Advertisment

କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ହତ୍ୟା ଧମକ

ଫୋନ୍ କରିଥିବା ବ୍ୟକ୍ତି ଜଣଙ୍କ ମନ୍ତ୍ରୀଙ୍କ ସହିତ କଥା ହେବା ପାଇଁ ଚାହିଁଥିଲେ।

ଅଦ୍ୟତନ ହୋଇଛି
Nitin Gadkari

Nitin Gadkari

Advertisment

କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ଜଣେ ବ୍ୟକ୍ତି ହତ୍ୟା ଧମକ ଦେଇଛନ୍ତି। ମଙ୍ଗଳବାର ଦିଲ୍ଲୀ ପୁଲିସ ଏହି ସୂଚନା ଦେଇଛି। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଯେଉଁ ଅଞ୍ଚଳରୁ ଫୋନ୍ ଆସିଥିଲା, ତାହାକୁ ଚିହ୍ନଟ କରିସାରିଛି।

Advertisment

ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଦିଲ୍ଲୀର ମୋତିଲାଲ ନେହରୁ ରୋଡ୍ ସ୍ଥିତ ନୀତୀନ ଗଡ଼କରୀଙ୍କ ସରକାରୀ ବାସଭବନର ଲ୍ୟାଣ୍ଡଲାଇନ ନମ୍ବରକୁ ଏକ ଫୋନ୍ ଆସିଥିଲା। ମନ୍ତ୍ରୀଙ୍କ ଜଣେ କର୍ମଚାରୀ ଫୋନ୍ ଧରିଥିଲେ। ଫୋନ୍ କରିଥିବା ବ୍ୟକ୍ତି ଜଣଙ୍କ ତାଙ୍କ ପରିଚୟ ଦେଇ ନଥିଲେ। ସେ ମନ୍ତ୍ରୀଙ୍କ ସହିତ କଥା ହେବାକୁ ଚାହୁଁଥିବା କହିଥିଲେ। ତା’ପରେ ସେ ହତ୍ୟା ଧମକ ଦେଇଥିଲେ ଓ ଫୋନ୍ କାଟି ଦେଇଥିଲେ। ସେ ହିନ୍ଦୀରେ କଥାବାର୍ତ୍ତା କରୁଥିଲେ। ଏହା ପରେ ସଙ୍ଗେ ସଙ୍ଗେ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୁଲିସକୁ ଖବର ଦିଆଯାଇଥିଲା।

ପୁଲିସ ପକ୍ଷରୁ ଘଟଣାର ତଦନ୍ତ କରାଯାଉଥିବା ବେଳେ ମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ମନ୍ତ୍ରୀଙ୍କ ବାସଭବନରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀମାନେ ତୀକ୍ଷ୍ଣ ନଜର ରଖିଛନ୍ତି।

Advertisment

ଗତ ଜାନୁଆରୀ ମାସରେ ନୀତୀନ ଗଡ଼କାରୀଙ୍କ ନାଗପୁର ସ୍ଥିତ ବାସଭବନ ଓ କାର୍ଯ୍ୟାଳୟକୁ ମଧ୍ୟ ଏହଭଳି ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଥିଲା। ପରେ ନାଗପୁର ପୁଲିସ ତଦନ୍ତ କରି ଏହି ଧମକପୂର୍ଣ୍ଣ କଲ୍ କର୍ଣ୍ଣାଟକାର ବେଲାଗାବି ଜେଲ୍‌ରୁ ଜଣେ ବ୍ୟକ୍ତି କରିଥିବା ଜାଣିବାକୁ ପାଇଥିଲା।

Nitin Gadkari
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe