Advertisment

'ମୋଦିଙ୍କ ପାଦ ଛୁଇଁ ବିହାରକୁ ଲଜ୍ଜିତ କରିଛନ୍ତି ନୀତୀଶ'

ସତ୍ତାରେ ରହିବା ପାଇଁ ନୀତୀଶ ଏଭଳି କରିଥିବା ପ୍ରଶାନ୍ତ କିଶୋର ଅଭିଯୋଗ କରିଛନ୍ତି।

Prashant Kishor slams Nitish Kumar

Prashant Kishor slams Nitish Kumar

Advertisment

ବିହାର ମୁଖ୍ୟମନ୍ତ୍ରୀ ତଥା ନୀତୀଶ କୁମାରଙ୍କ ଉପରେ ବର୍ଷିଲେ ରାଜନୈତିକ ରଣନୀତିଜ୍ଞରୁ ନେତା ସାଜିଥିବା ପ୍ରଶାନ୍ତ କିଶୋର। ମୋଦିଙ୍କ ପାଦ ଛୁଇଁଥିବାରୁ ସେ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସତ୍ତାରେ ରହିବା ପାଇଁ ନୀତୀଶ ଏଭଳି କରିଛନ୍ତି। ମୋଦିଙ୍କ ପାଦ ଛୁଇଁ ନୀତୀଶ ବିହାର ଓ ବିହାରବାସୀଙ୍କୁ ଲଜ୍ଜିତ କରିଥିବା କହିଛନ୍ତି ପ୍ରଶାନ୍ତ କିଶୋର।

Advertisment

ନିକଟରେ ‘ଜନ ସୂରଜ’ ଅଭିଯାନର ପ୍ରଚାର କରିବା ବେଳେ ପ୍ରଶାନ୍ତ କିଶୋର ଭାଗଲପୁରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ନୀତୀଶ କୁମାରଙ୍କୁ ମୋଦିଙ୍କ ପାଦ ଛୁଇଁଥିବାରୁ କଡ଼ା ନିନ୍ଦା କରିଛନ୍ତି। ସେ କହିଛନ୍ତି, 'କିଛି ଦିନ ପୂର୍ବେ ଆପଣମାନେ ଦେଖିଥିବେ ଯେ ଗଣମାଧ୍ୟରେ କିଛି ଲୋକ କହୁଥିଲେ ଭାରତ ସରକାରଙ୍କ ଡୋରି ନୀତୀଶଙ୍କ ହାତରେ ଅଛି। ଯଦି ନୀତୀଶ କୁମାର ଚାହାଁବେନି, ତେବେ ଦେଶରେ ସରକାର ଗଠନ ହେବ ନାହିଁ। ନୀତୀଶ କୁମାରଙ୍କ ହାତରେ ଏତେ ଶକ୍ତି ଅଛି।'

ତେବେ ନୀତୀଶଙ୍କ ହାତରେ ଶକ୍ତି ଥାଇ ମଧ୍ୟ ସେ କେନ୍ଦ୍ରକୁ ବିହାରବାସୀଙ୍କ ପାଇଁ କିଛି ମାଗି ନାହାନ୍ତି। ୨୦୨୫ ପରେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ହେବା ଏବଂ ବିଜେପି ଏହାକୁ ସମର୍ଥନ କରିବା ଉଚିତ ବୋଲି ନୀତୀଶ କୁମାର ମାଗିଥିବା ପ୍ରଶାନ୍ତ କିଶୋର ଅଭିଯୋଗ ଆଣିଛନ୍ତି। ୧୩ କୋଟି ଲୋକଙ୍କ ନେତା, ଯିଏ ଆମ ଲୋକଙ୍କ ଗର୍ବ ଏବଂ ସମ୍ମାନ, ସେ ସମଗ୍ର ଦେଶ ସାମ୍ନାରେ ନତମସ୍ତକ ହୋଇ ମୁଖ୍ୟମନ୍ତ୍ରୀ ଆସନରେ ବସି ରହିବା ପାଇଁ ମୋଦି ଛୁଇଁଛନ୍ତି। ସେ ବିହାରବାସୀ ମାନସମ୍ମାନ ବିକ୍ରି କରିଦେଇଛନ୍ତି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।

Advertisment

ଚଳିତ ବର୍ଷର ଲୋକସଭା ନିର୍ବାଚନର ଫଳାଫଳ ପରେ ଏନଡିଏ ନେତା ତଥା ନବ ନିର୍ବାଚିତ ସାଂସଦମାନଙ୍କର ଏକ ବୈଠକ ହୋଇଥିଲା। ଏହି ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଦ ଛୁଇଁଥିବା ନଜର ଆସିଥିଲେ। ଏହି ମୁହୂର୍ତ୍ତର ଫଟୋ ଆଉ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଘଟଣା ପରେ ଅନେକ ଲୋକେ ଏହାକୁ ନେଇ ନିଜ ନିଜ ରାୟ ପ୍ରକାଶ କରିଥିଲେ।

Prashant Kishore PM Modi Nitish Kumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe