Advertisment

Couple Dies: ହନିମୁନରେ ହେଲା କଳି, ୧୦୦୦ କିମି ଦୂରରେ ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ

ବାହାଘର ପରେ ସ୍ୱାମୀ-ସ୍ତ୍ରୀ ହସଖୁସିରେ ହନିମୁନ ପାଇଁ ଶ୍ରୀଲଙ୍କା ଯାଇଥିଲେ। କିନ୍ତୁ ସେଠାରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିଲା ଭୀଷଣ କଳି। ହନିମୁନ ଅଧାରୁ ସେମାନେ ଭାରତ ଫେରି ଆସିଥିଲେ।

Couple

ଗାନବୀ ଓ ସୂରଜ

Advertisment

ନୂଆ କରି ବାହା ହୋଇଥିଲେ। ବାହାଘର ପରେ ସ୍ୱାମୀ-ସ୍ତ୍ରୀ ହସଖୁସିରେ ହନିମୁନ ପାଇଁ ଶ୍ରୀଲଙ୍କା ଯାଇଥିଲେ। କିନ୍ତୁ ସେଠାରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିଲା ଭୀଷଣ କଳି। ହନିମୁନ ଅଧାରୁ ସେମାନେ ଭାରତ ଫେରି ଆସିଥିଲେ। ଭାରତ ଫେରିବା ପରେ ପ୍ରଥମେ ପତ୍ନୀ ଆତ୍ମହତ୍ୟା କରିଥିଲେ। ପତ୍ନୀଙ୍କ ଆତ୍ମହତ୍ୟାର ଦୁଇ ଦିନ ପରେ ସ୍ୱାମୀ ଜଣଙ୍କ ମଧ୍ୟ ଘର ଠାରୁ ୧୦୦୦ କିମି ଦୂର ଯାଇ ସମାନ ପଦକ୍ଷେପ ନେଇଛନ୍ତି। ୨ ଦିନରେ ନବବିବାହିତଙ୍କ ଆତ୍ମହତ୍ୟା(Couple Death) ସମସ୍ତଙ୍କୁ ଚକିତ କରିଛି।

Advertisment

ଏପରି ଏକ ଘଟଣା ବେଙ୍ଗାଲୁରୁରୁ ଆସିଛି। ଏଠାରେ ରହୁଥିବା ଜଣେ ବ୍ୟକ୍ତି ପ୍ରାୟ ୧୦୦୦ କିମି ଦୂର ମହାରାଷ୍ଟ୍ରର ନାଗପୁର ସ୍ଥିତ ଗୋଟିଏ ହୋଟେଲରେ ଶନିବାର ଆତ୍ମହତ୍ୟା କରିଛନ୍ତି। ବ୍ୟକ୍ତିଙ୍କ ମା’ ମଧ୍ୟ ସେଠାରେ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

୩୬ ବର୍ଷୀୟ ସୂରଜ ଶିବାନ୍ନାଙ୍କ ଝୁଲନ୍ତା ମୃତଦେହ ପୁଲିସ୍‌ ହୋଟେଲର ରୁମ ଭିତରୁ ଜବତ କରିଛି। ଦୁଇ ଦିନ ତଳେ ଅର୍ଥାତ ଗୁରୁବାର ତାଙ୍କ ପତ୍ନୀ ଗାନବୀ ବେଙ୍ଗାଲୁରୁରେ ଜୀବନ ହାରିଥିଲେ। ପତ୍ନୀଙ୍କ ମୃତ୍ୟୁ ପାଇଁ ତାଙ୍କ ପରିବାର ଲୋକ ସୂରଜଙ୍କୁ ଦାୟୀ କରିଥିଲେ। ତାଙ୍କ ନାଁରେ ପୁଲିସ୍‌ ମାମଲା ମଧ୍ୟ ରୁଜୁ କରିଥିଲା।

Advertisment

ସୂରଜ ଓ ଗାନବୀ ଅକ୍ଟୋବର ୨୯ରେ ବେଙ୍ଗାଲୁରୁରେ ବିବାହ କରିଥିଲେ। ବାହାଘରର କିଛି ଦିନ ପରେ ଉଭୟ ହନିମୁନ ପାଇଁ ଶ୍ରୀଲଙ୍କା ଯାଇଥିଲେ। କିନ୍ତୁ ସେଠାରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାରୁ ସେମାନେ ହନିମୁନ ଟ୍ରିପକୁ ଅଧାରୁ ବାତିଲ କରି ବେଙ୍ଗାଲୁରୁ ଫେରି ଆସିଥିଲେ। 

ବେଙ୍ଗାଲୁରୁରେ ପହଞ୍ଚିବା ପରେ ଗାନବୀଙ୍କୁ ତାଙ୍କ ପରିବାର ଲୋକ ନିଜ ପାଖକୁ ନେଇ ଯାଇଥିଲେ। ଶାଶୁ ଘର ଲୋକ ତାଙ୍କୁ ନିର୍ଯାତନା ଓ ଅପମାନିତ କରିବାରୁ ପରିବାର ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଥିଲା। ବାପ ଘରେ ଥିବା ବେଳେ ଗାନବୀ ମଙ୍ଗଳବାର ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କର ବ୍ରେନ ଡେଡ୍‌ ହୋଇ ଯାଇଥିଲା ଓ ସେ ଭେଣ୍ଟିଲେଟରରେ ରହିଥିଲେ। କିନ୍ତୁ ଗୁରୁବାର ଗାନବୀ ସବୁଦିନ ପାଇଁ ଆଖି ବୁଜି ଥିଲେ।

ଗାନବୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ପକ୍ଷରୁ ବେଙ୍ଗାଲୁରୁ ଠାରେ ସୂରଜଙ୍କ ବିରୋଧରେ ଯୌତୁକ ନିର୍ଯାତନା ମାମଲା ରୁଜୁ କରାଯାଇଥିଲା। ସୂରଜଙ୍କ ମା’ଙ୍କୁ ମଧ୍ୟ ଗାନବୀଙ୍କ ଆତ୍ମହତ୍ୟା ପାଇଁ ତାଙ୍କ ପରିବାର ଲୋକ ଦାୟୀ କରିଥିଲେ। ସୂରଜଙ୍କ ଗିରଫ ଦାବିରେ ପରିବାର ଲୋକ ତାଙ୍କ ଘର ସାମ୍ନାରେ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରିଥିଲେ। 

ଏହାକୁ ନେଇ ସୂରଜ ଓ ତାଙ୍କ ମା’ ଜୟନ୍ତୀ ବିଭିନ୍ନ ସ୍ଥାନରେ ଅପମାନବୋଧ କରିଥିଲେ। ଲୋକଲଜ୍ଜା ଭୟରେ ସେମାନେ ଘର ଛାଡ଼ି ୧୦୦୦ କିମି ଦୂର ନାଗପୁର ଚାଲି ଯାଇଥିଲେ। ସେଠାରେ ଉଭୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ହୋଟେଲ ଫ୍ୟାନରେ ବେଡଶିଟ ବାନ୍ଧି ଉଭୟ ଝୁଲି ପଡ଼ିଥିଲେ ହେଁ ସୂରଜ ପ୍ରାଣ ହରାଇଛନ୍ତି। ଏବେ ଜୟନ୍ତୀ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। 

Couple Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe