Advertisment

ଷ୍ଟେଜ ଉପରେ ଥିଲେ ମୋଦି, କିନ୍ତୁ ନୀତୀଶ କୁମାର ଏ କ’ଣ କହି ଦେଲେ?

ନୀତୀଶ କୁମାର ଷ୍ଟେଜରେ ଉପସ୍ଥିତ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବେଶ ଉତ୍ସାହିତ ହୋଇ ପ୍ରଶଂସା କରିଛନ୍ତି। ହେଲେ ଅଧିକ ଉତ୍ସାହିତ ହେବା ନୀତୀଶ କୁମାରଙ୍କୁ ଗୋଟିଏ ଲଜ୍ଜାଜନକ ସ୍ଥିତିର ସମ୍ମୁଖୀନ ହେବାକୁ ବାଧ୍ୟ କରିଛି।

PM Modi

PM Modi

Advertisment

ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବିହାରରେ ଆଜି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି। ଜାତି ଭିତ୍ତିକ ଜନଗଣନାକୁ କେନ୍ଦ୍ର ସରକାର ଅନୁମତି ଦେଇଥିବାରୁ ନୀତୀଶ କୁମାର ଷ୍ଟେଜରେ ଉପସ୍ଥିତ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବେଶ ଉତ୍ସାହିତ ହୋଇ ପ୍ରଶଂସା କରିଛନ୍ତି। ହେଲେ ଅଧିକ ଉତ୍ସାହିତ ହେବା ନୀତୀଶ କୁମାରଙ୍କୁ ଗୋଟିଏ ଲଜ୍ଜାଜନକ ସ୍ଥିତିର ସମ୍ମୁଖୀନ ହେବାକୁ ବାଧ୍ୟ କରିଛି। ଜେଡିୟୁ ମୁଖ୍ୟ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିବା ବେଳେ ଏମିତି କିଛି କହିଥିଲେ ଯେ ଯାହା ଶୁଣି ସବୁ ଲୋକ ଠୋଠୋ ହୋଇ ହସିବାକୁ ଲାଗିଥିଲେ।

Advertisment

ମୋଦିଙ୍କ ପ୍ରଶଂସା କରି ନୀତୀଶ କୁମାର କହିଛନ୍ତି, “ଆମ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଯହା ସବୁ କରିଛନ୍ତି, ସରି... ସେ ପୂର୍ବରୁ କରିଥିଲେ.. ଆପଣମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା ସବୁ କରିଛନ୍ତି, ସେଥିପାଇଁ ଆମେ ତାଙ୍କୁ ସମସ୍ତେ ଛିଡ଼ା ହୋଇ ଧନ୍ୟବାଦ ଜଣାଇବା ଦରକାର।”

ସେ ବାରମ୍ବାର ଲୋକଙ୍କୁ ଛିଡ଼ା ହେବାକୁ କହିଥିଲେ। ଷ୍ଟେଜ ଉପରେ ଥିବା ମୋଦି ହାତ ଯୋଡ଼ି ସମସ୍ତଙ୍କର ଅଭିବାଦନ ମଧ୍ୟ ସ୍ୱୀକାର କରିଥିଲେ। ହେଲେ ମୋଦିଙ୍କୁ ଅଟଳ ବିହାରୀ ବାଜପେୟୀ ବୋଲି ନୀତୀଶ କୁମାର କହିବାର ଭିଡିଓ ଭାଇରାଲ ହେବାରେ ଲାଗିଛି।

Advertisment

ରୋହତସରେ ଆୟୋଜିତ ରାଲିରେ ନୀତୀଶ କୁମାର କହିଛନ୍ତି ଯେ ଜାତି ଭିତ୍ତିକ ଜନଗଣନା ଗୋଟିଏ ଐତିହାସିକ ପଦକ୍ଷେପ ଓ ଏନେଇ ସେ ନିଜେ ଦୀର୍ଘ ଦିନ ହେଲା ଦାବି କରି ଆସୁଥିଲେ। ବିହାରର ବିକାଶ ଯାତ୍ରାରେ ପ୍ରଧାନମନ୍ତ୍ରୀ ମୋଦି ସହାୟତା କରିଥିବାରୁ ନୀତୀଶ କୁମାର ତାଙ୍କୁ ଧନ୍ୟବାଦ ଜଣାଇଥିଲେ ଓ ଲୋକଙ୍କୁ ହାତ ଉଠାଇ ଧନ୍ୟବାଦ ଜଣାଇବାକୁ ମଧ୍ୟ ଆହ୍ୱାନ ଦେଇଥିଲେ।

ସେ କହିଛନ୍ତି, “୨୦୧୪ରେ ଯେତେବେଳେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେଲେ ସେବେଠାରୁ ବିହାରର ବିକାଶ ଦ୍ରୁତ ଗତିରେ ଆଗେଇ ଚାଲିଛି।” ଦୁଇ ଦିନିଆ ବିହାର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ୪୮,୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦାଘଟନ ଓ ଶିଳାନ୍ୟାଶ କରିଛନ୍ତି।

Narendra Modi PM Modi Nitish Kumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe