Advertisment

'ଆଇନ୍‌ ଶୃଙ୍ଖଳା ବ୍ୟବସ୍ଥା ସୁଧାର', ମାନ ସରକାରଙ୍କୁ ଚେତାବନୀ ଦେଲେ ଗଡ଼କାରୀ

ରାଜ୍ୟରେ ଯଦି ଆଇନ ଶୃଙ୍ଖଳା ବ୍ୟବସ୍ଥାର ସୁଧାର ନହୁଏ ତେବେ NHAI ୮ଟି ହାଇଓ୍ୱେ ପ୍ରୋଜେକ୍ଟ ବାତିଲ କରିବ ବୋଲି ସେ ପଞ୍ଜାବ ସରକାରଙ୍କୁ ଚେତାବନୀ ଦେଇଛନ୍ତି।

bhagwant-mann and  nitin gadkari

bhagwant-mann and nitin gadkari

Advertisment

'ରାଜ୍ୟରେ ଠିକ୍‌ ନାହିଁ ଆଇନ୍‌ ଶୃଙ୍ଖଳା ବ୍ୟବସ୍ଥା। ଏହାକୁ ତୁରନ୍ତ ସୁଧାର। ଯଦି ଏଭଳି ଜାରି ରୁହେ ତେବେ ହାଇଓ୍ୱେ ପ୍ରୋଜେକ୍ଟ ରଦ୍ଦ କରିଦେବୁ।'  ପଞ୍ଜାବ ସରକାରଙ୍କୁ ଚିଠି ଲେଖି ଏଭଳି କିଛି ଚେତାବନୀ ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀ।

Advertisment

ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନଙ୍କୁ ଚିଠି ଲେଖି ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପିର ବରିଷ୍ଠ ନେତା ନୀତିନ ଗଡ଼କାରୀ। ସେ କହିଛନ୍ତି, ରାଜ୍ୟରେ ଯଦି ଆଇନ ଶୃଙ୍ଖଳା ବ୍ୟବସ୍ଥାର ସୁଧାର ନହୁଏ ତେବେ NHAI ୮ଟି ହାଇଓ୍ୱେ ପ୍ରୋଜେକ୍ଟ ବାତିଲ କରିବ। ଏହି ପ୍ରକଳ୍ପଗୁଡ଼ିକର ମୋଟ ମୂଲ୍ୟ ୧୪,୨୮୮ କୋଟି ଟଙ୍କା ରହିଛି। ଦିଲ୍ଲୀ-ଅମୃତସର-କାଟ୍ରା ଏକ୍ସପ୍ରେସୱେରେ ଘଟିଥିବା ହିଂସାତ୍ମକ ଘଟଣା ପରେ ଗଡ଼କରୀ ଏହି ଚିଠି ଲେଖିଛନ୍ତି।

ଗଡ଼କାରୀ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି, ' ଦିଲ୍ଲୀ-ଅମୃତସର-କାଟ୍ରା ଏକ୍ସପ୍ରେସୱେ ସମେତ ପଞ୍ଜାବରେ NHAI ଅନେକ ଗ୍ରୀନଫିଲ୍ଡ ଏବଂ ବ୍ରାଉନଫିଲ୍ଡ NH କରିଡ଼ର ବିକାଶ କରୁଛି। NHAI ଅଧିକାରୀ, କଣ୍ଟ୍ରାକ୍ଟର ଏବଂ ସେମାନଙ୍କ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ସେ ଗୁରୁତର ଚିନ୍ତା ପ୍ରକଟ କରିଛନ୍ତି। ଏହା ବ୍ୟତୀତ ସେ ଜମି ଅଧିଗ୍ରହଣ ସହ ଜଡ଼ିତ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି।

Advertisment

ଜଲନ୍ଦର ଜିଲ୍ଲାରେ ଜଣେ କଣ୍ଟ୍ରାକ୍ଟର ଇଞ୍ଜିନିୟରଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରାଯାଇଥିବା ପ୍ରସଙ୍ଗ ଉଠାଇ ସେ ପଞ୍ଜାବ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ ଚିଠି ଜରିଆରେ ଏହି ଘଟଣାର ଫଟୋକୁ ପଠାଇ ଏଫ୍ଆଇଆର୍ ରୁଜୁ ହୋଇଛି ହେଲେ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ମଧ୍ୟ ଆବଶ୍ୟକ ବୋଲି ହିଛନ୍ତି।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନଙ୍କୁ ବ୍ୟକ୍ତିଗତ ରୂପେ ଏହି ମାମଲାରେ ହସ୍ତକ୍ଷେପ କରିବାକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଦାବି କରିଛନ୍ତି। ରାଜ୍ୟ ସରକାର ତୁରନ୍ତ ଏହି ମାମଲାରେ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି। ଏଫଆଇଆର ରୁଜୁ କରନ୍ତୁ ଏବଂ ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଯାହା ଦ୍ୱାରା ଭବିଷ୍ୟତରେ ଏହିପରି ଘଟଣାକୁ ରୋକାଯାଇପାରିବ ବୋଲି ଗଡ଼କାରୀ ଚିଠିରେ କହିଛନ୍ତି।

Bhagwant Mann Punjab Govt Nitin Gadkari
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe