Advertisment

ଶିମଲା ନୁହେଁ, ବେଙ୍ଗାଲୁରୁରେ ହେବ ବିରୋଧୀଙ୍କ ବୈଠକ

ଆସନ୍ତା ୧୩ ଓ ୧୪ ତାରିଖରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ଏନସିପି ମୁଖ୍ୟ ଶରଦ ପାୱାର ଆଜି ସୂଚନା ଦେଇଛନ୍ତି। ଏଥିସହ ପାଟନା ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଦ ହଜି ଯାଇଥିବା ମଧ୍ୟ ଶ୍ରୀ ପାୱାର କହିଛନ୍ତି।

NCP

NCP

Advertisment

ବିଜେପି ବିରୋଧରେ ବିରୋଧୀଙ୍କ ପରବର୍ତ୍ତୀ ବୈଠକ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ବିହାରର ପାଟନାରେ ବିରୋଧୀ ଦିନିକିଆ ବୈଠକ କରିଥିଲେ। ହେଲେ ବେଙ୍ଗାଲୁରୁରେ ଦୁଇ ଦିନ ଧରି ବୈଠକ ଅନୁଷ୍ଠିତ ହେବ।

Advertisment

ଆସନ୍ତା ୧୩ ଓ ୧୪ ତାରିଖରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ଏନସିପି ମୁଖ୍ୟ ଶରଦ ପାୱାର ଆଜି ସୂଚନା ଦେଇଛନ୍ତି। ଏଥିସହ ପାଟନା ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଦ ହଜି ଯାଇଥିବା ମଧ୍ୟ ଶ୍ରୀ ପାୱାର କହିଛନ୍ତି।

ପାୱାର କହିଛନ୍ତି,“ପାଟନା ବୈଠକ ପରେ ବିରୋଧୀ ଦଳଗୁଡ଼ିକର ପରବର୍ତ୍ତୀ ଭେଟଘାଟ ବେଙ୍ଗାଲୁରୁରେ ହେବ। ୧୩ ଓ ୧୪ ଦୁଇ ଦିନ ଧରି ବୈଠକ ବସିବ।” ଏହି ବୈଠକରେ ବିଜେପି ବିରୋଧରେ ସମସ୍ତେ କେମିତି ଏକାଠି ହୋଇ ନିର୍ବାଚନ ଲଢ଼ିବେ, ତା’ର ଆକ୍ସନ ପ୍ଲାନ ପ୍ରସ୍ତୁତ ହେବ। ସମ୍ଭବତଃ ଏହାର ଅଧ୍ୟକ୍ଷତା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କରିବେ।

Advertisment

ପାଟନା ବୈଠକରେ ପ୍ରାୟ ୧୬ଟି ଦଳର ନେତା ଯୋଗ ଦେଇଥିଲେ। ଏହାପରେ ଖଡଗେ କହିଥିଲେ ଯେ ଆସନ୍ତା ଜୁଲାଇ ମାସରେ ଶିମଲାରେ ବିରୋଧୀ ଦଳଗୁଡ଼ିକର ପରବର୍ତ୍ତୀ ବୈଠକ ହେବ। ଏହି ବୈଠକରେ ସିଟ୍‌ ଶେୟାରିଂ ଠାରୁ ଆରମ୍ଭ କରି ରାଜ୍ୟସ୍ତରୀୟ ସ୍ଥିତାବସ୍ଥା ସମ୍ପର୍କରେ ଆଲୋଚନା କରାଯିବ। କିନ୍ତୁ ଏବେ ବେଙ୍ଗାଲୁରୁରେ ବୈଠକ ହେବ ବୋଲି ପାୱାର ସୂଚନା ଦେଇଛନ୍ତି।

ବିରୋଧୀଙ୍କ ପାଟନା ବୈଠକରେ ବିଏସପି, ବିଜେଡି, ବିଆରଏସ ଓ ୱାଇଏସ୍‌ଆର କଂଗ୍ରେସ ଯୋଗ ଦେଇ ନଥିଲେ। ଆରଏଲଡି ନେତା ଜୟନ୍ତ ଚୌଧୁରୀ ବିରୋଧୀଙ୍କ ବୈଠକକୁ ସମର୍ଥନ କରିଥିଲେ ହେଁ ପାରିବାରିକ କାର୍ଯ୍ୟକ୍ରମ ଯୋଗୁ ସେ ଏଥିରେ ସାମିଲ ହୋଇ ପାରି ନଥିଲେ।

ସବୁଠାରୁ କୌତୁହଳର ବିଷୟ ହେଉଛି ଯେ ନୀତୀଶ କୁମାର ଓ ମମତା ବାନାର୍ଜୀ ପାଟନା ବୈଠକରେ ୧୭ଟି ବିରୋଧୀ ଦଳର ସଦସ୍ୟ ଯୋଗ ଦେଇଥିବା କହିଥିଲେ। କିନ୍ତୁ ସୀତରାମ ୟେଚୁରୀଙ୍କ ଭଳି ନେତା ଏହି ସଂଖ୍ୟା ୧୫ ଥିଲା ବୋଲି କହିଥିଲେ।

Sharad Pawar Opposition NCP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe