Advertisment

ନୀତୀଶଙ୍କ ୱାନ ଟୁ ୱାନ ଫର୍ମୁଲା ପରେ ମମତାଙ୍କ ସ୍ୱର ବଦଳିଛି କହିଲେ ଜେଡିୟୁ ନେତା

ବିରୋଧୀକୁ ୨୦୨୪ ପୂର୍ବରୁ ଏକାଠି କରିବା ପାଇଁ ନୀତୀଶ କୁମାର ଦେଇଥିବା ଫର୍ମୁଲା ମମତାଙ୍କୁ ବେଶ ପସନ୍ଦ ଆସିଛି ବୋଲି ଜେଡିୟୁ ବରିଷ୍ଠ ନେତା କେସି ତ୍ୟାଗୀ କହିଛନ୍ତି।

TMC

TMC

Advertisment

କଂଗ୍ରେସକୁ ସବୁବେଳେ ବିରୋଧ କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କର୍ଣ୍ଣାଟକା ନିର୍ବାଚନ ପରେ ସମର୍ଥନ କରିବାର ସଙ୍କେତ ଦେଇଛନ୍ତି। ମମତାଙ୍କ ଏପରି ପରବର୍ତ୍ତନ ପଛରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ୱାନ ଟୁ ୱାନ ଫର୍ମୁଲା ରହିଛି। ବିରୋଧୀକୁ ୨୦୨୪ ପୂର୍ବରୁ ଏକାଠି କରିବା ପାଇଁ ନୀତୀଶ କୁମାର ଦେଇଥିବା ଫର୍ମୁଲା ମମତାଙ୍କୁ ବେଶ ପସନ୍ଦ ଆସିଛି ବୋଲି ଜେଡିୟୁ ବରିଷ୍ଠ ନେତା କେସି ତ୍ୟାଗୀ କହିଛନ୍ତି।

Advertisment

କେସି ତ୍ୟାଗୀ କହିଛନ୍ତି ଯେ ମମତା ବାନାର୍ଜୀଙ୍କୁ ନୀତୀଶ କୁମାର ହିଁ ୱାନ ଟୁ ୱାନ ଫର୍ମୁଲା କଥା କହିଥିଲେ। ଏହାପରେ ସେ ୨୦୨୪ରେ ଆଞ୍ଚଳିକ ଦଳଗୁଡ଼ିକୁ ସେମାନ ଗଡ଼ରେ ବିଜେପି ସହ ଲଢ଼ିବାକୁ ଦିଆଯାଉ। ଏଥିସହ ସେମାନେ କଂଗ୍ରେସକୁ ୨୦୦ଟି ଆସନରେ ସମର୍ଥନ କରିବେ ବୋଲି କହିଛନ୍ତି। ଏସବୁ ପଛରେ ନୀତୀଶ କୁମାରଙ୍କ ଫର୍ମୁଲା ରହିଛି ତ୍ୟାଗୀ ଦାବି କରିଛନ୍ତି।

୨୦୨୪ ପୂର୍ବରୁ ଗୋଟିଏ ଅଣ କଂଗ୍ରେସ ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ମମତା ପ୍ରୟାସ କରୁଥିଲେ। ସେ ଏକଥା ନୀତୀଶ କୁମାରଙ୍କ ସହ କରିଥିବା ବୈଠକ ବେଳେ ମଧ୍ୟ ଏକଥା କହିଥିଲେ। ତେବେ ନୀତୀଶ କୁମାରଙ୍କ କଥା ଶୁଣିବା ପରେ ମମତା ସବୁ ବିରୋଧୀଙ୍କୁ ନେଇ ଗଠନ ହେବାକୁ ଥିବା ମେଣ୍ଟ ଆଡ଼କୁ ଢଳିଥିଲେ।

Advertisment

ପୂର୍ବରୁ ସେ ଭିନ୍ନ ମତ ଦେଉଥିଲେ। ଅଣ କଂଗ୍ରେସ ତୃତୀୟ ସାମ୍ମୁଖ୍ୟ କଥା କହୁଥିଲେ। ଏବେ ସେ ନୀତୀଶ କୁମାର ବିରୋଧୀଙ୍କୁ ଏକାଠି କରିବା ପାଇଁ ଦେଇଥିବା ୱାନ ଟୁ ୱାନ ଫର୍ମୁଲାକୁ ସମର୍ଥନ କରିଛନ୍ତି ବୋଲି ମଧ୍ୟ ଶ୍ରୀ ତ୍ୟାଗୀ କହିଛନ୍ତି।

ସେ କହିଛନ୍ତି, “ମମତା ବାନାର୍ଜୀ ବିହାରର ପାଟନାରେ ବିରୋଧୀ ନେତାଙ୍କୁ ନେଇ ଗୋଟିଏ ବୈଠକ କରିବାକୁ ପ୍ରସ୍ତାବ ଦେଇଛନ୍ତି। ବିହାର ପରିବର୍ତ୍ତନର ସଙ୍କେତ ଥିଲା। ଏଠାରୁ ଜୟପ୍ରକାଶ ନାରାୟଣଙ୍କ ବିପ୍ଳବ ଆରମ୍ଭ ହୋଇଥିଲା। କେସିଆର ଓ ଅରବିନ୍ଦ କେଜ୍ରିୱାଲଙ୍କୁ ନେଇ ମମତା ବାନାର୍ଜୀ ଅଣ କଂଗ୍ରେସ ତୃତୀୟ ସାମ୍ମୁଖ୍ୟ ଗଠନ କରିବାକୁ ଯେଉଁ ଚିନ୍ତା କରୁଥିଲେ, ସେଥିରେ ଏବେ ପରିବର୍ତ୍ତନ ଆସିଛି। ନୀତୀଶ କୁମାର ବିଜେପି ବିରୋଧରେ ଦେଇଥିବା ୱାନ ଟୁ ୱାନ ଫର୍ମୁଲାକୁ ଏବେ ଅଧିକାଂଶ ନେତା ସମର୍ଥନ କରିବାରେ ଲାଗିଛନ୍ତି।”

କର୍ଣ୍ଣାଟକାରେ କଂଗ୍ରେସ ବିପୁଳ ଜନମତ ପାଇବା ପରେ ମମତା ବାନାର୍ଜୀ କହିଥିଲେ ଯେ ଟିଏମସି ଏବେ କଂଗ୍ରେସକୁ ସମର୍ଥନ କରିବାକୁ ରାଜି। ହେଲେ କଂଗ୍ରେସ ମଧ୍ୟ ଟିଏମସି ପ୍ରତି ସମାନ ଆଭିମୁଖ୍ୟ ରଖିବା ଦରକାର। ଯଦି ଟିଏମସି କର୍ଣ୍ଣାଟକାରେ କଂଗ୍ରେସକୁ ସମର୍ଥନ କରୁଛି, ତା’ହେଲେ କଂଗ୍ରେସ ପଶ୍ଚିମବଙ୍ଗରେ ଟିଏମସି ବିରୋଧରେ ନ ଲଢ଼ିବା ଦରକାର।

Mamata Banerjee Nitish Kumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe