Advertisment

ଆକ୍ସନ ମୁଡରେ ଏନଆଇଏ, ଏକ ସଙ୍ଗେ ଶହେ ଜାଗାରେ ରେଡ

ଏନଆଇଏ ପକ୍ଷରୁ ଆଜି ସକାଳୁ ସକାଳୁ ଆରମ୍ଭ ହୋଇଛି ବଡ ଧରଣର ରେଡ୍ । ୬ଟି ରାଜ୍ୟର ୧୦୦ରୁ ଅଧିକ ସ୍ଥାନରେ ଏକକାଳୀନ ଚଢଉ ଚାଲିଛି ।

author-image
Niharika Rout
NIA Raid

NIA Raid

ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟର ଓ ଡ୍ରଗ୍ସ ମାଫିଆଙ୍କ ଲିଙ୍କ ଖୋଜି ବାହାର କରିବାକୁ ଆକ୍ସନ ମୁଡକୁ ଚାଲି ଆସିଛି ଏନଆଇଏ । ଏନଆଇଏ (ଜାତୀୟ ସୁରକ୍ଷା ଏଜେନ୍ସି) ପକ୍ଷରୁ ଆଜି ସକାଳୁ ସକାଳୁ ଆରମ୍ଭ ହୋଇଛି ବଡ ଧରଣର ରେଡ୍ । ୬ଟି ରାଜ୍ୟର ୧୦୦ରୁ ଅଧିକ ସ୍ଥାନରେ ଏକକାଳୀନ ଚଢଉ ଚାଲିଛି । ଏନଆଇଏ ଟିମ୍ ପକ୍ଷରୁ ହରିଆଣା, ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶରେ ଏହି ଚଢଉ କରାଯାଇଛି।

Advertisment

ସ୍ଥାନୀୟ ପୁଲିସ ସହଯୋଗରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଘର ଉପରେ ଆଜି ଭୋରରୁ ଚଢଉ ଚାଲିଛି । ଏଯାବତ ଏନଆଇଏ ବିଭିନ୍ନ ଅପରାଧିକ ସଙ୍ଗଠନର ୧୯ ଜଣଙ୍କୁ ଗିରଫ କରି ସାରିଛି। ଆତଙ୍କବାଦୀମାନେ ପାଣ୍ଠି ଯୋଗାଡ ପାଇଁ ଗ୍ୟାଙ୍ଗଷ୍ଟର ଓ ଡ୍ରଗ୍ସ ମାଫିଆଙ୍କ ସହାୟତା ନେଉଥିବା ଜଣାପଡିବା ପରେ ଏନଆଇଏ ପକ୍ଷରୁ ଏହି ଅପରେସନ ଆରମ୍ଭ ହୋଇଛି ।

ଗତ ବର୍ଷ ଏନଆଇଏ ଏନେଇ ୩ଟି ମାମଲା ରୁଜୁ କରିବା ପରେ ତଦନ୍ତ ଆରମ୍ଭ କରିଥିଲା। ପଞ୍ଜାବ ମୋହାଲିସ୍ଥିତ ପୁଲିସ୍‌ ଗୁଇନ୍ଦା କାର୍ଯ୍ୟାଳୟ ଉପରେ ହୋଇଥିବା ବୋମାମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ଦୀପକ ରଙ୍ଗାଙ୍କୁ ଗତ ଜାନୁୟାରୀ ୨୫ରେ ଗିରଫ କରିଥିଲା ଏନଆଇଏ । ସେ କାନାଡ଼ାରେ ରହୁଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲଖବୀର ସିଂ ସାନ୍ଧୁ ଓ ପାକିସ୍ତାନ ଆତଙ୍କୀ ହରବିନ୍ଦର ସିଂ ସାନ୍ଧୁ ସହ ଲିଙ୍କରେ ଥିବା ଜଣାପଡ଼ିଥିଲା।

Advertisment

ପଞ୍ଜାବ ମୋହାଲିସ୍ଥିତ ପୁଲିସ୍‌ ଗୁଇନ୍ଦା କାର୍ଯ୍ୟାଳୟ ଉପରେ ଆକ୍ରମଣ ବାଦ ଦୀପକ ଆହୁରି ବହୁ ହିଂସାକାଣ୍ଡରେ ସାମିଲ ଥିବା ତଦନ୍ତରୁ ଜଣାଯାଇଛି। ସେ ଉଭୟ ଲଖବୀର ସିଂ ଓ ହରବିନ୍ଦର ସିଂଙ୍କଠାରୁ ଆତଙ୍କି ଫଣ୍ଡ ଯୋଗାଡ଼ କରିବା ସହ ଅସ୍ତଶସ୍ତ୍ର ସହାତୟତା ବି ପାଉଥିଲା ।

ଏନେଇ ଏନଆଇଏ ୨୦୨୨ ସେପ୍ଟେମ୍ବର ୨୦ରେ ଏକ ମାମଲା ରୁଜୁ କରି ନିଜ ତରଫରୁ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହାବାଦ ସୀମା ଆର ପଟୁ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ ଦେଶ ଭିତରକୁ ପଠା ଯାଉଥିବା ଖବର ପାଇ ଏନଆଇଏ ଘନଘନ ଚଢ଼ାଉ କରୁଛି। ଏହି ନେଟୱାର୍କରେ ସାମିଲ ଥିବା ୨ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ଓ ଜଣେ ପାଣ୍ଠି ଯୋଗାଡ଼କାରୀଙ୍କୁ ଗିରଫ କରାଯାଇଛି।

Raid Nia