Advertisment

କେରଳର ଟ୍ରେନ୍ ଯାତ୍ରୀଙ୍କ ଉପରେ ଆକ୍ରମଣ ଘଟଣାର ତଦନ୍ତ କରିବ ଏନଆଇଏ

ଗିରଫ ପରେ କୋଝିକୋଡ୍‌ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅଭିଯୁକ୍ତ ସୈଫିଙ୍କୁ ଏନ୍‌ଆଇଏର କେତେକ ଅଧିକାରୀ ଜେରା କରିଥିବା ଜଣାପଡିଛି।

author-image
Tapas Behera
undefined

NIA

କେରଳ କୋଝିକୋଡ଼ ଏଲାଥୁର ନିକଟରେ ଆଲାପ୍ପୁଝା-କନ୍ନୁର ଏକ୍ସପ୍ରେସ ଟ୍ରେନରେ ହୋଇଥିବା ବର୍ବର ଆକ୍ରମଣ ଘଟଣାରେ ଏନ୍‌ଆଇଏ ତଦନ୍ତ କରିବ। ମାମଲାରେ ଗିରଫ ଅଭିଯୁକ୍ତ ଶାରୁଖ ସୈଫିଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ଏହା ଆତଙ୍କବାଦ ମାମଲା ବୋଲି ସ୍ପଷ୍ଟ ହୋଇଛି। ଏନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ମାମଲାର ତଦନ୍ତ ଦାୟିତ୍ୱ ନେବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଗିରଫ ପରେ କୋଝିକୋଡ୍‌ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅଭିଯୁକ୍ତ ସୈଫିଙ୍କୁ ଏନ୍‌ଆଇଏର କେତେକ ଅଧିକାରୀ ଜେରା କରିଥିବା ଜଣାପଡିଛି।

Advertisment

ଏନେଇ ତଦନ୍ତକାରୀ ସଂସ୍ଥା ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ସବିଶେଷ ରିପୋର୍ଟ ପ୍ରଦାନ କରିବ। ଉକ୍ତ ଘଟଣାର ତଦନ୍ତ ପାଇଁ ମଲପ୍ପୁରମ କ୍ରାଇମ ବ୍ରାଞ୍ଚ୍ ଏସ୍ପି ପି ବିକ୍ରମନଙ୍କ ନେତୃତ୍ବରେ ଏକ ୧୮ ଜଣିଆ ସଦସ୍ୟ ବିଶିଷ୍ଟ ଏସଆଇଟି ଗଠନ ହୋଇଛି। ଏନଆଇଏ ମଧ୍ୟ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ କରିଛି।

ଗତ ରବିବାର ରାତିରେ ଏହି ଘଟଣା ଘଟିଥିଲା। ଆଲାପ୍ପୁଝା-କନ୍ନୁର ଏକ୍ସପ୍ରେସ ଟ୍ରେନରେ ଜଣେ ବ୍ୟକ୍ତି ହଠାତ କିଛି ବ୍ୟକ୍ତିଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।

Advertisment
Crime