Advertisment

ମଞ୍ଚ ଉପରେ ପୁଲିସ୍‌ ମୁଖିଆଙ୍କୁ ହାତ ଯୋଡ଼ି ଏମିତି ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ, ଭିଡିଓ ଭାଇରାଲ

ଭାଷଣ ଦେଉଥିବା ବେଳେ ସେ ଅଧାରୁ ଅଟକି ଷ୍ଟେଜ ଉପରେ ବସିଥିବା ବିହାର ଡିଜିପି ଆଲୋକ ରାଜଙ୍କୁ ଚାହିଁଥିଲେ।

Nitish Kumar

Nitish Kumar

Advertisment

ବିହାର ପୁଲିସ୍‌ର ଗୋଟିଏ କାର୍ଯ୍ୟକ୍ରମରେ ଘଟିଛି ନାଟକୀୟ ଘଟଣା। ମଞ୍ଚ ଉପରେ ଭାଷଣ ଦେଉଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟର ପୁଲିସ୍‌ ମୁଖିଆ ଅଲୋକ ରାଜଙ୍କୁ ହାତ ଯୋଡ଼ି କରିଛନ୍ତି ବଡ଼ ଅନୁରୋଧ। ପୁଲିସ୍‌ କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱାରାନ୍ୱିତ କରିବାକୁ ସେ ହାତ ଯୋଡ଼ି ନିବେଦନ କରିଛନ୍ତି। ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।

Advertisment

୧୨୩୯ ଜଣ ନୂଆ ପୁଲିସ୍‌ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ଦେବାକୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯୋଗ ଦେଇଥିଲେ। ସେ ନିଯୁକ୍ତିପତ୍ର ବାଣ୍ଟିବା ପରେ ଭାଷଣ ଦେଇଥିଲେ। ଭାଷଣ ଦେଉଥିବା ବେଳେ ସେ ଅଧାରୁ ଅଟକି ଷ୍ଟେଜ ଉପରେ ବସିଥିବା ବିହାର ଡିଜିପି ଆଲୋକ ରାଜଙ୍କୁ ଚାହିଁଥିଲେ। ଏହାପରେ ତାଙ୍କୁ ହାତ ଯୋଡ଼ି ଅଧିକରୁ ଅଧିକ ନିଯୁକ୍ତି ଶୀଘ୍ର କରିବାକୁ ଅନୁରୋଧ କରିଥିଲେ।

ଏହା ଶୁଣି ଡିଜିପି ଆଲୋକ ରାଜ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେ ନିଜ ଆସନରୁ ଉଠି ମୁଖ୍ୟମନ୍ତ୍ରୀଙ୍କୁ ସାଲ୍ୟୁଟ ମାରିଥିଲେ। କିନ୍ତୁ କହିଥିଲେ, “ମୋତେ କୁହନ୍ତୁ, ଆପଣ ଏସବୁ କାମ ଶୀଘ୍ର କରିବେ।”

Advertisment

ଡିଜିପି ମଞ୍ଚର ଆଉ ଏକ ସ୍ଥାନରେ ଲାଗିଥିବା ମାଇକ ପାଖକୁ ଯାଇଥିଲେ। ସେଠାରେ ସେ କହିଥିଲେ ଯେ “ବିହାର ପୁଲିସ୍‌ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଳନ କରିବାକୁ ପ୍ରତିଶ୍ରୁତିବଦ୍ଧ। ଆମେ ଶୀଘ୍ର ନିଯୁକ୍ତି ଓ ତାଲିମ ପ୍ରକ୍ରିୟାକୁ ନିଶ୍ଚିତ କରିବୁ।” ଏହାର ଜବାବରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଦେଇଥିଲେ।

ଆସନ୍ତା ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବ ବେଳେ ବିରୋଧୀ ବାରମ୍ବାର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଉଛନ୍ତି। ଏହାକୁ ନେଇ ନୀତୀଶ କୁମାରଙ୍କ ଜେଡିୟୁ ଓ ବିଜେପି ମିଳିତ ଭାବେ କରିଥିବା ସରକାର ବ୍ୟାକଫୁଟରେ ରହୁଛନ୍ତି।

Nitish Kumar Bihar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe