିସେପ୍ସନ ପାଇଁ ମଧ୍ୟ ସବୁ ପ୍ରସ୍ତୁତି ସରିଥିଲା। ହେଲେ ଭୋଜିର ମାତ୍ର କିଛି ଘଣ୍ଟା ପୂର୍ବରୁ ଗୋଟିଏ ରୁମ ଭିତରୁ ମିଳିଛି ନବଦମ୍ପତିଙ୍କ କ୍ଷତାକ୍ତ ମୃତଦେହ। ଦୁଇ ଜଣଙ୍କ ଶରୀରରେ ଏକାଧିକ ଛୁରୀ ମାଡ଼ର ଦାଗ ରହିଛି। ଛତିଶଗଡ଼ର ରାଜଧାନୀ ରାୟପୁରରୁ ଏପରି ଘଟଣା ସାମ୍ନାକୁ ଆସିଛି।

Advertisment

ପୁଲିସ୍‌ ସନ୍ଦେହ କରୁଛି ଯେ କୌଣସି କାରଣ ପାଇଁ ନବ ଦମ୍ପତିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ସ୍ୱାମୀ ଜଣଙ୍କ ଛୁରୀ ଭୁଷି ପତ୍ନୀଙ୍କୁ ହତ୍ୟା କରିଥିଲେ। ଏହାପରେ ସେ ନିଜେ ମଧ୍ୟ ଆତ୍ମହତ୍ୟା କରିଛନ୍ତି। ତେବେ ବ୍ରିଜନଗର ଅଞ୍ଚଳରେ ଘଟିଥିବା ଏହି ଘଟଣା ପଛରେ ଆଉ କାହାର ହାତ ଅଛି କି ବୋଲି ମଧ୍ୟ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

ରବିବାର ୨୪ ବର୍ଷୀୟ ଅସଲମ ୨୨ ବର୍ଷୀୟ କାହକଶା ବାନୋଙ୍କୁ ବିବାହ କରିଥିଲେ। ମଙ୍ଗଳବାର ରାତିରେ ସେମାନଙ୍କ ରିସେପ୍ସନ ହେବାର ଥିଲା। ଏଥିପାଇଁ ସେମାନେ ଗୋଟିଏ ରୁମ ଭିତରେ ନିଜକୁ ପ୍ରସ୍ତୁତ କରୁଥିଲେ। ତେବେ ରୁମ ଭିତରୁ ଅସଲମଙ୍କ ମା’ ହଠାତ୍‌ ବାନୋଙ୍କ ଚିତ୍କାର ଶୁଣିଥିଲେ। ସେ କ’ଣ ହୋଇଛି ବୋଲି ଦେଖିବାକୁ ଯିବା ବେଳେ ରୁମଟି ଭିତର ପଟୁ ଲକ ଥିବା ଜାଣିବାକୁ ପାଇଥିଲେ।

Advertisment

ବାରମ୍ବାର ଡାକିବା ସତ୍ତ୍ୱେ କୌଣସି ଜବାବ ନ ମିଳିବାରୁ ପରିବାର ଲୋକ ଝରକା ପଟେ କ’ଣ ହୋଇଛି ବୋଲି ଦେଖିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଉଭୟ ତଳେ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିବା ସେମାନଙ୍କ ନଜରକୁ ଆସିଥିଲା। ଏହାପରେ ପରିବାର ଲୋକ ପୁଲିସକୁ ଖବର ଦେଇଥିଲେ।

ପୁଲିସ୍‌ କବାଟ ଭାଙ୍ଗି ରୁମ ଭିତରକୁ ପ୍ରବେଶ କରିଥିଲା। ହେଲେ ସେତେବେଳକୁ ଉଭୟଙ୍କ ମୃତ୍ୟୁ ହୋଇ ସାରିଥିଲା। ପୁଲିସ୍‌ ଦୁଇଟି ଯାକ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାସ୍ଥଳରୁ ରକ୍ତଭିଜା ଛୁରୀକୁ ମଧ୍ୟ ଜବତ କରିଛି। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଥିବା ପୁଲିସ୍‌ କହିଛି।

Chhattisgarh Groom
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe