ଅତି ନିରାଡମ୍ବର ଭାବେ ବିବାହ କଲେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଝିଅ ପରକଲା ଭାଙ୍ଗାମାୟୀ । ଏହା ଏକ ପାରିବାରିକ ସମାରୋହ ହୋଇଥିବା ବେଳେ ଏଥିରେ କୌଣସି ହେଭିୱେଟ ରାଜନେତାଙ୍କୁ ଦେଖିବାକୁ ମିଳି ନ ଥିଲା।
ବେଙ୍ଗାଲୁରୁସ୍ଥିତି ଏକ ହୋଟେଲରେ ନିର୍ମଳା ସୀତାରମଣଙ୍କ ଝିଅ ପ୍ରତୀକଙ୍କୁ ଜୀବନସାଥୀ ରୂପେ ବାଛିଥିଲେ। ଉଚୁପି ଅଦମାରୁ ମଠର ସାଧୁସନ୍ଥଙ୍କ ମନ୍ତ୍ରପାଠରେ ଉଭୟଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ଓ ଉଭୟ ସାତ ଜନ୍ମର ସାଥୀ ପାଲଟିଥିଲେ।
ନିଜ ଜୀବନର ସ୍ପେଶାଲ ଦିନରେ ଅର୍ଥମନ୍ତ୍ରୀଙ୍କ ଝିଅ ପରକଲା ଭାଙ୍ଗାମାୟୀ ଏକ ଗୋଲାପି ରଙ୍ଗର ଶାଢ଼ିରେ କନିଆ ବେଶରେ ସଜ ହୋଇଥିଲେ। ସେହିପରି ତାଙ୍କ ସ୍ୱାମୀ ପ୍ରତୀକ ଧୋତି ପିନ୍ଧିଥିବା ସହ କାନ୍ଧରେ ଏକ ଧଳା ଚାଦର ପକାଇଥିଲେ। ନିଜ ଝିଅର ବିବାହ ଅବସରରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ମୋଲକାଲମୁରୁ ବ୍ଲୁ ରଙ୍ଗର ଶାଢ଼ି ପିନ୍ଧିଥିଲେ। ବିବାହ ପରେ ନବଦମ୍ପତି ଅଦମାରୁ ମଠର ସାଧୁସନ୍ଥଙ୍କ ଆର୍ଶୀବାଦ ନେଇ ନିଜ ନୂଆ ଜୀବନ ଆରମ୍ଭ କରିଛନ୍ତି।
ନିର୍ମଳା ସୀତାରମଣଙ୍କ ଝିଅ ପରକଲା ସାମ୍ବାଦିକତାରେ ସ୍ନାତକ ପାସ୍ କରିଥିବା ବେଳେ ଏବେ ‘Mint Lounge’ ର ଫିଚକ ଡିପାର୍ଟମେଣ୍ଟରେ କାମ କରୁଥିବା ଜଣାଯାଇଛି। ଏହା ପୂର୍ବରୁ ସେ ‘ଦ ହିନ୍ଦୁ’ ପେପରରେ ବି ଜଣେ ଫିଚର ଲେଖିକା ଭାବେ କାମ କରୁଥିଲେ। ତାଙ୍କ ସ୍ୱାମୀ ପ୍ରତୀକ ଗୁଜରାଟ ବାସିନ୍ଦା ହୋଇଥିବା ଜଣାପଡ଼ିଥିବା ବେଳେ ତାଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିନି।