Advertisment

ବାରାକ ଓବାମାଙ୍କ ଉପରେ ବର୍ଷିଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା କରିବା ସହ ସୀତାରମଣ ଆଜି ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି- ଏକ ପୂର୍ବତନ ରାଷ୍ଟ୍ରପତି ଯାହାର ଶାସନ ସମୟରେ ମୁସଲିମ ବହୁଳ ରାଷ୍ଟ୍ରରେ ୨୬ ହଜାରରୁ ଅଧିକ ବୋମା ପଡ଼ିଛି, ସେ ପ୍ରଶ୍ନ ଉଠାଉଛନ୍ତି।

author-image
Niranjan Mishra
ଅଦ୍ୟତନ ହୋଇଛି
Minister of Finance Nirmala Sitharaman

Minister of Finance Nirmala Sitharaman

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଉପରେ ବର୍ଷିଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ଓବାମା ଏକ ଟିଭି ସାକ୍ଷାତାକାରରେ କହିଥିଲେ ଯେ- ‘ଭାରତୀୟ ମୁସଲମାନଙ୍କ ସ୍ଥିତିକୁ ନେଇ ସେ ମୋଦିଙ୍କୁ ପଚାରିପାରିଥାଆନ୍ତେ, ମାତ୍ର ଆମେରିକା ସହ ମୋଦିଙ୍କର ଭଲ ସମ୍ପର୍କ ରହୁ ବୋଲି ସେ ଚାହୁଁଥିଲେ। ତେବେ ବି ଭାରତରେ ଧାର୍ମିକ ସ୍ୱତନ୍ତ୍ରତା ନେଇ ପ୍ରଶ୍ନ ଉଠୁଛି।’

Advertisment

ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା କରିବା ସହ ସୀତାରମଣ ଆଜି ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି- ଏକ ପୂର୍ବତନ ରାଷ୍ଟ୍ରପତି ଯାହାର ଶାସନ ସମୟରେ ୬ ମୁସଲିମ ବହୁଳ ରାଷ୍ଟ୍ରରେ ୨୬ ହଜାରରୁ ଅଧିକ ବୋମା ପଡ଼ିଛି, ସେ ପ୍ରଶ୍ନ ଉଠାଉଛନ୍ତି। ତାଙ୍କର ଏପରି ଅକ୍ଷେପ ଉପରେ କିଏ କାହିଁକି ବିଶ୍ୱାସ କରିବ।

ସୀତାରମଣ କହିଛନ୍ତି, ତାଙ୍କ ସରକାର ସବ୍‌କା ସାଥ୍ ସବକା ବିକାଶ ଚାହୁଁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆମେରିକା ଯାଇ ସେଠାରେ ସାମ୍ୱାଦିକ ସମ୍ମିଳନୀରେ କହିସାରିଛନ୍ତି। କୌଣସି ସମୁଦାୟ ସହିତ ଭେଦ ଭାବ ଚାହୁଁନାହାନ୍ତି। ମାତ୍ର କିଛି ଲୋକ ଏଭଳି ଗୁରୁତ୍ୱହୀନ ପ୍ରସଙ୍ଗ ଅଯଥାରେ ଉଠାଇ ଘା’କୁ ତାଜା କରୁଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ୧୩ ଦେଶ ପକ୍ଷରୁ ସମ୍ମାନ ଦିଆଯାଇଛି, ଯାହା ଭିତରୁ ୬ ଦେଶ ମୁସଲିମ୍‌ ବହୁଳ।

Advertisment

କଂଗ୍ରସକୁ ଟାର୍ଗେଟ କରି ସୀତାରମଣ କହିଛନ୍ତି, ସାଧାରଣ ନିର୍ବାଚନ ଆସୁଥିବାରୁ ବିଜେପିକୁ ଓ ପିଏମ୍‌ ମୋଦିଙ୍କୁ ହରାଇବା ବହୁଲ ମୁସକିଲ ବୋଲି ଜାଣି ବିଭିନ୍ନ ପ୍ରକାର ଅଭିଯାନ କରାଯାଉଛି। ଏଭଳି ଅଭିଯାନରେ କଂଗ୍ରେସର ବଡ଼ ଭୂମିକା ରହିଛି।

ସେହିପରି ବିପକ୍ଷ ଦଳମାନେ ଏକାଠି ବୈଠକ କରିବା ନେଇ ସୀତାରମଣ କହିଛନ୍ତି, ଏଭଳି କରି ସେମାନେ କ’ଣ ଲକ୍ଷ୍ୟ ପୂରଣ କରିବାକୁ ଜଣାନାହିଁ, ମାତ୍ର ସେମାନଙ୍କ ଏକମାତ୍ର ଲକ୍ଷ୍ୟ ବିଜେପିକୁ ହରାଇବା। ସେମାନେ ଲୋକଙ୍କ ପାଇଁ କ’ଣ କରିବାକୁ ଚାହୁଁଛନ୍ତି କହୁଛନ୍ତି କି? ସେମାନଙ୍କ ଶାସନରେ ସବୁଠାରୁ ଅଧିକ ଭ୍ରଷ୍ଟାଚାର ହୋଇଛି। ମାତ୍ର ବିଗତ ୯ବର୍ଷ ଭିତରେ ଦେଶର କେବଳ ବିକାଶ ହୋଇଛି।

ସୂଚନା ଥାଉକି, ସୀତାରମଣଙ୍କ ଏହି ପ୍ରତିକ୍ରିୟା ପୂର୍ବରୁ ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ମଧ୍ୟ ଓବାମଙ୍କ ଟିପଣୀ ଉପରେ ବର୍ଷିଥିଲେ। ସାମ୍ୱାଦିକମାନେ ଏନେଇ ପ୍ରତିକ୍ରିୟା ଲୋଡ଼ିବାରୁ ଶ୍ରୀ ବିଶ୍ୱଶର୍ମା କହିଥିଲେ, ଭାରତରେ ମଧ୍ୟ ଅନେକ ହୁସେନ୍ ଓବାମା ଅଛନ୍ତି। ୱାଶିଂଟନ୍‌ ଯାଇ କିଛି କରିବା ପୂର୍ବରୁ ସେମାନଙ୍କ ଉପରେ ପ୍ରାଥମିକତା ଦେଇ କାର୍ଯ୍ୟାନୁଷ୍ଠାନ କରିବା ଆବଶ୍ୟକ।

Narendra Modi Barack Obama Power Politics Nirmala Sitharaman