Advertisment

Nitish Kumar : ବିଜେପି ଜିଦ ରହିଲା: ୨୦ ବର୍ଷ ପରେ ନୀତୀଶ କୁମାରଙ୍କ ହାତରୁ ଗଲା ଗୃହ ବିଭାଗ

ଏନଡିଏ ସରକାରରେ ବିଜେପିର ଦବଦବା ଦେଖିବାକୁ ମିଳିଛି। ବିହାରର ଗୃହ ବିଭାଗ ବିଜେପି ନିଜ ପାଖରେ ରଖିବ ବୋଲି ଶପଥ ପାଠ ଉତ୍ସବ ପୂର୍ବରୁ ହିଁ ଅଡ଼ି ବସିଥିଲା। ଶେଷରେ ବିଜେପି ପାଖକୁ ଏହି ବିଭାଗ ଯାଇଛି। ନୀତୀଶ କୁମାର ଏହାକୁ ଛାଡ଼ି ଦେଇଛନ୍ତି।

author-image
Hemant Lenka
Nithish-Kumar

ସମ୍ରାଟ ଚୌଧୁରୀ ଓ ନୀତୀଶ କୁମାର

ଶେଷରେ ବିଜେପି ଜିଦ ରହିଛି। ନୀତୀଶ କୁମାର(Nitish Kumar) ସିନା ବିହାର(Bihar)ର ମୁଖ୍ୟମନ୍ତ୍ର ହୋଇଛନ୍ତି, କିନ୍ତୁ ତାଙ୍କ ହାତରୁ ଚାଲି ଯାଇଛି ପ୍ରମୁଖ ଗୃହ ବିଭାଗ। ୨୦୦୫ରୁ ନୀତୀଶ କୁମାର ନିଜ ପାଖରେ ଗୃହ ବିଭାଗ ରଖି ଆସୁଥିଲେ। ୨୦୨୦ରେ ଜେଡିୟୁ ୪୩ଟି ଆସନ ଜିତିଥିଲେ ହେଁ ବିଜେପି ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ଓ ଗୃହ ବିଭାଗ ଦେଇଥିଲା।

Advertisment

ହେଲେ ଏଥର ସ୍ଥିତି ବଦଳି ଯାଇଛି। ଏନଡିଏ ସରକାରରେ ବିଜେପିର ଦବଦବା ଦେଖିବାକୁ ମିଳିଛି। ବିହାରର ଗୃହ ବିଭାଗ ବିଜେପି ନିଜ ପାଖରେ ରଖିବ ବୋଲି ଶପଥ ପାଠ ଉତ୍ସବ ପୂର୍ବରୁ ହିଁ ଅଡ଼ି ବସିଥିଲା। ଶେଷରେ ବିଜେପି ପାଖକୁ ଏହି ବିଭାଗ ଯାଇଛି। ନୀତୀଶ କୁମାର ଏହାକୁ ଛାଡ଼ି ଦେଇଛନ୍ତି। 

ବିଜେପିର ବରିଷ୍ଠ ନେତା ତଥା ବିହାରର ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗ ପାଇଛନ୍ତି। ଗୁରୁବାର ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ରେକର୍ଡ ୧୦ମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି ନୀତୀଶ କୁମାର। ତାଙ୍କ ସହ ଆଉ ୨୬ ଜଣ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଆଜି ନୂଆ କ୍ୟାବିନେଟ ସନଦ୍ୟଙ୍କୁ ବିଭାଗ ବଣ୍ଟନ କରାଯାଇଛି। 

Advertisment

ନୀତୀଶ କୁମାରଙ୍କୁ ମିଶାଇ ବିହାର କ୍ୟାବିନେଟରେ ୨୭ ଜଣ ସଦସ୍ୟ ରହିଛନ୍ତି। ଆଜି ସେମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ନୀତୀଶ କୁମାରଙ୍କ ହାତରୁ ଗୃହ ବିଭାଗ ଯାଇଥିବା ବେଳେ ବିହାର ନୂଆ ଗୃହମନ୍ତ୍ରୀ ହୋଇଛନ୍ତି ସମ୍ରାଟ ଚୌଧୁରୀ। ସେହିପରି ରାଜ୍ୟର ଅନ୍ୟତମ ଉପ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବିଜୟ କୁମାର ସିହ୍ନା ଜମି ଓ ରାଜସ୍ୱ ବିଭାଗ ପାଇଛନ୍ତି। ତାଙ୍କୁ ଅତିରିକ୍ତ ଭାବେ ଖଣି ଓ ଭୂତତ୍ତ୍ୱ ବିଭାଗ ମିଳିଛି।

ବିଜେପିର ଅନ୍ୟତମ ନେତା ମଙ୍ଗଳ ପାଣ୍ତେ ସ୍ୱାସ୍ଥ୍ୟ ଓ ଆଇନ ବିଭାଗର ମନ୍ତ୍ରୀ ହୋଇଛନ୍ତି। ବିହାର ବିଜେପି ମୁଖ୍ୟ ଦିଲୀପ ଜୈସୱାଲଙ୍କୁ ଶିଳ୍ପ ମନ୍ତ୍ରୀ କରାଯାଇଛି। ନୀତୀନ ନବୀନ ସଡ଼କ ନିର୍ମାଣ ସହ ନଗର ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗ ମିଳିଛି।

ରାମକ୍ରିପାଲ ଯାଦବ କୃଷି ଓ ସଞ୍ଜୟ ଟାଇଗର ଶ୍ରମ ସମ୍ପଦ ମନ୍ତ୍ରୀ ହୋଇଛନ୍ତି। ଅରୁଣ ଶଙ୍କର ପ୍ରସାଦ ପର୍ଯ୍ୟଟନ ବ୍ୟତୀତ କଳା, ସଂସ୍କୃତି ଓ ଯୁବ ବ୍ୟାପାର ବିଭାଗ ପାଇଛନ୍ତି। ସୁରେନ୍ଦ୍ର ମହେତା ପଶୁ ଓ ମତ୍ସ୍ୟ ସମ୍ପଦ ବିଭାଗ ସମ୍ଭାଳିବେ। ନାରାୟାଣ ପ୍ରସାଦ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଭାବେ ଦାୟିତ୍ୱ ପାଇଛନ୍ତି। 

ପଛୁଆ ଓ ଅତ୍ୟନ୍ତ ପଛୁଆ ବର୍ଗ କଲ୍ୟାଣ ବିଭାଗ ମଧ୍ୟ ବିଜେପି ନିଜ ପାଖରେ ରଖିଛି। ରାମ ନିଶାଦ ଏହି ବିଭାଗର ମନ୍ତ୍ରୀ ହୋଇଛନ୍ତି। ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଲଖେଦର ପାସୱାନଙ୍କୁ ମିଳିଛି। ଶ୍ରେୟାସୀ ସିଂହ ଆଇଟି ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ପଦ ପାଇଛନ୍ତି। ପ୍ରମୋଦ ଚନ୍ଦ୍ରବଂଶୀଙ୍କୁ ସମବାୟ ଓ ପରିବେଶ-ଜଙ୍ଗଳ-ଜଳବାୟୁ ପରିବର୍ତ୍ତନ ବିଭାଗ ଦିଆଯାଇଛି। 

ଚିରାଗ ପାଶୱାନଙ୍କ ଏଲଜେପି(ରାମ ବିଳାଶ)ର ୨ ଜଣ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେମାନଙ୍କୁ ସୁଗାରକେନ ଉଦ୍ୟୋଗ ଓ ଲୋକ ସ୍ୱାସ୍ଥ୍ୟ ଇଞ୍ଜିନିୟରିଂ ବିଭାଗ ମିଳିଛି। ଜିତେନ ରାମ ମାଞ୍ଝୀଙ୍କ ଦଳ ଲଘୁ ଜଳ ସମ୍ପଦ ବିଭାଗ ମିଳିଛି। ସୁମନ ସନ୍ତୋଷ ଏହି ବିଭାଗ ପାଇଛନ୍ତି। ଆରଏସଏଲର ଦୀପକ ପ୍ରକାଶ ପଞ୍ଚାୟତି ରାଜ ବିଭାର ମନ୍ତ୍ରୀ ପଦ ପାଇଛନ୍ତି। 

ଜେଡିୟୁର ବିଜେନ୍ଦ୍ର କୁମାର ଯାଦବ ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗ ପାଇଛନ୍ତି। ଏଥିସହ ଶକ୍ତି ବିଭାଗ ଦାୟିତ୍ୱ ତାଙ୍କ ପାଖରେ ରହିଛି। ବିଜୟ ଚୌଧୁରୀ ଜଳ ସମ୍ପଦ ସହ ଭବନ ନିର୍ମାଣ ମନ୍ତ୍ରୀ ହୋଇଛନ୍ତି। ଶ୍ରବଣ କୁମାର ଗ୍ରାମୀଣ ବିକାଶ ବିଭାଗ ପାଇଛନ୍ତି। 

Bihar Nitish Kumar