Advertisment

ନୀତୀଶ କୁମାର ପ୍ରତି ୩ ବର୍ଷରେ ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖନ୍ତି : ଅମିତ ଶାହ

ସେଥିପାଇଁ ସେ କଂଗ୍ରେସ ଏବଂ ଆରଜେଡି ସହ ହାତ ମିଳାଇଛନ୍ତି।

author-image
Tapas Behera
undefined

amit saha

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରତି ୩ ବର୍ଷରେ ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖନ୍ତି। ସେଥିପାଇଁ ସେ କଂଗ୍ରେସ ଏବଂ ଆରଜେଡି ସହ ହାତ ମିଳାଇଛନ୍ତି। ବିଜେପି ହାତ ଛାଡ଼ିବା ପରେ ନୀତୀଶ କୁମାର ଆରଜେଡି ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ କଥା ଦେଇ ନିଜେ ପ୍ରଧାନମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖିଛନ୍ତି। ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବଗହାରେ ଏକ ରାଲିରେ ଯୋଗ ଦେଇ କହିଛନ୍ତି ଯେ, ବିହାରରେ ତେଜସ୍ୱୀ ଯାଦବଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଇଁ ନୀତୀଶ କୁମାର ରାଜି ହୋଇଛନ୍ତି।

Advertisment

ସମୟ ଆସିଲେ ସେ ତାଙ୍କୁ ଦାୟିତ୍ୱ ଦେବେ। ଆଉ ନିଜେ ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ରଖିଛନ୍ତି । ସେହିପରି ଜେଡିୟୁ-ଆରଜେଡି ମିଳିତ ମଞ୍ଚକୁ ଜଳ ଏବଂ ତେଲର ମିଶ୍ରଣ ବୋଲି କହିଛନ୍ତି। ସେ କହିଛନ୍ତି ଯେ ବିହାରରେ ନକଲି ମଦ ବିକ୍ରି ହେଉଛି। ଅପରାଧୀମାନେ ପୁଣି ମୁଣ୍ଡ ଟେକିଲେଣି। କେହି ସୁରକ୍ଷିତ ନୁହଁନ୍ତି ଏବଂ ବିହାରର ମୁଖ୍ୟମନ୍ତ୍ରୀ ସାହସ କରିପାରୁନାହାନ୍ତି। ସେ ପ୍ରତି ତିନି ବର୍ଷରେ ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖନ୍ତି। ଆଉ ପ୍ରଧାନମନ୍ତ୍ରୀ ହେବାର ଇଚ୍ଛା ନୀତୀଶ କୁମାରଙ୍କୁ ବଦଳାଇଦେଇଛି। ଏହି ଅବସରରେ ୨୦୨୪ରେ ପୁନର୍ବାର ନରେନ୍ଦ୍ର ମୋଦି ସରକାର ଗଠନ ପାଇଁ ଶାହା ଆହ୍ୱାନ ଦେଇଥିଲେ। 

ସେ କହିଛନ୍ତି ଯେ କେନ୍ଦ୍ର ଲୋକଙ୍କ ଲାଗି ଆଣୁଥିବା ଯୋଜନାକୁ ଭୁଲ ଭାବେ ଉପସ୍ଥାପନ କରି ନୀତୀଶ କୁମାର ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ସେ ନୀତୀଶ କୁମାରଙ୍କୁ କହିଛନ୍ତି ଯେ ଆମ ପ୍ରଧାନମନ୍ତ୍ରୀ ବିହାରକୁ ପଠାଇଥିବା ୧୫ ହଜାର କୋଟି ସହାୟତାରେ ବାଧା ସୃଷ୍ଟି କରନ୍ତୁ ନାହିଁ। ଗଣତନ୍ତ୍ରରେ ସ୍ୱଚ୍ଛତା ରହିବା ଉଚିତ ବୋଲି ସେ କହିଛନ୍ତି।

Advertisment
India