Advertisment

ମା’ ଉପସ୍ଥାପନ କରୁଥିଲେ ବଜେଟ, ଦର୍ଶକ ଗ୍ୟାଲେରିରେ ଦେଖୁଥିଲେ ଝିଅ

୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି

Nirmala Sitharaman

Nirmala Sitharaman

Advertisment

୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି । ଅର୍ଥମନ୍ତ୍ରୀ ତାଙ୍କ ହିସାବ ପେଡିରେ ଗରିବ, ଚାଷୀ, ମଧ୍ୟମବର୍ଗ, ପଛୁଆବର୍ଗ ଓ ଷ୍ଟାର୍ଟଅପ୍ ସହ ଶିଳ୍ପ ଜଗତ ସବୁ କ୍ଷେତ୍ରକୁ ଦେଇଛନ୍ତି ଅଗ୍ରାଧିକାର । ତେବେ ରୋଚକ କଥା ହେଉଛି ଏହି ସମୟରେ ନିର୍ମଳା ସୀତାରମଣଙ୍କ ଙ୍କ ଝିଅ ଏବଂ ପରିବାର ଲୋକେ ପରିଦର୍ଶକ ଗ୍ୟାଲେରିରେ ବସି ଦେଖୁଥିଲେ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପିତ ହୋଇଥିବାରୁ ପରିଦର୍ଶକ ଗ୍ୟାଲେରି ଆଜି ଭରପୂର ଥିଲା। ଉପସ୍ଥିତ ଥିବା ଦର୍ଶକଙ୍କ ମଧ୍ୟରେ ଅର୍ଥମନ୍ତ୍ରୀ ସୀତାରମଣଙ୍କ ଝିଅ ବନଗମୟୀ ପରାକାଲା ଏବଂ ତାଙ୍କର ଅନେକ ସମ୍ପର୍କୀୟ ଥିଲେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଅନେକ ରାଜ୍ୟସଭା ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। ବଜେଟରେ ବ୍ୟକ୍ତିଗତ ଆୟକର ବାବଦରେ ୫ଟି ପ୍ରମୁଖ ପ୍ରସ୍ତାବ ଦେଇଛନ୍ତି ନିର୍ମଳା । ପ୍ରଥମ ୨ଟି ପ୍ରସ୍ତାବ ଆୟକର ଛାଡ଼ସୀମା ଓ ଟ୍ୟାକ୍ସ ସ୍ଲାବ୍ ସଂପର୍କିତ ଥିବା ବେଳେ, ଏଗୁଡ଼ିକ କେବଳ ନୂଆ ଆୟକର ବ୍ୟବସ୍ଥା ବା ନିୟୁ ଇନକମ୍ ଟ୍ୟାକ୍ସ ରେଜିମ୍ ଚୟନ କରିଥିବା କରଦାତାଙ୍କ ପାଇଁ ପ୍ରଯୁଜ୍ୟ । ତେବେ ପୁରୁଣା ଆୟକର ବ୍ୟବସ୍ଥା ଅପରିବର୍ତ୍ତିତ ରହିଛି।

ତୃତୀୟ ପ୍ରସ୍ତାବ ଭାବେ, ନୂଆ ଆୟକର ବ୍ୟବସ୍ଥାରେ ଦରମା କିମ୍ବା ପେନ୍ସନ ପାଉଥିବା ବର୍ଗଙ୍କ ପାଇଁ ଷ୍ଟାଣ୍ଡାର୍ଡ ଡିଡକ୍ସନ ବେନିଫିଟ୍ ସୁବିଧା ଆରମ୍ଭ କରାଯାଇଛି । ବାର୍ଷିକ ୧୫ ଲକ୍ଷ ୫୦ ହଜାର କିମ୍ବା ତାଠାରୁ ଅଧିକ ଆୟକାରୀଙ୍କ ପାଇଁ ଅତିରିକ୍ତ ୫୨ହଜାର ୫ଶହ ଟଙ୍କା ରିହାତି ସୁବିଧା ମିଳିବ । ଚତୁର୍ଥ ପ୍ରସ୍ତାବରେ, ବିତ୍ତଶାଳୀଙ୍କ ପାଇଁ ପ୍ରଯୁଜ୍ୟ ସର୍ବୋଚ୍ଚ ଟିକସ ହାର ୪୨.୪୭ ପ୍ରତିଶତରୁ ୩୯ ପ୍ରତିଶତକୁ କମିଛି। ସର୍ବୋଚ୍ଚ ସର୍ଚାର୍ଜ ହାର ୩୭ ପ୍ରତିଶତରୁ ୨୫ ପ୍ରତିଶତକୁ ହ୍ରାସ ପାଇବା ଫଳରେ ସେମାନଙ୍କୁ ଏହି ସୁବିଧା ମିଳିବ। ନିର୍ମଳାଙ୍କ ପଞ୍ଚମ ତଥା ଶେଷ ପ୍ରସ୍ତାବ ବେସରକାରୀ ଦରମାଭୁକ୍ତ ଚାକିରିଆଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି । ଅର୍ଥାତ ଅବସର ବେଳେ ଛୁଟି ବାବଦ ଅର୍ଥ ଉପରେ ଟିକସ ଛାଡ଼ସୀମା ୩ ଲକ୍ଷରୁ ଏକାଥରେ ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe