Advertisment

ରାଜଧାନୀରେ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି, କଣ କହିଲେ ନିକ୍କିଙ୍କ ବାପା

ରାଜଧାନୀ ଦିଲ୍ଲୀରେ ପୁଣି ଏକ ଅଭାବନୀୟ ଘଟଣାକୁନେଇ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଅଦ୍ୟତନ ହୋଇଛି
Delhi murder case

Delhi murder case

Advertisment

ରାଜଧାନୀ ଦିଲ୍ଲୀରେ ଘଟିଥିବା ପୁଣି ଏକ ଅଭାବନୀୟ ଘଟଣାକୁନେଇ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶ୍ରଦ୍ଧା ୱାଲକରଙ୍କ ଭଳି ସମାନ ଢଙ୍ଗରେ ଆଉ ଜଣେ ଯୁବତୀଙ୍କ ଜୀବନ ଯାଇଛି। ଲିଭ ଇନରେ ଥିବା ଏହି ଯୁବତୀଙ୍କୁ ତାଙ୍କ ଲାଇଫ ପାର୍ଟନର ହତ୍ୟା କରିବା ପରେ ରହସ୍ୟର ଗୁମର ଫିଟୁଛି। ହତ୍ୟାକାଣ୍ଡରେ ଶିକାର ହୋଇଥିବା ଯୁବତୀ ନିକ୍କି ଯାଦବଙ୍କ ବାପା ବୁଧବାର କହିଛନ୍ତି ଯେ, ଝିଅର ଲିଭ ଇନ୍‌ ସମ୍ପର୍କ ବିଷୟରେ ସେ ଅବଗତ ନଥିଲେ। ଦିଲ୍ଲୀ ପୁଲିସ ତାଙ୍କୁ ଯୋଗାଯୋଗ କରି ହତ୍ୟା ବିଷୟରେ ଜଣାଇଥିଲା। ବିଷେଶସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ଫେବୃଆରୀ ୧୦ରେ ନିକ୍କି ଗୋଆ ଯାତ୍ରା କରିବାକୁ ଯୋଜନା କରିଥିଲେ । କିନ୍ତୁ ତାଙ୍କ ପାର୍ଟନର ସାହିଲ ଅନ୍ୟତ୍ର ବିବାହ କରୁଥିବା ଜାଣିବା ପରେ ଗସ୍ତ ବାତିଲ କରିଥିଲେ।

Advertisment

ଫେବୃଆରୀ ୧୦ରେ ୨୨ ବର୍ଷୀୟ ଯୁବତୀ ନିକ୍କି ଯାଦବଙ୍କୁ ତାଙ୍କ ପାର୍ଟନର ସାହିଲ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ସେ ତାଙ୍କ ମୃତଦେହକୁ ନଜାଫଗଡର ଜଫଗଡ଼ର ମିତ୍ରାଓଁ ଗାଁ ଉପକଣ୍ଠରେ ଥିବା ଗୋଟିଏ ଢାବାର ଫ୍ରିଜ୍‌ ମଧ୍ୟରେ ରଖି ଫେରାର ହୋଇଯାଇଥିଲେ। ସାହିଲ କାରରେ ଥିବା ମୋବାଇଲ ଡାଟା କେବୁଲକୁ ବ୍ୟବହାର କରି ନିକ୍କିଙ୍କୁ ହତ୍ୟା କରିଥିଲେ।

ନିକ୍କିଙ୍କ ବାପା କହିଛନ୍ତି ଯେ, ହତ୍ୟାକାଣ୍ଡର ଗୋଟିଏ ଦିନ ପରେ ସେ ଫେବୃଆରୀ ୧୧ରେ ସାହିଲଙ୍କୁ ଫୋନ୍‌ କରିଥିଲେ। ସାହିଲ ତାଙ୍କୁ କହିଥିଲେ ଯେ ନିକ୍କି ତାଙ୍କ ସାଙ୍ଗମାନଙ୍କ ସହିତ ମୁସୁରୀ ଏବଂ ଡେରାଡୁନ୍ ଯାଇଛନ୍ତି । ସେ ତାଙ୍କ ଫୋନ୍ ଛାଡିଯାଇଛନ୍ତି। ନିକ୍କିଙ୍କ ବାପା ଆହୁରି କହିଛନ୍ତି ଯେ, ସାହିଲ ନିକ୍କିଙ୍କ ସହ ଯିବାକୁ ଚାହୁଁଥିଲେ। କିନ୍ତୁ ସେ ବିବାହ କରୁଥିବରୁ ନିକ୍କିଙ୍କ ସହ ଯାଇ ପାରି ନଥିବା ଭଳି ବିଭ୍ରାନ୍ତିକର କଥା କହିଥିଲେ।

Advertisment

ମଙ୍ଗଳବାର ମୁଁ ମୋ ଝିଅର ହତ୍ୟାକାଣ୍ଡ ବିଷୟରେ ଜାଣିବାକୁ ପାଇଲି। ମୁଁ ପୁଲିସ ଷ୍ଟେସନରୁ ଏକ କଲ ପାଇଲି। ଏକ ଶବକୁ ଚିହ୍ନିବା ପାଇଁ ପୁଲିସ ମୋତେ ଡାକିଥିଲା । ସେଠାରେ ପଡ଼ିଥିବା ଶବ ତାଙ୍କ ଝିଅର ବୋଲି ଚିହ୍ନଟ କରିଥିଲି। ସାହିଲଙ୍କୁ ଫାଶି ହେଉ ବୋଲି ମୁଁ ଚାହୁଁଛି। ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କୁ ଫାଶୀ ଦେବାକୁ ମୁଁ କୋର୍ଟଙ୍କୁ ଅନୁରୋଧ କରୁଛି ବୋଲି ପୀଡିତାଙ୍କ ବାପା କହିଛନ୍ତି। ସୂଚନା ଅନୁଯାୟୀ, କାରର ମୋବାଇଲ ଡାଟା କେବୁଲ ବ୍ୟବହାର କରି ନିକିଙ୍କୁ ହତ୍ୟା କରିଥିଲା । ଏହାପରେ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ନିଜ ଫ୍ରିଜରେ ରଖିଥିଲା ସାହିଲ । ପୁଲିସ ମଙ୍ଗଳବାର ଢାବାରେ ପହଞ୍ଚି ଫ୍ରିଜରୁ ଯୁବତୀଙ୍କ ଶରୀରର କଟାଖଣ୍ଡ ସବୁ ଉଦ୍ଧାର କରିଛି । ନିକ୍କି ଯାଦବ ଓ ସାହିଲ ଗେହଲଟ ଉଭୟ ଲିଭଇନରେ ରହୁଥିବା ବେଳେ ନିକି ବିବାହ ପ୍ରସ୍ତାବ ପ୍ରତ୍ୟାଖାନ କରିବାରୁ ସେ ଏହି ହତ୍ୟା କରିଥିବା କୁହାଯାଉଛି । ସେପଟେ ହତ୍ୟାକାଣ୍ଡ ଦିନ ଅନ୍ୟ ଜଣେ ମହିଳାଙ୍କୁ ସାହିଲ ବିବାହ କରିଥିବା ଜଣାପଡିଛି । ପୁଲିସ ଏହି ହତ୍ୟାକାଣ୍ଡ ମାମଲାରେ ସାହିଲକୁ ଗିରଫ କରିଛି।

India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe