Advertisment

ମୁମ୍ବାଇ ଉପରେ ଆତଙ୍କବାଦୀ ହମଲା ଧମକ

ହମଲା ନେଇ ନ୍ୟାଶନାଲ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି (ଏନ୍‌ଆଇଏ)କୁ ଏକ ଧମକପୂର୍ଣ୍ଣ ଇ-ମେଲ୍‌ ମିଳିଛି।

ଅଦ୍ୟତନ ହୋଇଛି
undefined

mumbai

Advertisment

ମୁମ୍ବାଇ ଉପରେ ଆତଙ୍କବାଦୀ ହମଲା ଧମକ। ମୁମ୍ବାଇ ସହର ଉପରେ ହମଲା ନେଇ ନ୍ୟାଶନାଲ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି (ଏନ୍‌ଆଇଏ)କୁ ଏକ ଧମକପୂର୍ଣ୍ଣ ଇ-ମେଲ୍‌ ମିଳିଛି। ଇ-ମେଲ୍‌ ପଠାଇଥିବା ବ୍ୟକ୍ତି ନିଜକୁ ତାଲିବାନ ସହ ସମ୍ପୃକ୍ତ ଥିବା କହିଛି। ଧମକପୂର୍ଣ୍ଣ ମେଲ୍‌ ମିଳିବା ପରେ ମୁମ୍ବାଇ ସମେତ ଅନ୍ୟ ବଡ଼ ସହରରେ ସୁରକ୍ଷା ନେଇ ଆଲର୍ଟ ଜାରି କରାଯାଇଛି। ଏପରିକି ନଗର ପୋଲିସ ଏବଂ ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ସ୍କ୍ୱାର୍ଡ଼କୁ (ଏଟିଏସ୍‌) କୁ ସତର୍କ କରାଯାଇଛି। ମୁମ୍ବାଇ ପୁଲିସ କମିଶନର କହିଛନ୍ତି ଯେ ମୁମ୍ବାଇରେ ହାଇ ଆଲର୍ଟକୁ ନଜରରେ ରଖି ସହରର ପ୍ରମୁଖ ଷ୍ଟେସନ, ଦାଦର, ବାନ୍ଦ୍ରା ଚର୍ଚ୍ଚଗେଟ୍, ସିଏସ୍‌ଏମ୍‌ଟି, କୁର୍ଲା ଓ ଅନ୍ୟ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି।

Advertisment

ଏମିତିକି ସହରର ସବୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପୋଲିସ ମୁତୟନ ହୋଇଛନ୍ତି। ଏହାସହ ଆଜି ରାତିରୁ ଅଧିକ ୩ ହଜାର ପୋଲିସ ମୃତୟନ ହେବେ ବୋଲି କମିଶନର ସୂଚନା ଦେଇଛନ୍ତି। ଏବେ ଗଳି ଗଳିରେ ପୋଲିସ ପଇଁତରା ମାରୁଥିବା ବେଳେ ସନ୍ଦିଗ୍ଧଙ୍କ ଉପରେ ପୂରା ନଜର ରଖିଛି ପୁଲିସ । ଏମିତିକି ରେଳ ଷ୍ଟେସନ ଓ ବିମାନ ବନ୍ଦରରେ ସମସ୍ତଙ୍କ ଜିନିଷ ଚେକିଂ ହେଉଛି। ଆଉ ଏହାକୁ ମନିଟରିଂ କରିବା ଲାଗି ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ହୋଇଛନ୍ତି।

ତେବେ ଇମେଳକୁ ନେଇ ଏନଆଇଏ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଧମକପୂର୍ଣ୍ଣ ଇମେଲ କିଏ ପଠାଇଛି ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ପୂର୍ବରୁ ନୂଆ ବର୍ଷ ଅବସରରେ ମଧ୍ୟ ଏମିତି ଏକ ଧମକ ମିଳିଥିଲା। ସେଥିରେ ୨୬/୧୧ ପରି ବଡ଼ ଧରଣର ଆକ୍ରମଣ ହେବା ନେଇ ଚେତାବନୀ ଦିଅଯାଇଥିଲା। ଆକ୍ରମଣର ମାଷ୍ଟରମାଇଣ୍ଡ ଖଲିସ୍ତାନୀ ଆତଙ୍କୀ ବୋଲି ଜଣାପଡ଼ିଥିଲା।

Advertisment
Mumbai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe