Advertisment

ଜାତିସଂଘରେ ଫେରାର ନିତ୍ୟାନନ୍ଦଙ୍କ ‘କୈଳାସ’ ଦେଶର ପ୍ରତିନିଧି

ଯୌନ ଉତ୍ପୀଡ଼ନ ଓ ଅନ୍ୟାନ୍ୟ ଅପରାଧିକ ମାମଲାରେ ଫସିବା ପରେ ଭାରତରୁ ଫେରାର ହୋଇଯାଇଥିବା ଆତ୍ମଘୋଷିତ ବାବା ନିତ୍ୟାନନ୍ଦ ପୁଣି ଚର୍ଚ୍ଚାରେ।

author-image
Hemant Lenka
Nithyananda

Nithyananda

ଯୌନ ଉତ୍ପୀଡ଼ନ ଓ ଅନ୍ୟାନ୍ୟ ଅପରାଧିକ ମାମଲାରେ ଫସିବା ପରେ ଭାରତରୁ ଫେରାର ହୋଇଯାଇଥିବା ଆତ୍ମଘୋଷିତ ବାବା ନିତ୍ୟାନନ୍ଦ ପୁଣି ଚର୍ଚ୍ଚାରେ। ଭାରତରୁ ଫେରାର ହେବା ପରେ ତାଙ୍କର ପତ୍ତା କାହା ପାଖରେ ନାହିଁ। ତେବେ ସେ କୌଣସି ଏକ ଅଜ୍ଞାତ ସ୍ଥାନରେ ଆତ୍ମଗୋପନ କରିଛନ୍ତି। ସେଠାରେ ସେ କିଛି ଅନୁଗାମୀଙ୍କୁ ଧରି ନିଜର ଗୋଟିଏ ଦେଶ ମଧ୍ୟ ଗଠନ କରିଛନ୍ତି।

Advertisment

ଏହି ଦେଶର ନାଁ ସେ ‘ରିପବ୍ଲିକ ଅଫ କୈଳାସ’ ରଖିଛନ୍ତି। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ନିତ୍ୟାନନ୍ଦଙ୍କ ତଥାକଥିତ କୈଳାସ ଦେଶର ପ୍ରତିନିଧିଙ୍କୁ ମିଳିତ ଜାତିସଂଘର ବୈଠକରେ ଦେଖିବାକୁ ମିଳିଛି। କୈଳାସ ଦେଶର ପ୍ରତିନିଧି ଭାବେ ମିଳିତ ଜାତିସଂଘରେ ଜଣେ ମହିଳା ନିଜର ପକ୍ଷ ରଖିବା ସହ ସେ ନିତ୍ୟାନନ୍ଦଙ୍କୁ ହିନ୍ଦୁ ଧର୍ମର ସର୍ବଶ୍ରେଷ୍ଠ ଗୁରୁ ବୋଲି କହିଛନ୍ତି। ଏଥିସହ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ମଧ୍ୟ ସେ ଦାବି ରଖିଛନ୍ତି।

ମିଳିତ ଜାତିସଂଘର ଅର୍ଥନୀତି,ସାମାଜିକ ଓ ସାଂସ୍କୃତିକ ଅଧିକାର(CESCR) କମିଟିର ବୈଠକ ଜେନେଭା ଠାରେ ଫେବୃଆରୀ ୨୪ରେ ଅନୁଷ୍ଠିତ ହୋଇଥିଲା। ଏହି ମିଟିଂ ଫଟୋକୁ ନିତ୍ୟାନନ୍ଦ ତାଙ୍କ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏଥିସହ ସେ କହିଛନ୍ତି ଯେ ଏହି ଆଲୋଚନାରେ ସମସ୍ତ ମହିଳା ପ୍ରତିନିଧି ଭାଗ ନେଇଛନ୍ତି। ନିଷ୍ପତ୍ତି ନେବା ବ୍ୟବସ୍ଥାରେ ମହିଳାମାନଙ୍କ ସମାନ ଅଧିକାର ରହିଛି ବୋଲି ସେ କହିଛନ୍ତି।

Advertisment

ଦୀର୍ଘ ବର୍ଷ ହେଲା ଭାରତରୁ ଫେରାର ହୋଇ ଯାଇଥିବା ନିତ୍ୟାନନ୍ଦ କୌଣସି ଏକ ଅଜ୍ଞାତ ସ୍ଥାନରେ ଆଶ୍ରମ କରି ଏହାକୁ ସେ କୈଳାସ ଭାବେ ନାମିତ କରିଛନ୍ତି। ହେଲେ ପ୍ରକୃତରେ ସେ କେଉଁଠି, ତା’ର ତଥ୍ୟ କାହା ପାଖରେ ନାହିଁ। 

ଅନ୍ୟପକ୍ଷରେ ଫେବୃଆରୀ ୨୪ ବୈଠକର ଭିଡିଓକୁ ଜାତିସଂଘ ପକ୍ଷରୁ ତା’ର ୱେବସାଇଟରେ ଅପଲୋଡ କରାଯାଇଛି। ଏଥିରେ କୈଳାସ ଦେଶର ପ୍ରତିନିଧି ଭାବେ ଜଣେ ମହିଳା ନିଜର ପକ୍ଷ ରଖିଛନ୍ତି। ସେ ଶାଢ଼ୀ  ସହ ଗୋଟିଏ ପଗଡ଼ି ପିନ୍ଧିଛନ୍ତି। ଏଥିସହ ଅନେକ ଅଳଙ୍କାର ପରିଧାନ କରି ସେ କୈଳାସ ଦେଶର ପ୍ରତିନିଧିତ୍ୱ କରୁଥିବା ସମସ୍ତଙ୍କୁ ଅବଗତ କରାଇଛନ୍ତି। ସେ ନିଜର ଭାଷଣରେ କୈଳାସ ଦେଶ କେମିତି ବିକାଶ ଦିଗରେ ପଦକ୍ଷେପ ନେଇଛି, ସେ ବିଷୟରେ ମତ ରଖିଥିଲେ।

କୈଳାସ ଦେଶରେ ଲୋକଙ୍କୁ ଖାଦ୍ୟ, ବାସଗୃହ, କପଡ଼ା, ଶିକ୍ଷା ଓ ମେଡିକାଲ ସୁବିଧା ଭଳି ଅତ୍ୟାବଶ୍ୟକ ଜିନିଷକୁ ମାଗଣାରେ ଯୋଗାଇ ଦିଆଯାଉଛି। ସୁପ୍ରିମ ଲିଡର ନିତ୍ୟାନନ୍ଦ ହିନ୍ଦୁତ୍ୱର ପୁରାତନ ପରମ୍ପରାକୁ ପୁର୍ନଉଦ୍ଧାର କରିବାକୁ ଚେଷ୍ଟା କରୁଥିବାରୁ ତାଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯାଇଛି।

ଏପରି କି ତାଙ୍କ ଜନ୍ମ ଦେଶକୁ ପ୍ରବେଶ ପାଇଁ ଅନୁମତି ମିଳୁ ନଥିବା ମହିଳା ପ୍ରତିନିଧି ଜଣଙ୍କ କହିଛନ୍ତି। ଏଥିସହ ଏପରି ବେଆଇନ କାମକୁ ରୋକିବା ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କ’ଣ ସବୁ ପଦକ୍ଷେପ ନିଆଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ରିପୋର୍ଟ ଅନୁସାରେ, କୈଳାସ ଦେଶ ପକ୍ଷରୁ ଦୁଇ ଜଣ ପ୍ରତିନିଧି ନିଜର ମତ ଜାତିସଂଘ ବୈଠକରେ ରଖିଥିଲେ। 

ନିତ୍ୟାନନ୍ଦଙ୍କ ନାଁରେ କର୍ଣ୍ଣାଟକାର ରାମନଗରରେ ଗୋଟିଏ ଦୁଷ୍କର୍ମ ମାମଲା ଚାଲିଛି। ଏହି ଘଟଣାରେ କୋର୍ଟ ଗତବର୍ଷ ଅଗଷ୍ଟରେ ତାଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ।

Fraud Baba United Nation