Advertisment

ନିଠାରୀ ମାମଲା: ଦୋଷମୁକ୍ତ ହେଲେ ଦୁଇ ମୁଖ୍ୟ ଅଭିଯୁକ୍ତ, ରଦ୍ଦ ହେଲା ଫାଶୀ

ନଏଡାର ଗୌତମ ବୁଦ୍ଧ ନଗରର ନିଠାରୀ ଅଞ୍ଚଳରୁ ମନିନ୍ଦର ସିଂହ ପଣ୍ଡେରଙ୍କ ଘର ପଛରେ ଥିବା ଡ୍ରେନରୁ ୧୯ଟି ନର କଙ୍କାଳ ଉଦ୍ଧାର କରାଯାଇଥିଲା।

author-image
Madhupriya Mistry
ଅଦ୍ୟତନ ହୋଇଛି
Surinder Koli & Maninder Singh Pandher

Surinder Koli & Maninder Singh Pandher

ବହୁ ଚର୍ଚ୍ଚିତ ନଏଡା ନିଠାରୀ ମାମଲାରେ ଆସିଲା କୋର୍ଟଙ୍କ ବଡ଼ ରାୟ। ରଦ୍ଦ ହେଲା ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶ। କେବଳ ସେତିକି ନୁହେଁ ଏମାନେ ଦୋଷମୁକ୍ତ ମଧ୍ୟ ହୋଇଛନ୍ତି। ଆଜି ଆହ୍ଲାବାଦ ହାଇକୋର୍ଟ ନିଠାରୀ ହତ୍ୟାକାଣ୍ଡ ମାମଲାର ଦୁଇ ମୁଖ୍ୟ ଅଭିଯୁକ୍ତ ମୋନିନ୍ଦର ସିଂହ ପଣ୍ଡେରା ଓ ସୁରେନ୍ଦ୍ର କୋଲିଙ୍କ ଫାଶୀ ରଦ୍ଦ କରିବା ସହ ଏମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ନିଠାରୀ ହତ୍ୟାକାଣ୍ଡ ମାମଲାରେ ସିବିଆଇ ୧୬ଟି ମାମଲା ରୁଜୁ କରିଥିଲା। ଏଥିମଧ୍ୟରୁ ସୁରେନ୍ଦ୍ର କୋଲିଙ୍କୁ ୧୪ଟି ମାମଲାରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ସେଥିମଧ୍ୟରୁ ୧୨ଟି ମାମଲାରେ ସୁରେନ୍ଦ୍ର ଦୋଷମୁକ୍ତ ହୋଇଥିବା ଜଣାପଡିଛି। ସେହିପରି ମଣିନ୍ଦର ସିଂହ ପାଣ୍ଡେରାଙ୍କ ବିରୋଧରେ ୬ଟି ମାମଲା ରୁଜୁ ହୋଇଥିବା ବେଳେ ତାଙ୍କୁ ୩ଟି ମାମଲାରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ସେ ପୂର୍ବରୁ ଦୁଇଟି ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ।

୨୦୦୫ରୁ ୨୦୦୬ ମସିହାରେ ନୋଏଡା ଠାରେ ଘଟିଥିବା ନିଠାରୀ ମାମଲାରେ ସିବିଆଇ ହତ୍ୟା, ଅପହରଣ, ଦୁଷ୍କର୍ମ ଏବଂ ପ୍ରମାଣ ନଷ୍ଟ ମାମଲାରେ ସୁରେନ୍ଦ୍ର କୋଲିଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା। ମନିନ୍ଦର ସିଂହ ପଣ୍ଡେରଙ୍କ ବିରୋଧରେ ମଧ୍ୟ ମାନବ ଚାଲାଣ ଅଭିଯୋଗ କରାଯାଇଥିଲା। ଉଭୟ ଅଭିଯୁକ୍ତ ଆହ୍ଲାବାଦ ହାଇକୋର୍ଟରେ ମୃତ୍ୟୁଦଣ୍ଡକୁ ଚ୍ୟାଲେଞ୍ଜ କରିଥିଲେ। ଏବେ ଏହି ମାମଲାର ଶୁଣାଣି କରି ଜଷ୍ଟିସ୍ ଅଶ୍ୱାନୀ କୁମାର ମିଶ୍ର ଏବଂ ଜଷ୍ଟିସ୍ ଏସ୍‌ଏଚ୍‌ଏ ରିଜ୍‌ବି ଉଭୟଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

Advertisment

୨୦୦୬ ଡିସେମ୍ବର ୨୯ ତାରିଖରେ ନଏଡାର ଗୌତମ ବୁଦ୍ଧ ନଗରର ନିଠାରୀ ଅଞ୍ଚଳରୁ ମନିନ୍ଦର ସିଂହ ପଣ୍ଡେରଙ୍କ ଘର ପଛରେ ଥିବା ଡ୍ରେନରୁ ୧୯ଟି ନର କଙ୍କାଳ ଉଦ୍ଧାର କରାଯାଇଥିଲା। ଏହି ମାମଲାରେ ନୋଏଡା ପୁଲିସ କୋଲି ଏବଂ ପଣ୍ଡେରଙ୍କୁ ଗିରଫ କରିଥିଲା। ପରେ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଏହି ସମଗ୍ର ମାମଲାରେ ସିବିଆଇ ମୋଟ ୧୬ଟି ମାମଲା ରୁଜୁ କରିଥିଲା। ୨୦୦୭ ରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା।

High Court Allahabad High Court Nithari Case