/odisha-reporter/media/media_files/2026/02/01/budget-11-2026-02-01-11-15-06.jpg)
ଅର୍ଥ ମନ୍ତ୍ରୀ ନିର୍ମଳା
ସଂସଦରେ ଉପସ୍ଥାପନ ହୋଇଛି ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ(Budget)। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରେକର୍ଡ ୯ମଥର ପାଇଁ ଏହି ବଜେଟକୁ ଉପସ୍ଥାପନ କରିଛନ୍ତି। ସେ ୨୦୧୯ରୁ କ୍ରମାଗତ ଭାବେ ଦେଶର ଆର୍ଥିକ ହିସାବ ନିକାଶ ଉପସ୍ଥାପନ କରି ଆସୁଛନ୍ତି। ସେ ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଯିଏ ୯ମଥର ପାଇଁ ବଜେଟ ଉପସ୍ଥାପନ କରିଛନ୍ତି।
ଆଜି ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ(Nirmala Sitharaman) ପିନ୍ଧିଥିବା କାଞ୍ଜିବରମ ଶାଢ଼ୀକୁ ନେଇ ବେଶ ଚର୍ଚ୍ଚା ଦେଖିବାକୁ ମିଳିଛି। ମାରୁନ ରଙ୍ଗର କାଞ୍ଜିବରମ ଶାଢ଼ୀ ପିନ୍ଧି ତାମିଲନାଡୁର ପୁରାତନ ସଂସ୍କୃତିର ଝଲକ ସେ ସମସ୍ତଙ୍କୁ ଦେଖାଇଛନ୍ତି। ତାମିଲନାଡୁ ହେଉଛି ସୀତାରମଣଙ୍କ ନିଜସ୍ୱ ରାଜ୍ୟ। ସେହିପରି ଚଳିତ ବର୍ଷ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବ।
ବିଜେପି ସେଠାରେ ପ୍ରଥମଥର ସରକାର ଗଠନ କରିବାକୁ ଉଦ୍ୟମ କରୁଥିବା ବେଳେ ବଜେଟ ବେଳେ ତାମିଲନାଡୁବାସୀଙ୍କୁ ଖୁସି କରିବାକୁ ସୀତାରମଣ କାଞ୍ଜିବରମ ଶାଢ଼ୀରେ ନିଜର ଆସିଥିବା କୁହାଯାଉଛି।
ପ୍ରତିବର୍ଷ ବଜେଟ ଉପସ୍ଥାପନ ବେଳେ ସୀତାରମଣ ବିଭିନ୍ନ ରାଜ୍ୟର ଶାଢ଼ୀ ପିନ୍ଧି ଭାରତୀୟ ସଂସ୍କୃତିକୁ ସମସ୍ତଙ୍କୁ ଦେଖାଇ ଥାଆନ୍ତି। ସବୁ ବର୍ଷ ଭଳି ଏଥର ମଧ୍ୟ ସେ ଗୋଲଡେନ ବ୍ରାଉନ ରଙ୍ଗର କାଞ୍ଜିବରମ ଶାଢ଼ୀ ପିନ୍ଧି ତାମିଲ ସଂସ୍କୃତିର ପରିଚୟ ଦେଇଛନ୍ତି। ପାରମ୍ପରିକ ଭାବେ କାଞ୍ଜିବରମ ଶାଢ଼ୀ ତାମିଲନାଡୁରେ ବୁଣା ଯାଏ। ୨୦୦୫ରେ ଏହା ଜିଆଇ ଟ୍ୟାଗ ମଧ୍ୟ ମିଳିଛି।
୨୦୨୫ ବଜେଟ ବେଳେ ସୀତରମଣ ବିହାରର ମଧୁବାଣୀ ଶାଢ଼ୀ ପରିନ୍ଧାନ କରିଥିଲେ। ୨୦୨୫ ନଭେମ୍ବର ମାସରେ ହିଁ ବିହାର ବିଧାନସଭା ନିର୍ବାଚନ ହୋଇଥିଲା। ଉକ୍ତ ଶାଢ଼ୀକୁ ପଦ୍ମ ଶ୍ରୀ ପୁରସ୍କାର ପ୍ରାପ୍ତ ଦୁଲାରୀ ଦେବୀଙ୍କ ପକ୍ଷରୁ ସୀତାରମଣଙ୍କୁ ଉପହାର ଆକାରରେ ମିଳିଥିଲା।
୨୦୨୪ ଲୋକସଭା ନିର୍ବାଚନରେ ଏନଡିଏର ରେକର୍ଡ ବିଜୟ ପରେ ସୀତାରମଣ ବଜେଟ ଉପସ୍ଥାପନ କରିଥିଲେ। ଏହି ସମୟରେ ସେ ମାଙ୍ଗାଲଗିରି ଶାଢ଼ୀ ପିନ୍ଧିଥିଲେ। ଏହା ଆନ୍ଧ୍ର ପ୍ରଦେଶର ହସ୍ତତନ୍ତ ଶିଳ୍ପକୁ ଦର୍ଶାଇଥିଲା। ସେହିପରି ସୀତୀରମଣ ଏକଦା ଓଡ଼ିଶାର ପାରମ୍ପରିକ ସମ୍ବଲପୁରୀ ଶାଢ଼ୀ ପିନ୍ଧି ବଜେଟ ଉପସ୍ଥାପନ କରିବାର ନଜିର ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
