Advertisment

ସଂସଦର ନୂଆ ବିଲଡିଂକୁ ନେଇ ପ୍ରଶ୍ନ ଉଠାଇଲେ ନୀତୀଶ କୁମାର, କାଲି ଜେଡିୟୁ କରିବ ଅନଶନ

ସଂସଦର ଉଦଘାଟନୀ ଉତ୍ସବକୁ ବୟକଟ କରିଥିବା ନୀତୀଶ କୁମାର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ମଧ୍ୟ ଯୋଗ ଦେଇ ନାହାନ୍ତି।

Nitish Kumar

Nitish Kumar

Advertisment

ଆସନ୍ତାକାଲି ସଂସଦର ନୂଆ ବିଲଡିଂ ଉଦଘାଟିତ ହେବାକୁ ଯାଉଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହାର ଆବଶ୍ୟକତା ନେଇ ଆଜି ପ୍ରଶ୍ନ ଉଠାଇଛନ୍ତି। ଉଦଘାଟନୀ ଉତ୍ସବକୁ ବୟକଟ କରି ସାରିଥିବା ଜେଡିୟୁ ଆସନ୍ତାକାଲି ଏହାର ପ୍ରତିବାଦରେ ଦିନ ତମାମ ଅନଶନ କରିବ।

Advertisment

ନୀତୀଶ କୁମାର କହିଛନ୍ତି, “ସଂସଦର ପୁରୁଣା ବିଲଡିଂ ଐତିହାସିକ ଥିଲା। ସଂସଦର ନୂଆ ବିଲଡିଂର ଆବଶ୍ୟକତା କ’ଣ? ମୁଁ ବାରମ୍ବାର କହି ଆସିଛି ଯେ କ୍ଷମତାରେ ଥିବା ଲୋକମାନେ ଦେଶର ଇତିହାସକୁ ବଦଳାଇ ଦେବେ। ଏବେ ବି ମୁଁ ମୋ କଥାରେ କାଏମ ରହିଛି। ସେଠାକୁ(ଉଦଘାଟନୀ ଉତ୍ସବ) ଯିବା ପୂରା ବେକାର।”

ସଂସଦର ଉଦଘାଟନୀ ଉତ୍ସବକୁ ବୟକଟ କରିଥିବା ନୀତୀଶ କୁମାର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ମଧ୍ୟ ଯୋଗ ଦେଇ ନାହାନ୍ତି। ଏ ସମ୍ପର୍କରେ ସେ କହିଛନ୍ତି, “ଆଜି ଅନୁଷ୍ଠିତ ହୋଇଥିବା ନୀତି ଆୟୋଗ ବୈଠକ ଓ ଆସନ୍ତାକାଲି ସଂସଦ ବିଲଡିଂର ଉଦଘାଟନୀ ଉତ୍ସବରେ ଯୋଗା ଦେବାର ଅର୍ଥ ହିଁ କିଛି ନାହିଁ।”

Advertisment

ପ୍ରଧାନମନ୍ତ୍ରୀଙ୍କ ବଦଳରେ ରାଷ୍ଟ୍ରପତିଙ୍କ ଦ୍ୱାରା ସଂସଦର ନୂଆ ବିଲଡିଂ ଉଦଘାଟନ କରିବାକୁ ପ୍ରସ୍ତାବ ଦେଇଥିବା ଜେଡିୟୁ ଆସନ୍ତାକାଲି ଏହାର ପ୍ରତିବାଦ କରିବ। ବିହାର ଜେଡିୟୁ ମୁଖ୍ୟ ଉମେଶ କୁଶୱାହା କହିଛନ୍ତି ଯେ “ପାଟନା ହାଇକୋର୍ଟ ନିକଟରେ ଥିବା ବିଆର ଆମ୍ବେଦକର ଷ୍ଟାଚ୍ୟୁ ନିକଟରେ ଜେଡିୟୁର କର୍ମକର୍ତ୍ତାମାନେ ଏକାଠି ହେବେ।

ଦେଶର ପ୍ରଥମ ନାଗରିକଙ୍କୁ ଅପମାନିତ କରାଯାଇଥିବାରୁ ରବିବାର ଦିନ ତମାମ ଜେଡିୟୁ ପକ୍ଷରୁ ଅନଶନ କରାଯିବ। ସଂସଦୀୟ ଗଣତନ୍ତ୍ରର ସବୁଠାର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛନ୍ତି ରାଷ୍ଟ୍ରପତି। ତାଙ୍କ ପଦକୁ କେହି ବି ନିଜର ରାଜନୀତି ପାଇଁ ଅସମ୍ମାନ କରିପାରିବେ ନାହିଁ।”

Nitish Kumar JDU New Parliament Building
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe