Advertisment

ଏସିଡ ଜ୍ୱାଳାରେ ଛଟପଟ ନବବଧୂ ରାସ୍ତା କଡ଼ରୁ ଊଦ୍ଧାର, ୩ ଦିନ ତଳେ ପଡ଼ିଥିଲା ହାତଗଣ୍ଠି

ମହିଳାଙ୍କ ଶରୀର ଉପରକୁ ଏସିଡ ଫୋପଡ଼ା ଯାଇଥିବାରୁ ଆଖି ସମେତ ଅଧା ଅଂଶ ଜଳାଯାଇଥିବା ଜଣାଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
undefined

Bride

ମାତ୍ର ୩ ଦିନ ତଳେ ବିବାହ କରି ଶାଶୁ ଘରେ ପାଦ ଥାପିଥିଲେ ନବବଧୂ। ନୂଆ ସଂସାରକୁ ନେଇ ଦେଖିଥିଲେ ଅସୁମାରୀ ସ୍ୱପ୍ନ । ହେଲେ ମାତ୍ର ୩ ଦିନରେ ସବୁ କିଛି ଓଲଟପାଲଟ ହୋଇଗଲା। ହାତରୁ ମେହେନ୍ଦୀ ଲିଭି ନ ଥିବା ବେଳେ ଅକଥନୀୟ ନିର୍ଯାତନାର ଶିକାର ହେଲେ ନବବଧୂ। ଶାଶୁ ଘର ଲୋକେ  ନିଜ ବୋହୂ ଉପରକୁ ଏସିଡ ପକାଇବା ସହ ପିଆଇ ମଧ୍ୟ ଦେଇଛନ୍ତି। ଏହାପରେ ଘରଠୁ ୫୦ କିମି ଦୂରରେ ନବବଧୂକୁ ରାସ୍ତା କଡ଼କୁ ଫୋପାଡ଼ି ଦେଇଥିବା ବେଳେ ପୁଲିସ୍‌ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ନବବଧୂଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଏପରି ଏକ ଲୋମଟାଙ୍କୁରା ଘଟଣା ଉତ୍ତରପ୍ରଦେଶର ବରେଲିରେ ଘଟିଛି।

Advertisment

ମଙ୍ଗଳବାର ସକାଳେ ବରେଲି ଜିଲ୍ଲାର ଫତେହଗଞ୍ଜ ଅଞ୍ଚଳର ରାସ୍ତା କଡ଼ରେ ଜଣେ ମହିଳା ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା। ମହିଳାଙ୍କ ହାତରେ ମେହେନ୍ଦୀ ଥିବା ବେଳେ ପାଦରେ ଥିଲା ଅଳତା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ୍‌ ପହଞ୍ଚି ମୁମୁର୍ଷ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲା।

ମହିଳାଙ୍କ ଶରୀର ଉପରକୁ ଏସିଡ ଫୋପଡ଼ା ଯାଇଥିବାରୁ ଆଖି ସମେତ ଅଧା ଅଂଶ ଜଳାଯାଇଥିବା ଜଣାଯାଇଛି। ଏତିକିରେ ସରିନି ନିର୍ଯାତନା। ମହିଳାଙ୍କୁ ଜୋରଜବରଦସ୍ତ ଏସିଡ ପିଆଇ ଦିଆଯାଇଥିବାରୁ ସେ ଆଉ କଥା କହି ପାରୁ ନାହାନ୍ତି। ମହିଳାଜଣକ ପୁଲିସ୍‌କୁ ନିଜ ନାଁ ଓ ଘର ଠିକଣା ଲେଖିକି ଦେଇଛନ୍ତି। ମହିଳାଙ୍କ ଶରୀରର ୫୦%ରୁ ଅଧିକ ଅଂଶ ପୋଡ଼ି ଯାଇଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Advertisment

ପୁଲିସ୍‌ ମହିଳାଙ୍କ ପରିଚୟ ସଂଗ୍ରହ କରିଥିବା ବେଳେ ଗତ ୨୨ ତାରିଖରେ ତାଙ୍କ ବିବାହ ହୋଇଥିବା ଜଣାଯାଇଛି। ମାତ୍ର ୩ ଦିନ ପରେ ନବବଧୂଙ୍କୁ ଏପରି ଅବସ୍ଥା ହୋଇଥିବା ବେଳେ ପୁଲିସ୍‌ ବାପ ଘର ଓ ଶାଶୁ ଘର ଲୋକଙ୍କୁ ଖବର ଦେଇଛି। ବିବାହ ପରେ ଶାଶୁ ଘର ଲୋକେ ହିଁ ଏପରି କରିଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି। ତେବେ ଏହା ପଛର କାରଣ କ’ଣ ତାହାର ସନ୍ଧାନ ଚଳାଇଛି ପୁଲିସ୍‌  । ଘଟଣାର ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍ ଅଧିକାରୀ ସୂଚନା ଦେଇଛନ୍ତି।

Uttar Pradesh Acid Attack Bride Tourcher