Advertisment

PFI ଲିଙ୍କ୍‌: ୭ ସ୍ଥାନରେ ଏନଆଇଏର ରେଡ୍‌

ନିଷିଦ୍ଧ ଘୋଷଣା ହୋଇଥିବା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫଆଇ) ଲିଙ୍କରେ ଆଜି ଏନଆଇଏ ରେଡ୍‌ କରିଛି।

undefined

NIA

Advertisment

ନିଷିଦ୍ଧ ଘୋଷଣା ହୋଇଥିବା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫଆଇ) ଲିଙ୍କରେ ଆଜି ଏନଆଇଏ ରେଡ୍‌ କରିଛି। ପିଏଫଆଇ ଷଡ଼ଯନ୍ତ୍ର ମାମଲାରେ ରାଜସ୍ଥାନରେ ୭ଟି ଠିକଣାରେ ଏକକାଳୀନ ଏନଆଇଏର ଅଧିକାରୀମାନେ ଚଢ଼ଉ କରିଛନ୍ତି। ତଦନ୍ତକାରୀ ସଂସ୍ଥା ପକ୍ଷରୁ ଘଟଣାର ଅଭିଯୁକ୍ତମାନଙ୍କ ଆବାସିକ କାର୍ଯ୍ୟାଳୟ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ରେଡ୍‌ କରାଯାଉଛି। ରାଜସ୍ଥାନର କୋଟରେ ଥିବା ୩ଟି ସ୍ଥାନ ସମେତ ସୱାଇ ମାଧୋପୁର, ଭିଲୱାରା, ବୁଣ୍ଡି ଓ ଜୟପୁରର ଗୋଟିଏ ଲେଖାଏ ଠିକଣାରେ ଛାନଭିନ କରାଯାଉଛି।

Advertisment

ଏନଆଇଏ କହିଛି ଯେ ପିଏଫଆଇ ଲିଙ୍କରେ ହୋଇଥିବା ରେଡ୍‌ ସମୟରେ ଡିଜିଟାଲ ଯନ୍ତ୍ରପାତି, ଏୟାର ଗନ, ଧାରୁଆ ଅସ୍ତ୍ରଶସ୍ତ୍ର ଓ ଆପତ୍ତିଜନକ ଦସ୍ତାବିଜ୍‌ ଜବତ କରାଯାଇଛି। ଏବେ ବି ରେଡ୍‌ ଚାଲିଥିବାରୁ ଆଗକୁ ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ ବୋଲି ଏନଆଇଏ ଆଶା କରିଛି।

ପିଏଫଆଇର ସାଦିକ ସରାଫ ଓ ମହମ୍ମଦ ଆସିଫ ଆଉ କିଛି କର୍ମକର୍ତ୍ତା, ସଦସ୍ୟ ଓ କ୍ୟାଡର୍ସ ମିଳିତ ଭାବେ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିବା ବିଶେଷ ସୂତ୍ରରୁ ଏନଆଇଏକୁ ଖବର ମିଳିଥିଲା। ଏହାପରେ ଏନଆଇଏ ୨୦୨୨ ମସିହା ସେପ୍ଟେମ୍ବର ୧୯ରେ ନିଜ ଆଡ଼ୁ ମାମଲା କରିଥିଲା। ଏବେ ଏହି ଘଟଣାରେ ତଦନ୍ତକାରୀ ଟିମ ରାଜସ୍ଥାନର ୭ଟି ସ୍ଥାନରେ ରେଡ୍‌ କରିଛି।

Advertisment
NIA Investigation PFI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe