Advertisment

ସେନାର ଗତିବିଧି ଖବର ଦେଉଥିବା ଆତଙ୍କବାଦୀ ଗିରଫ, ଏନ୍‌ଆଇଏକୁ ମିଳିଲା ବଡ଼ ସୁରାକ୍

ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ରବିବାର ଜସହି-ଇ-ମହମ୍ମଦ(ଜେଇଏମ୍‌) ପରିଚାଳନା କରୁଥିବା ଜଣେ ବ୍ୟକ୍ତିଙ୍କୁ ଜମ୍ମୁ ଓ କଶ୍ମୀରରୁ ଧରିବାରେ ସଫଳ ହୋଇଛି।

ଅଦ୍ୟତନ ହୋଇଛି
NIA

NIA

Advertisment

ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ରବିବାର ଜସହି-ଇ-ମହମ୍ମଦ(ଜେଇଏମ୍‌) ପରିଚାଳନା କରୁଥିବା ଜଣେ ବ୍ୟକ୍ତିଙ୍କୁ ଜମ୍ମୁ ଓ କଶ୍ମୀରରୁ ଧରିବାରେ ସଫଳ ହୋଇଛି। ଆତଙ୍କବାଦୀ ଆକ୍ରମଣ ମାମଲାରେ ତାହାର ସମ୍ପୃକ୍ତିଥିବା ଅଭିଯୋଗରେ ଏନ୍‌ଆଇଏ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ଏଥିସହ ଏନ୍‌ଆଇଏକୁ ଏକ ସୁରାକ ମଧ୍ୟ ମିଳିଛି।

Advertisment

ଏନ୍‌ଆଇଏ ମୁତାବକ, କୁପୱାରା ଜିଲ୍ଲାର ମହମ୍ମଦ ଉବଇଦ୍ ମଲ୍ଲିକକୁ ଗିରଫ କରାଯାଇଛି। ସେ ପାକିସ୍ତାନର ଜେଇଏମ୍ ଆତଙ୍କବାଦୀ ସଂଗଠନର କମାଣ୍ଡର ସହ ଯୋଗାଯୋଗରେ ରହୁଥିଲା। ସେ ଆତଙ୍କବାଦୀଙ୍କୁ ସେନାର ଗତିବିଧି ବିଷୟରେ ଟିକନିଖ୍ ଖବର ଦେଉଥିଲା।

ତଦନ୍ତ ବେଳେ ତା’ ନିକଟରୁ ଏନ୍ଆଇଏ ବହୁ ସନ୍ଦେହଜନକ ଦସ୍ତାବିଜ୍‌କୁ ଜବତ କରିଛି। ଯେଉଁଥିରୁ ସେ ଆତଙ୍କବାଦୀଙ୍କ ସହ ଯୋଗାଯୋଗରେ ରହିଥିବା ଓ ସେନାର ଗତିବିଧିର ଖବର ଦେଉଥିବା ଜଣାପଡ଼ିଥିଲା।

Advertisment

ଗତବର୍ଷ ଜୁନ୍‌ରେ ଅଭିଯୁକ୍ତ ବିରୋଧରେ ଏକ ଘଟଣାରେ ସମ୍ପୃକ୍ତି ଥିବା ନେଇ ମାମଲା ରୁଜୁ କରିଥିଲା ଏନ୍‌ଆଇଏ। ସେ ଉପତ୍ୟକାରେ ତୃଣମୂଳସ୍ତରରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିଲା ଏବଂ ବିଭିନ୍ନ ଆତଙ୍କବାଦୀ ସଂଗଠନ ସମେତ ଜେଇଏମ୍ କମାଣ୍ଡର ସହ ଯୋଗାଯୋଗରେ ରହି ଅଘଟଣ ଘଟାଉଥିଲା।

ପଡ଼ୋଶୀ ଦେଶରୁ ନିଶାଦ୍ରବ୍ୟ ଚାଲାଣ, ଟଙ୍କା ନେଣଦେଣ, ମାରଣାସ୍ତ୍ର ଓ ବିସ୍ଫୋରକ(ଆଇଇଡି/ରିମୋଟ ଷ୍ଟିକ୍ ବୋମା/ମାଗ୍ନେଟିକ୍ ବୋମା) ଚାଲାଣରେ ତାହାର ସମ୍ପୃକ୍ତି ରହିଛି।

ଡ୍ରୋନ୍‌ ଜରିଆରେ ବିସ୍ଫୋରକ ଚାଲାଣ କରିବା, ଆତଙ୍କି କାର୍ଯ୍ୟକୁ ରୂପ ଦେବା ତଥା ବିଶେଷ ଭାବେ ସୁରକ୍ଷାରେ ମୁତୟନ ସେନା ଉପରେ ଟାର୍ଗେଟ କରି ଆକ୍ରମଣ କରିବାରେ ସେ ସମ୍ପୃକ୍ତ ଥିଲା। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ସୂଚନା ଥାଉକି, ଆସନ୍ତାକାଲିଠୁ ଶ୍ରୀନଗରରେ ଆରମ୍ଭ ହେବାକୁ ଯାଉଛି ଜି-୨୦ ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀର ସମ୍ମିଳନୀ। କଶ୍ମୀର ଅନ୍ତର୍ଜାତୀୟ କନଫରେନ୍ସ ସେଣ୍ଟରରେ ଏହି ସମ୍ମିଳନୀର ଆୟୋଜନ ହେବ। ପର୍ଯ୍ୟଟନ ଜରିଆରେ କଶ୍ମୀରର ପୁନଗୌରବ ସ୍ଥାପନ କରି ସାରା ବିଶ୍ୱକୁ ଅବଗତ କରାଇବା ଏବଂ ଘଟିରେ ସ୍ଥିତିରେ ସୁଧାର ଆସିଥିବା ନେଇ ବିଶ୍ୱକୁ ବାର୍ତ୍ତ ଦେବା ଲକ୍ଷ୍ୟ ନେଇ ଏହି ସମ୍ମିଳନୀର ଆୟୋଜନ କରାଯାଉଛି।

ଆସନ୍ତା ୨୪ ତାରିଖ ଯାଏଁ ଏହି କାର୍ଯ୍ୟକ୍ରମ ଚାଲିବ। ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ସହ ୨ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯିବା ପରେ ଏହା ପ୍ରଥମ ଅନ୍ତର୍ଜତୀୟ ସମ୍ମିଳନୀ।  ଜି-୨୦ ରାଷ୍ଟ୍ର ସମୂହର ୬୦ରୁ ଅଧିକ ପର୍ଯ୍ୟଟନ ଅଧିକାରୀ ଏଥିରେ ଯୋଗ ଦେବେ। ତେଣୁ ଏଥିପାଇଁ ଶ୍ରୀନଗର ସମେତ କଶ୍ମୀର ଘାଟୀର ବିଭିନ୍ନ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା  ଗ୍ରହଣ କରାଯାଇଛି। ଜଳ, ସ୍ଥଳ ଓ ଆକାଶ ସବୁଠି ସୁରକ୍ଷା କର୍ମୀଙ୍କ କଡା ପଇଁତରା ରହିଛି। ବିଏସଏଫ୍, ସିଆରପିଏଫ୍, ଏନଏସଜି ଓ ମେରାଇନ୍ କମାଣ୍ଡୋ ବିଭିନ୍ନ ସ୍ଥାନରେ ତୀକ୍ଷଣ ନଜର ରଖିଛନ୍ତି।

Terror Attack Jammu Kashmir NIA Investigation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe