Advertisment

ଓଡ଼ିଶାରେ ମୁଣ୍ଡ ଫଟା ଖରା, ମୁମ୍ବାଇରେ ୪୯ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ଓଡ଼ିଶାବାସୀ ବର୍ଷା ପାଇଁ ଡହଳବିକଳ ହେଉଥିବା ବେଳେ ମୁମ୍ବାଇବାସୀଙ୍କୁ କିନ୍ତୁ ଆଶ୍ୱସ୍ତି ମିଳିଛି। ଗୁରୁବାର ବିଳମ୍ବିତ ରାତିରେ ମୁମ୍ବାଇରେ ଦୀର୍ଘ ଘଣ୍ଟାଏରୁ ଅଧିକ ସମୟ ଧରି ପ୍ରବଳ ବର୍ଷା ହୋଇଛି।

ଅଦ୍ୟତନ ହୋଇଛି
Rain

Rain

Advertisment

ପାଣିପାଗ ପରିବର୍ତ୍ତନର ବିରଳ ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ବିଗତ କିଛି ଦିନ ହେଲା ଓଡ଼ିଶା ସମେତ ଏକାଧିକ ରାଜ୍ୟରେ ଟାଣ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି। ଗୁରୁବାର ସ୍ଥିତି ଏପରି ହୋଇଥିଲା ଯେ ଓଡ଼ିଶାର ବାରିପଦା ବିଶ୍ୱର ସର୍ବାଧିକ ଉତ୍ତପ୍ତ ସହର ବନିଥିଲା।

Advertisment

ଏଠାରେ ପାରଦ ୪୩.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ଆଜି ମଧ୍ୟ ଝାରୁସୁଗୁଡ଼ାରେ ତାପମାତ୍ରା ଦିନ ୨.୩୦ ସୁଦ୍ଧା ୪୨ ଡିଗ୍ରୀ ପାର କରିଛି। ଆଗକୁ ଗ୍ରୀଷ୍ମର ପ୍ରକୋପ ଅଧିକ ରହିବ ବୋଲି କୁହାଯାଉଛି।

ଓଡ଼ିଶାବାସୀ ବର୍ଷା ପାଇଁ ଡହଳବିକଳ ହେଉଥିବା ବେଳେ ମୁମ୍ବାଇବାସୀଙ୍କୁ କିନ୍ତୁ ଆଶ୍ୱସ୍ତି ମିଳିଛି। ଗୁରୁବାର ବିଳମ୍ବିତ ରାତିରେ ମୁମ୍ବାଇରେ ଦୀର୍ଘ ଘଣ୍ଟାଏରୁ ଅଧିକ ସମୟ ଧରି ପ୍ରବଳ ବର୍ଷା ହୋଇଛି। ଘଡ଼ଘଡ଼ି ସହ ବର୍ଷା ପ୍ରବଳ ଗରମ ଓ ଗୁଳୁଗୁଳିରୁ ଲୋକଙ୍କୁ ସାମାନ୍ୟ ମୁକ୍ତି ଦେଇଛି। ତେବେ ଗତକାଲିର ବର୍ଷା ମୁମ୍ବାଇରେ ୪୯ ବର୍ଷର ରେକର୍ଡ ଭାଙ୍ଗିଛି।

Advertisment

ଏପ୍ରିଲ ମାସରେ ମୁମ୍ବାଇରେ ବିଗତ ୪୯ ବର୍ଷ ମଧ୍ୟରେ ଏତେ ମାତ୍ରାରେ ବର୍ଷା କେବେ ହେଲେ ରେକର୍ଡ ହୋଇ ନଥିଲା। ସହରର ପଶ୍ଚିମ ଉପକଣ୍ଠରେ ଥିବା ବୋରିଭଲି, ଛାରକୋପ, ଗୋରେଗାଓଁ, ଜୋଗେ-ଶୱାରି, ଭିଲେ ପାର୍ଲେ ଓ ଝୁହୁ ଅଞ୍ଚଳରେ ସବୁଠାରୁ ଅଧିକ ବର୍ଷା ଓ ବିଜୁଳି ମାରିଛି।

ସାନ୍ତକ୍ରୁଜ ପାଣିପାଗ କେନ୍ଦ୍ର ରାତି ୧ଟାରୁ ୨ଟା ମଧ୍ୟରେ ୧୫ମିମି ବର୍ଷା ରେକର୍ଡ କରିଛି। ଏହା ଏପ୍ରିଲ ମାସରେ ସହରରେ ରେକର୍ଡ ପରିମାଣର ବର୍ଷା। ଏହାପୂର୍ବରୁ ୧୯୭୪ ମସିହା ଏପ୍ରିଲ ୨୨ରେ ସହରରେ ସର୍ବାଧିକ ୭.୨ମିମି ବର୍ଷା ରେକର୍ଡ କରାଯାଇଥିଲା। ହେଲେ ଗତକାଲି ଏହାଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି।

ତେବେ କୋଲାବା ପାଣିପାଗ ଷ୍ଟେସନ କୌଣସି ପ୍ରକାରର ବର୍ଷା ରେକର୍ଡ କରିନି। ଏହି ପାଣିପାଗ ଷ୍ଟେସନରେ ସର୍ବକାଳୀନ ବର୍ଷା ୧୯୭୪ ମସିହା ଏପ୍ରିଲ ୧୮ରେ ରେକର୍ଡ କରାଯାଇଥିଲା। ସେହିଦିନ ୩୭.୩ମିମି ବର୍ଷା ହୋଇଥିଲା।

ବିଏମସିର ଅଟୋମେଟିକ ପାଣିପାଗ ଷ୍ଟେସନରେ ଉପଲବ୍ଧ ତଥ୍ୟ ଅନୁସାରେ, ଗୋରେଗାଓଁରେ ୨୧ମିମି, ବୋରିଭଲିରେ ୧୯ମିମି, ଜୋଗେଶୱାରିରେ ୧୭ମିମି, ମାରୋଲରେ ୧୪ମିମି ଓ କାଣ୍ଡିଭଲିରେ ୧୨ମିମି ବର୍ଷା ଏକ ଘଣ୍ଟା ମଧ୍ୟରେ ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ଆକଳନ କରିଛି ଯେ ଶୁକ୍ରବାର ଓ ଶନିବାର ମଧ୍ୟ ସହରର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇପାରେ।

Odisha Mumbai Heat Wave Rain
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe