Advertisment

ପୁଅର ପ୍ରି-ୱେଡିଂରେ ନୀତା ଅମ୍ବାନୀଙ୍କ ନୃତ୍ୟ ପ୍ରଦର୍ଶନ

ଆଧ୍ୟାତ୍ମିକ ଗୀତରେ ନୃତ୍ୟ ପ୍ରଦର୍ଶନ କରି ସମସ୍ତଙ୍କ ମନ ମୋହି ନେଇଛନ୍ତି ନୀତା ଅମ୍ବାନୀ।

author-image
Debibandita Barick
Nita Ambani

Nita Ambani

ସରିଛି ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରି-ୱେଡିଂ ପାର୍ଟି। ଗୁଜରାଟର ଜାମନଗରରେ ତିନି ଦିନର ଗ୍ରାଣ୍ଡ ପାର୍ଟି ଶେଷ ହୋଇଛି। ବଲିଉଡ଼ ଓ ହଲିଉଡ ଷ୍ଟାରଙ୍କ ନାଚ-ଗୀତରେ ଫାଟିପଡିଛି ଜାମନଗର। ଆଉ ଏହାରି ମଧ୍ୟରେ ଏକ ଆଧ୍ୟାତ୍ମିକ ଗୀତରେ ନୃତ୍ୟ ପ୍ରଦର୍ଶନ କରି ସମସ୍ତଙ୍କ ମନ ମୋହି ନେଇଛନ୍ତି ନୀତା ଅମ୍ବାନୀ।

Advertisment

ପୁଅର ପ୍ରି-ୱେଣ୍ଡିଂରେ 'ବିଶ୍ୱମ୍ବରୀ ସ୍ତୁତି'ରେ ଏକ ଚମତ୍କାର ନୃତ୍ୟ ପ୍ରଦର୍ଶନ କରିଥିଲେ ନୀତା। ପୁଅ ଏବଂ ଭାବି ବୋହୂର ସୁଖପ୍ରଦ ବୈବାହିକ ଜୀବନ ପାଇଁ ମା ଆମ୍ବେଙ୍କ ଆଶୀର୍ବାଦ ଲୋଡିଛନ୍ତି। ତାଙ୍କର ଏହି ଭକ୍ତି ଭାବ ଭରା ନୃତ୍ୟ ପ୍ରଦର୍ଶନୀକୁ ଖୁବ୍ ପ୍ରଶଂସା କରିଛନ୍ତି ନେଟିଜେନ୍ସ। ନୀତାଙ୍କ ନୃତ୍ୟ ଭିଡିଓ ବେଶ୍ ଭାଇରାଲ୍ ହେଉଛି। 

ମାର୍ଚ୍ଚ ୧ରୁ ଅନନ୍ତ-ରାଧିକାଙ୍କ ପ୍ରିୱେଣ୍ଡିଂ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲେ। ଏଥିରେ ବହୁ ବିଶିଷ୍ଟ ଶିଳ୍ପପତିଙ୍କ ସମେତ ହଲିଉଡ-ବଲିଉଡ କଳାକାର, କ୍ରିକେଟର ଏବଂ ନାମିଦାମୀ ବ୍ୟକ୍ତି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ପ୍ରଥମ ଦିନରେ ହଲିଉଡ ସିଙ୍ଗର ରିହାନା ଧୁମ୍ ମଚାଇଥିଲେ।

Advertisment

ଶାହରୁଖ୍, ସଲମାନ, ଅଜୟ ଦେବଗନ, ସୈଫ୍ ଅଲ୍ଲି ଖାନ, କରିନା କପୁରଙ୍କ ସମେତ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ, ଡାରେନ୍ ବ୍ରାବୋ, ସଦଗୁରୁ, ଫେସବୁକ୍ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ମଧ୍ୟ ଯୋଗ ଦୋଇଥିଲେ। 

Nita Ambani Anant Radhika Prewedding Anant Ambani Radhika Marchant