/odisha-reporter/media/media_files/2025/11/19/nda-2025-11-19-19-42-55.jpg)
ରାଜ୍ୟପାଳଙ୍କ ପାଖରେ ଏନଡିଏ ନେତା
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ବିଧିବଦ୍ଧ ଭାବେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ବା ଏନଡିଏର ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ବିଜେପିର ସମ୍ରାଟ ଚୌଧୁରୀ ତାଙ୍କୁ ଏନଡିଏ ବିଧାୟକ ଦଳ ବୈଠକରେ ନେତା ଭାବେ ନିର୍ବାଚିତ କରିବାକୁ ପ୍ରସ୍ତାବ ରଖିଥିଲେ। ଏହାକୁ ସବୁ ବିଧାୟକ ଏକ ସ୍ୱରରେ ସମର୍ଥନ କରିଛନ୍ତି।
ଆଜି ସେ( Nitish Kumar) ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେବାରୁ ଆସନ୍ତାକାଲି ବିହାରର ୧୦ମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ବିହାର ବିଧାନସଭାର କେନ୍ଦ୍ରୀୟ ହଲରେ ଅନୁଷ୍ଠିତ ବୈଠକରେ ନୀତୀଶ କୁମାର ଏନଡିଏର ନବ ନିର୍ବାଚିତ ବିଧାୟକଙ୍କ ସହ ବୈଠକ କରିଥିଲେ।
ବୈଠକରେ ନେତା ନିର୍ବାଚିତ ହେବା ପରେ ସେ ରାଜ୍ୟପାଳ ଆର୍ଫି ମହମ୍ମଦ ଖାନଙ୍କୁ ଭେଟି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଏନଡିଏ ସମର୍ଥନରେ ସେ ରାଜ୍ୟରେ ନୂଆ ସରକାର ଗଠନ କରିବାକୁ ଚାହୁଁଥିବା ଦାବି ଜଣାଇଥିଲେ। ଏନଡିଏର ସମସ୍ତ ବିଧାୟକ ଓ ନେତାମାନେ ମିଳିତ ଭାବେ ନୀତୀଶ କୁମାରଙ୍କ ସମର୍ଥନରେ ଗୋଟିଏ ପ୍ରସ୍ତାବ ରାଜ୍ୟପାଳଙ୍କ ପାଖରେ ଦାଖଲ କରିଛନ୍ତି।
ରାଜ୍ୟପାଳ ଆର୍ଫି ମହମ୍ମଦ ଖାନ ରାଜଭବନରେ ନୀତୀଶ କୁମାର ଓ ଅନ୍ୟ ଏନଡିଏ ହେଭିୱେଟଙ୍କ ସହ ବୈଠକ କରିବା ପରେ ସରକାର ଗଠନ କରିବାକୁ ଅନୁମତି ଦେଇଛନ୍ତି। ଆସନ୍ତାକାଲି ପାଟନାର ଗାନ୍ଧି ମୈଦାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତାଙ୍କ ସହ ଦୁଇ ବିଜେପି ନେତେ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ପୁଣି ରାଜ୍ୟରେ ଉପ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ।
#WATCH | Patna | BJP's Bihar election in-charge Dharmendra Pradhan and BJP's Central Observer for the election of the leader of the legislative party in Bihar, KP Maurya, arrive for the legislature party meeting pic.twitter.com/EL7lZMu256
— ANI (@ANI) November 19, 2025
ନୀତୀଶ କୁମାରଙ୍କ ରେକର୍ଡ ଶପଥ ପାଠ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରମୁଖ ଯୋଗଦେବେ। ୧୫ ବିଶିଷ୍ଟ ବ୍ୟକ୍ତି ଶପଥ ପାଠ ଉତ୍ସବରେ ଉପସ୍ଥିତ ରହିବେ ବୋଲି ତାଲିକା ପ୍ରକାଶ ପାଇଛି। ଏହି ୧୫ ଜଣିଆ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ ୧ନଂରେ ରହିଛି।
ଏହା ତଳକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା, ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, ମହାରାଷ୍ଟ୍ର ମୁଖ୍ୟନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ନାଁ ରହିଛି।
ଏମାନଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି ୟୁପି ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ସମେତ ଆହୁରି ଅନେକ ହେଭିୱେଟ ଶପଥ ପାଠ ଉତ୍ସବରେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
