Advertisment

କେରଳ ଟ୍ରେନ ପୋଡ଼ି ଘଟଣାର ତଦନ୍ତ କରିବ ଏନଆଇଏ, ଜାକିର ନାଏକ ଲିଙ୍କ ସାମ୍ନାକୁ ଆସିଲା

ଟ୍ରେନ ପୋଡ଼ି ଘଟଣାରେ ଗିରଫ ହୋଇଥିବା ଶାହରୁଖ ସୈଫି ଏବେ ବିଚାର ବିଭାଗୀୟ ହାଜତରେ ରହିଛି। ତାକୁ ଭିୟୁର କେନ୍ଦ୍ରୀୟ ଜେଲକୁ ଖୁବଶୀଘ୍ର ସ୍ଥାନାନ୍ତର କରାଯିବ। ଶାହରୁଖର ଘର ଦିଲ୍ଲୀରେ ବୋଲି ଜଣାପଡ଼ିଛି।

Zakir Naik

Zakir Naik

Advertisment

କେରଳ ଟ୍ରେନ୍‌ ପୋଡ଼ି ଘଟଣାର ଅଭିଯୁକ୍ତ ଶାହରୁଖ ସୈଫି ନିୟମିତ ଭାବେ ବିବାଦୀୟ ଧାର୍ମିକ ପ୍ରଚାରକ ଜାକିର ନାଏକର ଭିଡିଓ ଦେଖୁଥିଲା। ସେ ମୌଳବାଦୀ ଚିନ୍ତାଧାରାରେ ଅତ୍ୟନ୍ତ ଭାବେ ପ୍ରଭାବିତ ହୋଇଥିଲା ବୋଲି କେରଳ ଏଡିଜିପି ଏମଆର ଅଜିତ କୁମାର କହିଛନ୍ତି। ଏଥିସହ ଘଟଣାର ତଦନ୍ତ ମଧ୍ୟ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) କରିବ। ଆଜି ଏନଆଇଏ ବିଧିବଦ୍ଧ ଭାବେ କେରଳ ପୁଲିସ୍‌ ଠାରୁ ଟ୍ରେନ ପୋଡ଼ି ଘଟଣାର ତଦନ୍ତ ଦାୟିତ୍ୱ ଗ୍ରହଣ କରିଛି। ଏନଆଇଏର କୋଚି ୟୁନିଟ ଘଟଣାର ତଦନ୍ତ କରିବ।

Advertisment

ଟ୍ରେନ ପୋଡ଼ି ଘଟଣାରେ ଗିରଫ ହୋଇଥିବା ଶାହରୁଖ ସୈଫି ଏବେ ବିଚାର ବିଭାଗୀୟ ହାଜତରେ ରହିଛି। ତାକୁ ଭିୟୁର କେନ୍ଦ୍ରୀୟ ଜେଲକୁ ଖୁବଶୀଘ୍ର ସ୍ଥାନାନ୍ତର କରାଯିବ। ଶାହରୁଖର ଘର ଦିଲ୍ଲୀରେ ବୋଲି ଜଣାପଡ଼ିଛି।

ଏଡିଜିପି ଅଜିତ କୁମାର କହିଛନ୍ତି, “ଯୋଜନାବଦ୍ଧ ଭାବେ ଅଭିଯୁକ୍ତ ଜଣକ ଆକ୍ରମଣ କରିଥିଲା। ସେ ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ। ସେ ଜାକିର ନାଏକ ଓ ଇସରାର ଅହମଦର ସମସ୍ତ ପ୍ରକାରର ଭିଡିଓକୁ ନିୟମିତ ଦେଖୁଥିଲା। ଶାହରୁଖ ଟ୍ରେନରେ ନିଆଁ ଲଗାଇଥିବାର ପ୍ରମାଣ ରହିଛି।

Advertisment

ସେ ଯୋଜନାବଦ୍ଧ ଭାବେ ହମଲା କରିଥିଲେ ହେଁ ତା’ର ଲିଙ୍କ କୌଣସି ଆତଙ୍କୀ ସଂଗଠନ ସହ ରହିଛି ବୋଲି ନିର୍ଦ୍ଦିଷ୍ଟ ଭାବେ କୁହାଯାଇ ନପାରେ। ଶାହରୁଖକୁ ସ୍ଥାନୀୟ ଅଞ୍ଚଳରେ କେଉଁମାନେ ସହଯୋଗ କରିଥିଲେ, ତା’ର ତଦନ୍ତ ପୁଲିସ କରୁଛି। ସମସ୍ତ ପ୍ରକାରର ପ୍ରମାଣକୁ ଭଲ ଭାବେ ଯାଞ୍ଚ କରାଯାଉଛି।”

ଏପ୍ରିଲ ୨ରେ ଅଲଫୁଜା-କନ୍ନୁର ଏକ୍ସପ୍ରେସ କୋଝିକୋଡ ରେଳ ଷ୍ଟେସନ ଛାଡ଼ିବା କ୍ଷଣି ଜଣେ ଯୁବକ ଦହନଶୀଳ ଜିନିଷ ସହଯାତ୍ରୀଙ୍କ ଉପରେ ଢାଳି ନିଆଁ ଲଗାଇ ଦେଇଥିଲା। ଟ୍ରେନର ଡି-୧ କୋଚ୍‌ରେ ଏହି ଘଟଣା ଘଟିଥିଲା। ଘଟଣାର କିଛି ସମୟ ପରେ ରେଳ ଧାରଣାରୁ ଜଣେ ଶିଶୁଙ୍କ ସମେତ ୩ ଜଣଙ୍କ ମୃତଦେହ ମିଳିଥିଲା। ଏହି ୩ ଜଣ ଟ୍ରେନରେ ନିଆଁ ଲାଗିଯିବା ଭୟରେ ତଳକୁ ଡେଇଁ ପ୍ରାଣ ହରାଇଥିବା କୁହାଯାଉଛି।

ଟ୍ରେନରେ ଏପରି କାଣ୍ଡ ଘଟାଇ ଅଭିଯୁକ୍ତ ଜଣଙ୍କ ଚମ୍ପଟ ମାରିଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ ପୁଲିସ୍‌ ତା’କୁ ଗିରଫ କରିଥିଲା।

Kerala NIA Investigation Train
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe