Advertisment

ଷ୍ଟଡି ଟୁର ସାରି ଘରମୁହାଁ ଥିଲେ ଶହେ ପିଲା, ହଠାତ୍‌ ବେହୋସ ହୋଇଗଲେ ୯ ଛାତ୍ରୀ

ଷ୍ଟଡି ଟୁର ସାରି ଟ୍ରେନ୍‌ ଯୋଗେ ଘରକୁ ଫେରୁଥିଲେ ପ୍ରାୟ ଶହେ ଛାତ୍ରଛାତ୍ରୀ। ମାତ୍ର କିଛି ଖାଦ୍ୟ ଖାଇବା ପରେ ବେହୋସ ହୋଇଗଲେ ୯ ଛାତ୍ରୀ।

students

students

Advertisment

ଷ୍ଟଡି ଟୁର ସାରି ଟ୍ରେନ୍‌ ଯୋଗେ ଘରକୁ ଫେରୁଥିଲେ ପ୍ରାୟ ଶହେ ଛାତ୍ରଛାତ୍ରୀ। ମାତ୍ର କିଛି ଖାଦ୍ୟ ଖାଇବା ପରେ ବେହୋସ ହୋଇଗଲେ ୯ ଛାତ୍ରୀ। ସେମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି। ଏପରି ଏକ ଅସ୍ୱାଭାବିକ ଘଟଣା ପଞ୍ଜାବର ଅମୃତସରରେ ଘଟିଛି। ଫୁଡ ପଏଜନ ଯୋଗୁ ଏପରି ଘଟିଥିବା ଜଣାଯାଇଛି।

Advertisment

ମଧ୍ୟପ୍ରଦେଶର ବିଭିନ୍ନ ସ୍କୁଲର ପ୍ରାୟ ଶହେ ଛାତ୍ରଛାତ୍ରୀ ଅମୃତସରକୁ ଷ୍ଟଡି ଟୁରରେ ଯାଇଥିଲେ। ସେମାନେ ଜୁନ ୧୭ ତାରିଖରେ ନିଜ ଟୁର୍‌ରେ ବାହାରିଥିବା ବେଳେ ଗତକାଲି ଟ୍ରେନ୍‌ ଯୋଗେ ଫେରୁଥିଲେ।

ଏହି ସମୟରେ ଅମୃତସରର ଏକ ହୋଟେଲରୁ ଶିକ୍ଷକମାନେ ଖାଦ୍ୟ ପ୍ୟାକେଟ କିଣିଥିବା ବେଳେ ଟ୍ରେନ୍‌ରେ ତାହାକୁ ପିଲାଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ। ଏହାକୁ ଖାଇବା ପରେ ଅମୃତସର ଷ୍ଟେଶନ ପୂର୍ବରୁ ୯ ଜଣ ଛାତ୍ରୀ ଅସୁସ୍ଥ ଅନୁଭବ କରିବା ସହ ବେହୋସ ହୋଇ ଯାଇଥିଲେ। ଏହାପରେ ତୁରନ୍ତ ସେମାନଙ୍କୁ ଲୁଧିଆନାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ବେଳେ ଫୁଡ ପଏଜନ ଯୋଗୁ ଏପରି ହୋଇଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

Advertisment

ଖବର ପାଇ ଅସୁସ୍ଥ ଛାତ୍ରୀଙ୍କ ପରିବାର ସଦସ୍ୟ ହସ୍ପିଟାଲରେ ପହଞ୍ଚିଛନ୍ତି । ସୁସ୍ଥ ହେବା ପରେ ଆସନ୍ତା ଦିନେ ୨ ଦିନ ମଧ୍ୟରେ ସେମାନେ ନିଜ ପିଲାଙ୍କୁ ଧରି ଫେରିବେ ବୋଲି ଜଣାଯାଇଛି।

Health Punjab Students
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe