Advertisment

ଆତଙ୍କବାଦୀ-ଗ୍ୟାଙ୍ଗଷ୍ଟର ଲିଙ୍କ୍‌: ୭୨ଟି ସ୍ଥାନରେ ଏନଆଇଏର ରେଡ୍‌

ଉତ୍ତର ପ୍ରଦେଶ, ହରିଆଣା, ରାଜସ୍ଥାନ ଓ ଦିଲ୍ଲୀ-ଏନସିଆରର ବିଭିନ୍ନ ସ୍ଥାନରେ ଆଜି ସକାଳୁ ଛାନଭିନ କରାଯାଉଛି।

NIA

NIA

Advertisment

ବିଭିନ୍ନ ଆତଙ୍କବାଦୀ ସଂଗଠନ ସହ ଦେଶରେ ସକ୍ରିୟ ଗ୍ୟାଙ୍ଗଷ୍ଟରମାନଙ୍କ ଲିକ୍‌ ଥିବା ଜଣାପଡ଼ିବା ପରେ ଆଜି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଏକକାଳୀନ ଦେଶର ୭୨ଟି ସ୍ଥାନରେ ରେଡ୍‌ ଆରମ୍ଭ କରିଛି। ଉତ୍ତର ପ୍ରଦେଶ, ହରିଆଣା, ରାଜସ୍ଥାନ ଓ ଦିଲ୍ଲୀ-ଏନସିଆରର ବିଭିନ୍ନ ସ୍ଥାନରେ ଆଜି ସକାଳୁ ଛାନଭିନ କରାଯାଉଛି।

Advertisment

ଉତ୍ତର ପ୍ରଦେଶରେ ଏନଆଇର ଅଧିକାରୀମାନେ ପିଲିଭିଟରେ ଅସ୍ତ୍ରଶସ୍ତ୍ର ଚାଲାଣ କରୁଥିବା ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ଉ କରିଛନ୍ତି। ରେଡ୍‌ ବେଳେ ପାକିସ୍ତାନରୁ ଆସିଥିବା ବିଭିନ୍ନ ଅସ୍ତ୍ରଶସ୍ତ୍ର ମଧ୍ୟ ଏନଆଇଏକୁ ମିଳିଥିବା ଜଣାପଡ଼ିଛି। ଏନଆଇଏ ପ୍ରଥମେ ଲରେନ୍ସ ବିଷ୍ଣୋଇ ଓ ନୀରଜ ବାୱାନ ଗ୍ୟାଙ୍ଗର ୧୨ରୁ ଅଧିକ ସଦସ୍ୟଙ୍କୁ ଜେରା କରିଥିଲା। ସେମାନଙ୍କ ଠାରୁ ତଥ୍ୟ ହାସଲ କରିବା ପରେ ରେଡ ଆରମ୍ଭ କରାଯାଇଛି।

ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଓ ଗ୍ୟାଙ୍ଗଷ୍ଟରଙ୍କ ଲିଙ୍କର ଖୋଳତାଡ଼ କରୁଥିବା ଏନଆଇଏ ୪ର୍ଥ ଥର ପାଇଁ ଦେଶର ବିଭିନ୍ନ ରାଜ୍ୟରେ ଏପରି ରେଡ କରିଛି। ପୂର୍ବରୁ ହୋଇଥିବା ରେଡ୍‌ ବେଳେ ଅନେକ ଗ୍ୟାଙ୍ଗଷ୍ଟରମାନଙ୍କୁ ଗିରଫ କରାଯାଇଥିଲା ଓ ସେମାନଙ୍କ ବିରୋଧରେ ୟୁଏପିଏ ବଳରେ ମାମଲା ରୁଜୁ କରାଯାଇଥିଲା। ସେହିପରି ସେମାନଙ୍କ ନିକଟରୁ ଅନେକ ପ୍ରକାରର ଅସ୍ତ୍ରଶସ୍ତ୍ର ମଧ୍ୟ ମିଳିଥିଲା।

Advertisment

ଗତବର୍ଷ ଅକ୍ଟୋବର ମାସରେ ଏନଆଇଏ ୫ଟି ରାଜ୍ୟର ପ୍ରାୟ ୫୦ଟି ସ୍ଥାନରେ ଚଢ଼ଉ କରିଥିଲା। ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟାର ଓ ଡ୍ରଗ୍ସ କାରବାର କରୁଥିବା ଲୋକଙ୍କ ଠିକଣାରେ ଏପରି ରେଡ୍‌ ହୋଇଥିଲା।

Terrorist NIA Investigation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe