Advertisment

ସ୍ୱର୍ଣ୍ଣ ମନ୍ଦିର ନିକଟରେ ବୋମା ଫୁଟିବା ଘଟଣା; ତଦନ୍ତ କରିବ NIA

NIA ଟିମ୍‌ ବୋମା ବିସ୍ଫୋରଣ ସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ କରିଛି। ଏଥିସହ ଅମୃତସର କମିଶନରେଟ ପୁଲିସ୍ ଅଧିକାରୀଙ୍କ ସହ ଆଲୋଚନା କରିଛି।

ଅଦ୍ୟତନ ହୋଇଛି
undefined

NIA Team

Advertisment

ପଞ୍ଜାବର ଅମୃତସରସ୍ଥିତ ସ୍ୱର୍ଣ୍ଣ ମନ୍ଦିର ନିକଟରେ ୨ ଥର ବୋମା ମାଡ଼ ହୋଇଥିବା ବେଳେ ଏହାର କାରଣ ଓ ଏହା ପଛରେ ଥିବା ଅଭିଯୁକ୍ତଙ୍କ ଟେର ପାଉନି ପୁଲିସ୍ । ତେଣୁ ଏହି ଘଟଣାର ତଦନ୍ତ କରିବ NIA ଟିମ୍‌ ।

Advertisment

NIA ଟିମ୍‌ ବୋମା ବିସ୍ଫୋରଣ ସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ କରିଛି। ଏଥିସହ ଅମୃତସର କମିଶନରେଟ ପୁଲିସ୍ ଅଧିକାରୀଙ୍କ ସହ ଆଲୋଚନା କରିଛି।  ଫରେନସିକ୍‌ ଟିମ୍‌ ସଦସ୍ୟଙ୍କୁ ବି ଘଟଣା ସମ୍ପର୍କରେ ପଚରାଉଚରା କରିଛି NIA ଟିମ୍‌ ।

ଗତ ଶନିବାର ସନ୍ଧ୍ୟାରେ ଓ ସୋମବାର ସକାଳେ ସ୍ୱର୍ଣ୍ଣ ମନ୍ଦିର ନିକଟ ହେରିଟେଜ ଷ୍ଟ୍ରିଟରେ ୨ଟି ବୋମା ବିସ୍ଫୋରଣ ହୋଇଥିଲା। ପୁଲିସ୍ ଏବେ ଉକ୍ତ ୨ ଦିନର ସିସିଟିଭି ଫୁଟେଜ ସଂଗ୍ରହ କରି ତାହାର ଯାଞ୍ଚ କରୁଛି। ଏହି ବିସ୍ଫୋରଣରେ କିଛି ସ୍ଥାନୀୟ ଲୋକ ଓ ଶ୍ରଦ୍ଧାଳୁ ଆହତ ହୋଇଥିଲେ।

Advertisment

ପଞ୍ଜାବ ପୁଲିସ୍‌ ଏହି ଘଟଣାର ତଦନ୍ତ କରୁଥିଲେ ବି ଅଭିଯୁକ୍ତଙ୍କ ଟେର ପାଇପାରୁନି। ତେଣୁ ଏହି ମାମଲା ଏବେ ଏନଆଇଏ ହାତକୁ ଚାଲି ଯାଇଛି। ଏବେ ଏନଆଇଏ ତଦନ୍ତର ଫଳାଫଳ ଉପରେ ସମସ୍ତଙ୍କ ନଜର ।

ସୂଚନାଯୋଗ୍ୟ, ଗତ ଶନିବାର ରାତିରେ ହେରିଟେଜ ଷ୍ଟ୍ରିଟରେ ଏକ ବୋମା ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା । ଉକ୍ତ ବିସ୍ଫୋରଣରେ ଜଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ଆଖପାଖ ଘରର ଝରକା ଭାଙ୍ଗି ଯାଇଥିଲା। ଏଥିସହ କିଛି ଶ୍ରଦ୍ଧାଳୁ ବି ଆହତ ହୋଇଥିଲେ।

ଏହାପରେ ଗତକାଲି ସକାଳେ ସମାନ ସ୍ଥାନରେ ଫୁଟିଥିଲା ବୋମା । ଏହାର ଶବ୍ଦ ପ୍ରାୟ ୧ କିମି ବ୍ୟାପୀ ସ୍ୱର୍ଣ୍ଣମନ୍ଦିର ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା। ଏହି ଶବ୍ଦ ଶୁଣି ସ୍ଥାନୀୟ ଲୋକଙ୍କ ସମେତ ଶ୍ରଦ୍ଧାଳୁ ଭୟଭୀତ ହୋଇ ପଡ଼ିଥିଲେ।

Bomb Blast Punjab NIA Investigation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe