Advertisment

Anmol Bishnoi Deportation: ଆମେରିକାରୁ ତଡ଼ା ଖାଇଥିବା ଅନମୋଲକୁ ଏୟାରପୋର୍ଟରୁ ଗିରଫ କଲା ଏନଏଆଇ

ଆମେରିକା ମଙ୍ଗଳବାର ଅନମୋଲ ସମେତ ୨୦୦ ଜଣ ଭାରତୀୟଙ୍କୁ ନିଜ ଦେଶରୁ ବିଦା କରିଥିଲା। ସେମାନଙ୍କୁ ଧରି ଭାରତ ଆସିଥିବା ସ୍ୱତନ୍ତ୍ର ବିମାନ ଆଜି ଦିଲ୍ଲୀ ଅନ୍ତର୍ଜାତୀୟ ଏୟାରପୋର୍ଟରେ ପହଞ୍ଚିବା କ୍ଷଣୀ ଏନଆଇଏ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିଥିଲା।

author-image
Hemant Lenka
NIA

ଅନମୋଲ

କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲର ସବୁ ଖେଳ ଶେଷ। ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡ ଠାରୁ ଏକାଧିକ ଅପରାଧରେ ସାମିଲ ଥିବା ଅନମୋଲକୁ ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ ଶେଷରେ ଏୟାରପୋର୍ଟରୁ ଗିରଫ କରିଛି। ଭାରତରେ ଅପରାଧିକ ନେଟୱର୍କ ଚଳାଉଥିବା ଅନମୋଲ ଗତବର୍ଷ ନଭେମ୍ବରରେ ଆମେରିକାରେ ଗିରଫ ହୋଇଥିଲା।

Advertisment

ଆମେରିକା ମଙ୍ଗଳବାର ଅନମୋଲ(Anmol Bishnoi) ସମେତ ୨୦୦ ଜଣ ଭାରତୀୟଙ୍କୁ ନିଜ ଦେଶରୁ ବିଦା କରିଥିଲା। ସେମାନଙ୍କୁ ଧରି ଭାରତ ଆସିଥିବା ସ୍ୱତନ୍ତ୍ର ବିମାନ ଆଜି ଦିଲ୍ଲୀ ଅନ୍ତର୍ଜାତୀୟ ଏୟାରପୋର୍ଟରେ ପହଞ୍ଚିବା କ୍ଷଣୀ ଏନଆଇଏ(Nia) ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିଥିଲା। 

ଏନଆଇଏର ଗୋଟିଏ ଟିମ ଟର୍ମିନାଲ ୩ରୁ ଅନମୋଲକୁ ଗିରଫ କରିବା ପରେ ସିଧା ପଟିଆଲା ହାଉସ କୋର୍ଟରେ ପହଞ୍ଚିଥିଲା। ତା’କୁ ଏନଆଇଏ ରିମାଣ୍ଡରେ ନେବାର ସମ୍ଭାବନା ରହିଛି। 

Advertisment

୧୮ଟି ମାମଲାରେ ଅନମୋଲକୁ ଖୋଜା ପଡ଼ିଥିଲା। ୨୦୨୨ରେ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୋସେୱାଲାଙ୍କ ହତ୍ୟା, ୨୦୨୪ ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ଓ ସଲମାନ ଖାନଙ୍କ ଘର ବାହାରେ ହୋଇଥିବା ଗୁଳିମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ଅନମୋଲ। ମୁସେୱାଲାଙ୍କୁ ମାନସା ନିକଟରେ ଅତ୍ୟନ୍ତ ନିର୍ମମ ଭାବେ ଗୁଳି କରାଯାଇଥିଲା।

ସେହିପରି ବାବା ସିଦ୍ଦିକିଙ୍କୁ ତାଙ୍କ ବିଧାୟକ ପୁଅର ଅଫିସ ବାହାରେ ୩ ଜଣ ବନ୍ଧୁକଧାରୀ ଗୁଳି କରିଥିଲେ। ସଲମାନ ଖାନଙ୍କ ସହ ସିଦ୍ଦିକିଙ୍କ ସମ୍ପର୍କ ନିବିଡ଼ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିଲା। କୃଷ୍ଣ ସାର ମୃଗ ହତ୍ୟା ମାମଲାରେ ସଲମାନ କ୍ଲିନଚିଟ ପାଇଥିଲେ ହେଁ ବିଷ୍ଣୋଇ ଗ୍ୟାଙ୍ଗ କିନ୍ତୁ ତାଙ୍କୁ କ୍ଷମା କରିନାହିଁ। ଏଥିପାଇଁ ବାରମ୍ବାର ତାଙ୍କୁ ବିଷ୍ଣୋଇ ଗ୍ୟାଙ୍ଗ ଟାର୍ଗେଟ କରି ଆସିଛି। 

୨୦୨୨ ମୁସେୱାଲା ହତ୍ୟାକାଣ୍ଡ ଘଟଣା ଯାଏ ଅନମୋଲ ଭାରତରେ ରହିଥିଲା। ଏହାପରେ ସେ ନକଲି ପାସପୋର୍ଟ ଜରିଆରେ ଭାରତରୁ ଖସି ଯାଇଥିଲା। ସେଠାରେ ରହି ସେ ନିଜର ନେଟୱର୍କ ଭାରତରେ ଚଳାଇଥିଲା। କିନ୍ତୁ ଗତବର୍ଷ ତା’କୁ ଆମେରିକାରେ ଗିରଫ କରାଯାଇଥିଲା।

ନକଲି ପାସପୋର୍ଟରେ ଆମେରିକାରେ ପ୍ରବେଶ କରି ସେ ରାଜନୀତିକ ଆଶ୍ରୟ ଲୋଡ଼ିଥିଲେ ହେଁ ତାକୁ କୋର୍ଟ ଅନୁମତି ଦେଇ ନଥିଲେ। ସବୁଆଡ଼ୁ ନିରାଶ ହେବା ପରେ ଆମେରିକା ତା’କୁ ବିତାଡ଼ିତ କରିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲା।

ଭାରତ ସରକାର ମଧ୍ୟ ଅନମୋଲର ପ୍ରତ୍ୟର୍ପଣ ପାଇଁ ଆବେଦନ କରିଥିଲେ। ଏହାପୂର୍ବରୁ ୨୦୨୩ରେ ବିଭିନ୍ନ ଅପରାଧିକ ମାମଲାରେ ଏନଆଇଏ ଅନମୋଲ ବିରୋଧରେ ଚାର୍ଜଶିଟ ଦାଖଲ କରିଥିଲା। 

Nia Anmol Bishnoi