Advertisment

ନ୍ୟୁଜ୍‌ ୧୮ର ୟୁସିସି ସର୍ଭେ: ଅଧିକାଂଶ ମୁସ୍‌ଲିମ୍‌ ଦେଲେ ସମର୍ଥନ

ବିବାହ, ବିଚ୍ଛେଦ, ଉତ୍ତରାଧିକାରୀ ଗ୍ରହଣ ବିଷୟରେ ଦେଶରେ ସମସ୍ତଙ୍କ ପାଇଁ ଗୋଟିଏ ପ୍ରକାର ଆଇନ ରହୁ ବୋଲି ୬୭.୨ ପ୍ରତିଶତ ମୁସଲିମ୍ ମହିଳା ଚାହୁଁଛନ୍ତି।

indian muslim

indian muslim

Advertisment

ବିବାହ, ବିଚ୍ଛେଦ, ଉତ୍ତରାଧିକାରୀ ଗ୍ରହଣ ବିଷୟରେ ଦେଶରେ ସମସ୍ତଙ୍କ ପାଇଁ ଗୋଟିଏ ପ୍ରକାର ଆଇନ ରହୁ ବୋଲି ୬୭.୨ ପ୍ରତିଶତ ମୁସଲିମ୍ ମହିଳା ଚାହୁଁଛନ୍ତି। ୟୁନିଫର୍ମ ସିଭିଲ କୋର୍ଡ(ୟୁସିସି)କୁ ନେଇ ନ୍ୟୁଜ୍‌ ୧୮ ପକ୍ଷରୁ କରାଯାଇଥିବା ଏକ ମେଗା ସର୍ଭେରେ ଏହା ଜଣାପଡ଼ିଛି।

Advertisment

୨୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮ ହଜାର ୩୫ ଜଣ ମୁସଲିମ୍‌ ମହିଳା ଏହି ସର୍ଭେରେ ଭାଗ ନେଇଥିଲେ। ଏଥିରେ ୧୮ରୁ ଅଧିକ ଓ ୬୫ବର୍ଷ ଊର୍ଦ୍ଧ୍ୱ ବୟସ୍କ ବିଭିନ୍ନ ବର୍ଗ, ସମ୍ପ୍ରଦାୟ, ଶିକ୍ଷିତ ବ୍ୟକ୍ତିମାନେ ମଧ୍ୟ ଭାଗ ନେଇଥିଲେ।

୨୧ ବର୍ଷ ହେବା ପରେ ବିବାହ କରାଯିବା ଉପରେ ଅଧିକାଂଶ ମୁସଲିମ୍ ମହିଳା ମତ ଦେଇଛନ୍ତି। ଦେଶର ସମସ୍ତଙ୍କ ପାଇଁ ଗୋଟିଏ ପ୍ରକାର ଆଇନ ହେବା ଉଚିତ୍ ବୋଲି ପଚାରା ଯାଇଥିବା ପ୍ରଶ୍ନରେ ୬୭.୨ ମହିଳା ହଁ ବୋଲି ମତ ରଖିଛନ୍ତି। ଯେତେବେଳେ କି ୨୫.୪ ମହିଳା ନାଁ ବୋଲି ମତ ରଖିଛନ୍ତି। ୭.୪ ପ୍ରତିଶତ ମହିଳା ଜଣାନାହିଁ କିମ୍ବା କହିବେନି ବୋଲି ମତ ରଖିଛନ୍ତି।

Advertisment

ଯେତେବେଳେ କି ୬୮.୪ ପ୍ରତିଶତ ତଥା ୨ ହଜାର ୭୬ ଗ୍ରାଜୁଏଟ୍ ମହିଳା ୟୁସିସିକୁ ସମର୍ଥନ ଦେଇଛନ୍ତି ଓ ୨୭ ପ୍ରତିଶତ ସମର୍ଥନ କରିନାହାନ୍ତି।

ବୟସ ଅନୁଯାୟୀ ମତକୁ ଦେଖିଲେ ୧୮-୪୪ ବର୍ଷ ବୟସ୍କ ୬୯.୪ ପ୍ରତିଶତ ମହିଳା ୟୁସିସିକୁ ସମର୍ଥନ କରିଥିବା ବେଳେ ୨୪.୨ ପ୍ରତିଶତ ସମର୍ଥନ ଦେଇନାହାନ୍ତି।

ସୂଚନାଥାଉକି, ୟୁସିସିକୁ ଅଲୋଚନା କରାଯିବା ବେଳେ ମୁସଲିମ୍‌ ସଂଗଠନମାନେ ଏହା ସମସ୍ତ ଧର୍ମକୁ ପ୍ରଭାବିତ କରିବ ବୋଲି ଅଭିଯୋଗ କରୁଛନ୍ତି।

Muslim Woman Uniform Civil Code
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe