Advertisment

ଜୀବନ ଓ ସ୍ୱାସ୍ଥ୍ୟ ବୀମା ଉପରୁ ଜିଏସ୍‌ଟି ହଟାଇବାକୁ ନିର୍ମଳାଙ୍କୁ ଚିଠି ଲେଖିଲେ ନିତିନ

ଏହି ଦୁଇ ପ୍ରକାର ଇନସୁରାନ୍ସ ପ୍ରିମିୟମ ଉପରେ ଜିଏସ୍‌ଟି ଲାଗୁ ହେବା ଜୀବନର ଅନିଶ୍ଚିତତା ଉପରେ ଟିକସ ବସେଇବା ସହ ସମାନ। ତେଣୁ ତୁରନ୍ତ ଏହି ଟ୍ୟାକ୍ସକୁ ପ୍ରତ୍ୟାହାର କରିବାକୁ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିକଟକୁ ପତ୍ର ଲେଖି ଅପିଲ କରିଛନ୍ତି ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀ।

ଅଦ୍ୟତନ ହୋଇଛି
nitin-gadkari &-nirmala-sitharaman

nitin-gadkari &-nirmala-sitharaman

Advertisment

ଚଳିତ ବର୍ଷର ପୂର୍ଣ୍ଣାଙ୍ଗ ବଜେଟରେ ଜୀବନ ବୀମା ଓ ସ୍ୱାସ୍ଥ୍ୟ ବୀମାର ପ୍ରିମିୟମ ଉପରେ ଲାଗୁ ହୋଇଛି ୧୮% ଜିଏସ୍‌ଟି। ଏହି ଦୁଇ ପ୍ରକାର ବୀମା ଉପରେ ଜିଏସ୍‌ଟି ଲାଗୁ ହେବା ଜୀବନର ଅନିଶ୍ଚିତତା ଉପରେ ଟିକସ ବସେଇବା ସହ ସମାନ। ତେଣୁ ତୁରନ୍ତ ଏହି ଟ୍ୟାକ୍ସକୁ ପ୍ରତ୍ୟାହାର କରିବାକୁ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିକଟକୁ ପତ୍ର ଲେଖି ଅପିଲ କରିଛନ୍ତି ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କାରୀ।

Advertisment

ନାଗପୁର ଡିଭିଜନାଲ ଲାଇଫ୍‌ ଇନସୁରାନ୍ସ କର୍ପୋରେସନ କର୍ମଚାରୀ ସଂଘ ପକ୍ଷରୁ ଏନେଇ ମନ୍ତ୍ରୀ ଗଡ଼କାରୀଙ୍କୁ ଏକ ଦାବିପତ୍ର ଦିଆଯାଇଛି। ମନ୍ତ୍ରୀ ଏହାକୁ ଗୁରୁତର ସହ ନେଇ ଅର୍ଥ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଏନେଇ ମନ୍ତ୍ରୀ ଗଡ଼କାରୀ କହିଛନ୍ତି, ନିଜ ପରିବାରର ଭବିଷ୍ୟତକୁ ସୁରକ୍ଷିତ ରଖିବା ନିମନ୍ତେ ଅଧିକାଂଶ ବ୍ୟକ୍ତି ସ୍ୱାସ୍ଥ୍ୟ ବୀମା ପ୍ଲାନ୍‌ କରିଥାନ୍ତି। ମାତ୍ର ଏହା ଉପରେ ଅତ୍ୟଧିକ ଟାକ୍ସ ବସାଇଲେ ଏଥିପ୍ରତି ସେମାନେ ଆଉ ଆଗ୍ରହ ପ୍ରକାଶ କରିବେ ନାହିଁ। ତେଣୁ ସ୍ୱାସ୍ଥ୍ୟ ବୀମା ଉପରେ ଜିଏସ୍‌ଟି ବସାଇବା ଅର୍ଥ ଜୀବନର ଅନିଶ୍ଚିତତା ଉପରେ ଟ୍ୟାକ୍ସ ବସାଇବା।

Advertisment

ନିଜର ଓ ପରିବାରର ଭବିଷ୍ୟତକୁ ସୁରକ୍ଷିତ ରଖିବା ନିମନ୍ତେ ଜୀବନ ବୀମା ଓ ସ୍ୱାସ୍ଥ୍ୟ ବୀମା ଜୀବନର ଆବଶ୍ୟକତା ପାଲଟିଗଲାଣି। ମାତ୍ର ଏପରି ସମୟରେ ଏହା ଉପରେ ଅତ୍ୟଧିକ ଟ୍ୟାକ୍ସ ଲଗାଇବା ଦ୍ୱାରା ସାଧାରଣ ଲୋକେ ଆଉ ଏଥିରେ ନିବେଶ ନିମନ୍ତେ ଆଗ୍ରହ ପ୍ରକାଶ କରିବେ ନାହିଁ। ଫଳରେ ଏହା ଇନସୁରାନ୍ସ ସେକ୍ଟରର ବିଜନେସ ପ୍ରତି ବି ଶକ୍ତ ଧକ୍କା ସଦୃଶ ବୋଲି କହିଛନ୍ତି ମନ୍ତ୍ରୀ ଗଡ଼କାରୀ।

ଅତ୍ୟଧିକ ଜିଏସ୍‌ଟି ଲାଗୁ କରିବା ଦ୍ୱାରା ଇନସୁରାନ୍ସର ପ୍ରିମିୟମ ରାଶି ବଢ଼ି ଯାଉଛି। ଫଳରେ ଏହାକୁ ପଇଠ କରିବା ବରିଷ୍ଠ ନାଗରିକଙ୍କ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ଭାବେ ଛିଡ଼ା ହୋଇଛି। ତେଣୁ ଜୀବନ ବୀମା ଓ ସ୍ୱାସ୍ଥ୍ୟ ବୀମା ଉପରୁ ଜିଏସ୍‌ଟି ହଟାଇବା ଦିଗରେ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ ହେବା ଦରକାର ବୋଲି ଗଡ଼କାରୀ ଅର୍ଥ ମନ୍ତ୍ରୀ ସୀତାରମଣଙ୍କୁ ପତ୍ର ଲେଖିଛନ୍ତି।

ଏହା ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ବି ଗତ ଜୁନ୍‌ରେ କନଫରେସନ୍‌ ଅଫ ଜେନେରାଲ ଇନସୁରାନ୍ସ ଏଜେଣ୍ଟ ଆସୋସିଏଶନ ଅଫ ଇଣ୍ଡିଆ ତରଫରୁ ମେଡିକାଲ ଇନସୁରାନ୍ସ ପଲିସ୍‌ ଉପରେ ଲଗା ଯାଉଥିବା ୧୮% ଜିଏସ୍‌ଟିକୁ ହ୍ରାସ କରି ୫% କରିବାକୁ ଦାବି ହୋଇ ସାରିଛି। ଏହାଦ୍ୱାରା ଲୋକମାନେ ଏହି ପଲିସି କିଣିବାକୁ ଉତ୍ସାହିତ ହେବେ ଯଦ୍ୱାରା ସେମାନଙ୍କ ସାମାଜିକ ଜୀବନ ସୁରକ୍ଷିତ ହେବ ବୋଲି ୟୁନିୟନ ପକ୍ଷରୁ କୁହାଯାଇଥିଲା।

ସ୍ୱାସ୍ଥ୍ୟ ବୀମାରେ ଲାଗୁ ହେଉଥିବା ଜିଏସ୍‌ଟି ଦର ଗତ ୫ ବର୍ଷରେ ପ୍ରାୟ ଦୁଇ ଗୁଣା ହୋଇ ଗଲାଣି। ଏଥିଯୋଗୁ ଲୋକେ ଆଉ ଆଗ ପରି ସ୍ୱାସ୍ଥ୍ୟ ବୀମା ପଲିସି ପ୍ରତି ଆଗ୍ରହ ପ୍ରକାଶ କରୁ ନ ଥିବା ବେଳେ ରିନ୍ୟୁଆଲ ହାର ବି କମି ଗଲାଣି। ପ୍ରାୟ ୬୫ରୁ ୭୦% ଲୋକେ ନିଜ ପଲିସିର ରିନ୍ୟୁଆଲ କରୁଥିବା ବେଳେ ଅନ୍ୟମାନେ ଏଥିପ୍ରତି ବିମୁଖ ହେଉଛନ୍ତି। ଏହାର ପ୍ରମୁଖ କାରଣ ହେଉଛି ପଲିସି ଉପରେ ଲାଗୁ ହେଉଥିବା ଜିଏସ୍‌ଟିର ପରିମାଣ କ୍ରମାଗତ ଭାବେ ବଢ଼ି ଚାଲୁଥିବାରୁ ପଲିସି ଟଙ୍କା ବି ବଢ଼ି ଚାଲିଛି। ତେଣୁ ତୁରନ୍ତ ଏ ଦିଗରେ ବିଚାର କରି ଏହି ଜିଏସ୍‌ଟିର ପରିମାଣକୁ ହ୍ରାସ କରିବାକୁ ନୀତିନ ଗଡ଼କାରୀ ଅର୍ଥ ମନ୍ତ୍ରୀଙ୍କୁ ଦାବି ଜଣାଇଛନ୍ତି।

Nitin Gadkari FM Nirmala Sitharaman
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe