Advertisment

କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଅପବ୍ୟବହାର ହେଉଛି, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୯ ବିରୋଧୀ ଦଳ ନେତା

୨୦୧୪ ପରଠାରୁ ସିବିଆଇ ଓ ଇଡି ଭଳି ତଦନ୍ତକାରୀ ସଂସ୍ଥା ଦ୍ୱାରା ଯେଉଁ ନେତାଙ୍କ ନାଁରେ ମାମଲା କରାଯାଇଛି ବା ଯେଉଁମାନଙ୍କୁ ଗିରଫ କରାଯାଇଛି ବା ଜେରା କରାଯାଇଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ବିରୋଧୀ ଦଳର।

ଅଦ୍ୟତନ ହୋଇଛି
Prime Minister Narendra Modi

Prime Minister Narendra Modi

Advertisment

ସିବିଆଇ ଓ ଇଡି ଭଳି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଅପବ୍ୟବହାର କରାଯାଉଛି ବୋଲି ଅଭିଯୋଗ କରି ୯ଟି ବିରୋଧୀ ଦଳର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଚିଠି ଲେଖିଛନ୍ତି। ସେମାନଙ୍କ ନେତାମାନଙ୍କୁ ଫସାଇବା ପାଇଁ ଏହି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ବ୍ୟବହାର କରାଯାଉଥିବା ସେମାନେ ଚିଠିରେ ଉଲ୍ଲେଖ କରିଛନ୍ତି।

Advertisment

ପ୍ରଧାନମନ୍ତ୍ରୀଙ୍କୁ ଏଭଳି ଚିଠି ଲେଖିଥିବା ନେତାଙ୍କ ମଧ୍ୟରେ ଅଛନ୍ତି- ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ମୁଖ୍ୟ ଚନ୍ଦ୍ରଶେଖର ରାଓ, ଜମ୍ମୁ ଓ କଶ୍ମର ନ୍ୟାଶନାଲ୍ କନଫରେନ୍ସ (ଜେକେଏନ୍‌ସି) ମୁଖ୍ୟ ଫାରୁକ ଅବଦୁଲ୍ଲା, ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ, ନ୍ୟାଶନାଲ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାୱାର ଓ ଉଦ୍ଧବ ଠାକରେ।

ଏହି ନେତାମାନେ ଅଭିଯୋଗ କରିଛନ୍ତି ଯେ ୨୦୧୪ ପରଠାରୁ ସିବିଆଇ ଓ ଇଡି ଭଳି ତଦନ୍ତକାରୀ ସଂସ୍ଥା ଦ୍ୱାରା ଯେଉଁ ନେତାଙ୍କ ନାଁରେ ମାମଲା କରାଯାଇଛି ବା ଯେଉଁମାନଙ୍କୁ ଗିରଫ କରାଯାଇଛି ବା ଜେରା କରାଯାଇଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ବିରୋଧୀ ଦଳର। ଅନ୍ୟପକ୍ଷରେ ଯେଉଁ ନେତାମାନେ ବିଜେପିରେ ଯୋଗ ଦେଇଛନ୍ତି, ସେମାନଙ୍କ ନାଁରେ ମାମଲା ଥିଲେ ବି ତଦନ୍ତ ପ୍ରକ୍ରିୟାକୁ ଧିମା କରି ଦିଆଯାଉଛି।

Advertisment

ଏହାର ଉଦାହରଣ ଦେବାକୁ ଯାଇ ଏହି ନେତାମାନେ ଲେଖିଛନ୍ତି- ସାରଦା ଚିଟ୍ ଫଣ୍ଡ ଠକେଇ ମାମଲାରେ ୨୦୧୪ ଓ ୨୦୧୫ ମସିହାରେ ସିବିଆଇ ଓ ଇଡି ପୂର୍ବତନ କଂଗ୍ରେସ ନେତା ତଥା ବର୍ତ୍ତମାନର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ପଚରାଉଚରା କରିଥିଲା। କିନ୍ତୁ ସେ ବିଜେପିରେ ଯୋଗ ଦେବା ପରେ ଆଉ ଉକ୍ତ ମାମଲାର ତଦନ୍ତ ଆଗକୁ ଯାଉନାହିଁ। ସେହିପରି ତୃଣମୂଳ କଂଗ୍ରେସ ନେତା ଶୁଭେନ୍ଦୁ ଅଧିକାରୀ ଓ ମୁକୁଲ ରୟ ସାରଦା ଚିଟ୍‌ ଫଣ୍ଡ ଠକେଇ ମାମଲାରେ ଇଡି ଓ ସିବିଆଇ ସ୍କାନରେ ଥିଲେ। କିନ୍ତୁ ସେମାନେ ବିଜେପିରେ ମିଶିଲାଳ ପରେ ମାମଲା ଅଗ୍ରଗତି ହେଉନି। ମହାରାଷ୍ଟ୍ରର ନାରାୟଣ ରାଣେଙ୍କ କ୍ଷେତ୍ରରେ ମଧ୍ୟ ସମାନ କଥା ଘଟିଛି। ଏହିପରି ଅନେକ ଉଦାହରଣ ରହିଛି ବୋଲି ୯ ବିରୋଧୀ ଦଳର ନେତାମାନେ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

ED Raid PM Modi Opposition Narendra Modi CBI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe