Advertisment

ଟିଏମ୍‌ସି ନେତାଙ୍କୁ ବାନ୍ଧିବାକୁ ଯାଇଥିବା NIA ଟିମ୍‌ ଉପରକୁ ପଥର ମାଡ଼

ଏକ ବିସ୍ଫୋରଣ ମାମଲାରେ ତୃଣମୂଳ କଂଗ୍ରେସ ନେତା ମନବେନ୍ଦ୍ର ଜାନାଙ୍କୁ ବାନ୍ଧିବାକୁ ଆଜି ଭୋରରୁ ଯାଇଥିବା (NIA) ଟିମ୍‌ ଉପରେ ହୋଇଛି ଆଖିବୁଜା ପଥର ମାଡ଼ ।

author-image
Niharika Rout
NIA Team

NIA Team

ଟିଏମ୍‌ସି ନେତାଙ୍କୁ ବାନ୍ଧିବାକୁ ଯାଇ ଆକ୍ରମଣର ଶିକାର ହେଲେ (NIA) ଟିମ୍‌। ଏକ ବିସ୍ଫୋରଣ ମାମଲାରେ ତୃଣମୂଳ କଂଗ୍ରେସ ନେତା ମନବେନ୍ଦ୍ର ଜାନାଙ୍କୁ ବାନ୍ଧିବାକୁ ଆଜି ଭୋରରୁ ଯାଇଥିବା (NIA) ଟିମ୍‌ ଉପରେ ହୋଇଛି ଆଖିବୁଜା ପଥର ମାଡ଼ ।

Advertisment

୨୦୨୨ ମସିହାରେ ହୋଇଥିବା ଏକ ବିସ୍ଫୋରଣ ମାମଲାରେ ମନବେନ୍ଦ୍ର ଜାନାଙ୍କ ସମ୍ପୃକ୍ତି ନେଇ (NIA) ହାତରେ ପ୍ରମାଣ ଲାଗିଥିଲା। ଏହି ମାମଲାରେ ତାଙ୍କୁ ବାନ୍ଧିବାକୁ ଆଜି ଭୋରରୁ ଭୂପତିନଗରରେ ପହଞ୍ଚିଥିଲା (NIA) ଟିମ୍‌ । ମାତ୍ର ସେଠାରେ ଉପସ୍ଥିତ ଶତାଧିକ ଲୋକେ NIA ଟିମ୍‌ ଉପରକୁ ପଥର ମାଡ଼ କରଥିଲେ। ଏଥିରେ ଟିମ୍‌ ସଦସ୍ୟଙ୍କ କାର୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେମାନେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି। NIA ପକ୍ଷରୁ ମନବେନ୍ଦ୍ର ଜାନା ଓ କିଛି ଅଜ୍ଞାନ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି।

୨୦୨୨ ମସିହା ଡିସେମ୍ବର ୩ ତାରିଖରେ ଭୂପତିନଗରରେ ଏକ ବିସ୍ଫୋରଣ ଘଟଣାରେ ଏକ ଘର ଧ୍ୱସଂ ହୋଇ ଯାଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। NIA ଏହି ମାମଲାର ତଦନ୍ତ କରୁଥିବା ବେଳେ ପଚାରାଉଚରା ପାଇଁ ଗତ ମାସ ୮ ଟିଏମ୍‌ସି ନେତାଙ୍କୁ ପଚରାଉଚରା ପାଇଁ ସମନ ଜାରି କରିଥିଲା। ମାତ୍ର ବାରମ୍ବାର ସମନ ଜାରି ସତ୍ତ୍ୱେ ସେମାନେ ହାଜର ହେଉ ନ ଥିଲେ। ଏହି ମାମଲାରେ ମାନବେନ୍ଦ୍ରଙ୍କୁ ଗିରଫ କରିବା ନିମନ୍ତେ ଆଜି ଭୋରରୁ NIA ଟିମ୍‌ ଭୂପତିନଗରରେ ପହଞ୍ଚିଥିବା ବେଳେ ଆକ୍ରମଣର ଶିକାର ହୋଇଛି।

Advertisment

ଦୁଇ ମାସ ପୂର୍ବେ ସନ୍ଦେଶଖାଲିରେ ମଧ୍ୟ NIA ଟିମ୍‌ ଉପରେ ଆକ୍ରମଣ ହୋଇଥିଲା। କେନ୍ଦ୍ରୀୟ ଟିମ୍ ସ୍ଥାନୀୟ ଟିଏମ୍‌ସି ନେତା ଶାହଜାହାଁ ଶେଖଙ୍କ ଘର ଉପରେ ରେଡ କରିବାକୁ ଯିବା ସମୟରେ ଏହି ଆକ୍ରମଣ ହୋଇଥିଲା। ଶେଖଙ୍କ ସମର୍ଥକ ଇଡି ଟିମ୍‌ ସହ ମଧ୍ୟ NIA ଟିମ୍‌ ଉପରେ ହାମଲା କରିଥିଲେ। କେନ୍ଦ୍ରୀୟ ଟିମ୍‌ ଉପରେ ଆଖିବୁଜା ପଥର ମାଡ଼ ହୋଇଥିବା ବେଳେ ୩ ଅଧିକାରୀ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

West Bengal TMC NIA Investigation