Advertisment

ଦକ୍ଷିଣ ଆଫ୍ରିକାରୁ ଧରାପଡିଲା NIAର ମୋଷ୍ଟ ଓ୍ୱାଣ୍ଟେଡ୍‌ ଅପରାଧୀ

୨୦୧୬ରେ ବେଙ୍ଗାଲୁରୁରେ ଆରଏସଏସ ନେତା ରୁଦ୍ରେଶଙ୍କୁ ସେ ହତ୍ୟା କରିଥିବା ଅଭିଯୋଗ ରହିଛି।

Mohammad Ghaus Niazi

Mohammad Ghaus Niazi

Advertisment

ଧରା ପଡିଲା ଏନ୍‌ଆଇଏର ମୋଷ୍ଟ ଓ୍ୱାଣ୍ଟେଡ୍‌ ଅପରାଧୀ ମହମ୍ମଦ ଗେସ୍‌ ନିୟାଜି। ତାକୁ ଆଜି ଦକ୍ଷିଣ ଆଫ୍ରିକାରୁ ଗିରଫ କରାଯାଇଛି। ଏନ୍‌ଆଇଏ ମହମ୍ମଦ ଗେସ୍‌ଙ୍କ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା।

Advertisment

ଉଗ୍ରବାଦୀ ଇସଲାମ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ)ର ମହମ୍ମଦ ଗେସ୍‌ ନିଆଜି ଏକ ପ୍ରମୁଖ ଚେହେରା ରହି ଆସିଛି। ୨୦୧୬ରେ ବେଙ୍ଗାଲୁରୁରେ ଆରଏସଏସ ନେତା ରୁଦ୍ରେଶଙ୍କୁ ସେ ହତ୍ୟା କରିଥିବା ଅଭିଯୋଗ ରହିଛି। ଗୁଜରାଟ ଏଟିଏସ୍‌ ସର୍ବ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ନିୟାଜିକୁ ଟ୍ରାକ୍‌ କରିଥିଲା। ପରେ କେନ୍ଦ୍ରୀୟ ଏଜେନ୍ସିକୁ ସୂଚନା ଦେଇଥିଲା। ଏହା ପରେ ନିଆଜିକୁ ଦକ୍ଷିଣ ଆଫ୍ରିକାରୁ ଗିରଫ କରାଯାଇ ଭାରତକୁ ଅଣାଯାଛି। ବର୍ତ୍ତମାନ ମହମ୍ମଦ ଗେସ୍‌ ନିଆଜିଙ୍କୁ ମୁମ୍ବାଇ ନିଆଯାଇଛି।

ବେଙ୍ଗାଲୁରୁରେ ଆରଏସଏସ କାର୍ଯ୍ୟକ୍ରମରେ ଯୋଗଦେବା ପରେ ରୁଦ୍ରେଶ ଘରକୁ ଫେରୁଥିଲେ। ଏହି ସମୟରେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ରୁଦ୍ରଶଙ୍କର ମୃତ୍ୟୁ ହୋଇଥିଲା। ସଂଘ ନେତାଙ୍କୁ ହତ୍ୟା କରିବା ପରେ ମହମ୍ମଦ ଗେସ ନିଆଜି ବିଦେଶକୁ ଫେରାର ହେବାରେ ସଫଳ ହୋଇଥିଲା।

Advertisment

ତେବେ ଗୁଜରାଟ ପୁଲିସ ନିଆଜିର ପିଛା କରିବା ବନ୍ଦ କରିନଥିଲା। ପୁଲିସ ଲଗାତର ନିଆଜିକୁ ଖୋଜୁଥିଲା। ନିଆଜି ବିଦେଶରେ ମଧ୍ୟ ଲଗାତର ନିଜ ଠିକଣା ବଦଳାଉଥିଲା। ତେଣୁ ତାକୁ ଖୋଜିବା ପୁଲିସ ପକ୍ଷେ କଷ୍ଟ ସାଧ୍ୟ ହୋଇଥିଲା। ତାକୁ ଧରିବାକୁ ୬ ବର୍ଷ ସମୟ ଲାଗି ଯାଇଥିଲା।

NIA Investigation Mohammad Ghaus Niazi RSS Leader Rudresh Kumar NIA South Africa
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe