Advertisment

ୟାସିନ ମଲିକକୁ ମୃତ୍ୟୁଦଣ୍ଡ ଦେବାକୁ ଦିଲ୍ଲୀ ହାଇକୋର୍ଟରେ ଏନଆଇଏର ଆବେଦନ

ପୂର୍ବରୁ ଆଜୀବନ ଜେଲଦଣ୍ଡ ପାଇ ସାରିଥିବା ୟାସିନକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବାକୁ ଏନଆଇଏ ପ୍ରଥମେ ଟ୍ରାଏଲ କୋର୍ଟରେ ଆବେଦନ କରିଥିଲା। ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ। ତେଣୁ ଏନଆଇଏ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।

author-image
Hemant Lenka
Yasin Malik

Yasin Malik

କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ତଥା ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ୟାସିନ ମଲିକ ବିରୋଧରେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛି ଏନଆଇଏ। ୟାସିନକୁ କୋର୍ଟ ମୃତ୍ୟଦଣ୍ଡରେ ଦଣ୍ଡିତ କରନ୍ତୁ ବୋଲି ଦାବି କରି ଏନଆଇଏ ଗୋଟିଏ ଆବେଦନ କରିଛି।

Advertisment

ପୂର୍ବରୁ ଆଜୀବନ ଜେଲଦଣ୍ଡ ପାଇ ସାରିଥିବା ୟାସିନକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବାକୁ ଏନଆଇଏ ପ୍ରଥମେ ଟ୍ରାଏଲ କୋର୍ଟରେ ଆବେଦନ କରିଥିଲା। ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ। ତେଣୁ ଏନଆଇଏ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।

ସୋମବାର ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ସିଦ୍ଧାର୍ଥ ମ୍ରିଦୁଲ ଓ ଜଷ୍ଟିସ ତଲୱନ୍ତ ସିଂହ ଏହାର ଶୁଣାଣି କରିବେ। ୨୦୨୨ ମସି ମେ’ ମାସରେ ଜମ୍ମୁ-କଶ୍ମୀର ଲିବେରେସନ ଫ୍ରଣ୍ଟ (ଜେକେଏଲଏଫ) ମୁଖ୍ୟ ୟାସିନକୁ ଦିଲ୍ଲୀର ଗୋଟିଏ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ଟେରର ଫଣ୍ଡିଂ ବା ଆତଙ୍କୀ ସଂଗଠନକୁ ପାଣ୍ଠି ଯୋଗାଇବା ମାମଲାରେ ତାକୁ ଏଭଳି ଦଣ୍ଡ ମିଳିଥିଲା।

Advertisment

ଏହି ମାମଲାରେ ହାଫିଜ ମହମ୍ମଦ ସୟିଦ, ଶବିର ଅହମଦ ଶାହ, ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ସଲ୍ଲାହୁଦ୍ଦିନ, ରଶିଦ ଇଞ୍ଜିନିୟର, ଜହୋର ଅହମଦ ଶାହ ୱାଟାଲି, ଶାହିଦ ଉଲ ଇସଲାମ, ଅଲତାଫ ଅହମଦ ଶାହ, ନୟୀମ ଖାନ ଓ ଫାରୁକ ଅହମଦ ଦର ମଧ୍ୟ ରହିଛନ୍ତି।

ଏମାନଙ୍କ ବିରୋଧରେ ମଧ୍ୟ ୟୁଏପିଏ ଲାଗିଛି। ୨୦୧୭ରେ କଶ୍ମୀରରେ ଆତଙ୍କୀ କାର୍ଯ୍ୟକଳାପ ପାଇଁ ୟାସିନ ପାଣ୍ଠି ଯୋଗାଡ଼ କରୁଥିଲା। ୨୦୧୯ରେ ଏନଆଇଏ ତାକୁ ଗିରଫ କରିଥିଲା।

Jammu Kashmir Yasin Malik