Advertisment

ମନ୍ତ୍ରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ, ହସ୍ପିଟାଲରେ ଭର୍ତ୍ତି

କ୍ୟାବିନେଟ୍‌ ମନ୍ତ୍ରୀ ସଞ୍ଜୟ ନିଷାଦ ତାଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ସମାଜବାଦୀ ପାର୍ଟିକୁ ଦାୟୀ କରିଛନ୍ତି।

ଅଦ୍ୟତନ ହୋଇଛି
Sanjay Nishad Attacked

Sanjay Nishad Attacked

Advertisment

କ୍ୟାବିନେଟ୍‌ ମନ୍ତ୍ରୀଙ୍କ ଉପରେ ହେଲା ମରଣାନ୍ତକ ଆକ୍ରମଣ। ବିବାହ ସମାରୋହରେ ଯୋଗ ଦେବାକୁ ଯାଇଥିବା ବେଳେ କିଛି ଅଜ୍ଞାତ ଲୋକେ ନିଷାଦ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର କ୍ୟାବିନେଟ୍‌ ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ ଉପରେ ଆକ୍ରମଣ କରିଛନ୍ତି। ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି।

Advertisment

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ସନ୍ଥ କବୀରନଗରରେ ଆୟୋଜିତ ଏକ ବିବାହ ସମାରୋହରେ ଯୋଗ ଦେବା ପାଇଁ ମନ୍ତ୍ରୀ ସଞ୍ଜୟ ନିଷାଦ ଯାଇଥିଲେ। ଏତିକି ବେଳେ କିଛି ଅଜଣା ବ୍ୟକ୍ତି ମନ୍ତ୍ରୀ ଓ ତାଙ୍କ ସମର୍ଥକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ମନ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାକରେ ଆଘାତ ଲାଗିଛି। ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସେପଟେ ଏହି ଘଟଣାକୁ ନେଇ ରାଗିଯାଇ ସାଂସଦ ପ୍ରବୀଣ ନିଷାଦ ଏବଂ ତିନି ଜଣ ଦଳର ବିଧାୟକ ଜିଲ୍ଲା ଡାକ୍ତରଖାନାରେ ପହଞ୍ଚି ଧାରଣା ଦେଇଛନ୍ତି। ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି। ସୂଚନା ପାଇବା ପରେ ଏସପି ସତ୍ୟଜିତ୍ ଗୁପ୍ତା ଏହି ମାମଲାରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ଅନ୍ୟପଟେ କ୍ୟାବିନେଟ୍‌ ମନ୍ତ୍ରୀ ସଞ୍ଜୟ ନିଷାଦ ତାଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ସମାଜବାଦୀ ପାର୍ଟିକୁ ଦାୟୀ କରିଛନ୍ତି। ୨୦-୨୫ ଲୋକ ତାଙ୍କ ଉପରେ ହଠାତ୍‌ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ନାକ ଫାଟି ଯାଇଥିଲା ଓ ରକ୍ତସ୍ରାବ ହୋଇଥିଲା। ଏହାପରେ ସମର୍ଥକମାନେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ସେମାନେ ସମାଜବାଦୀ ପାର୍ଟି ବିରୋଧରେ ନାରାବାଜି ମଧ୍ୟ କରିଥିଲେ। ଏହି ମାମଲାରେ ପୁଲିସ ଅନେକ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି।

କହିରଖୁ ଯେ, ସଞ୍ଜୟ ନିଷାଦଙ୍କ ପୁଅ ସାନ୍ଥ କବୀରନାଗରରୁ ସାଂସଦ ଅଛନ୍ତି। ଚଳିତ ଥର ସେ ବିଜେପି ଟିକେଟ୍‌ରେ ଏଠାରୁ ପୁଣି ଥରେ ନିର୍ବାଚନ ଲଢ଼ୁଛନ୍ତି।

Uttar Pradesh Samajwadi Party Attack On Minister Sanjay Nishad
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe