Advertisment

‘ସିଙ୍ଗଡ଼ା ନମିଳିବାରୁ ନୀତୀଶଙ୍କ ସାଂସଦମାନେ ଖପ୍ପା’

ପୂର୍ବରୁ ମେଣ୍ଟର ବୈଠକ ଚା’ ଓ ସିଙ୍ଗଡ଼ାରେ ସୀମିତ ରହୁଥିଲା। ଗତକାଲିର ବୈଠକ କେବଳ ଚା’ ଓ ବିସ୍କୁଟରେ ସୀମିତ ରହିଗଲା।

 MP Sunil Kumar Pintu

MP Sunil Kumar Pintu

Advertisment

ମଙ୍ଗଳବାର ନୂଆଦିଲ୍ଲୀରେ ବସିଥିଲା ବିରୋଧୀଙ୍କ ମେଣ୍ଟ ‘INDIA’ର ବୈଠକ। ଏହା ଥିଲା ସେମାନଙ୍କର ଚତୁର୍ଥ ବୈଠକ। ତେବେ ଏହି ବୈଠକକୁ ନେଇ କଂଗ୍ରେସର ଗୋଡ଼ ଟାଣିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜେଡିୟୁର ସାଂସଦ ସୁନୀଲ କୁମାର ପିଣ୍ଟୁ।

Advertisment

ସେ କହିଛନ୍ତି, ଗତକାଲି ବୈଠକରେ ବିଭିନ୍ନ ଦଳର ବଡ଼ ବଡ଼ ନେତାମାନେ ଯୋଗ ଦେଇଥିଲେ। ଆସନ ଭାଗବଣ୍ଟା ନେଇ ଆଲୋଚନା ପାଇଁ ସମସ୍ତେ ଆସିଥିଲେ। କିନ୍ତୁ ତା’ ଉପରେ ଆଲୋଚନା ହୋଇପାରିଲା ନାହିଁ। ପୂର୍ବରୁ ମେଣ୍ଟର ବୈଠକ ଚା’ ଓ ସିଙ୍ଗଡ଼ାରେ ସୀମିତ ରହୁଥିଲା। ଗତକାଲିର ବୈଠକ କେବଳ ଚା’ ଓ ବିସ୍କୁଟରେ ସୀମିତ ରହିଗଲା। କାରଣ କଂଗ୍ରେସ ନିକଟରେ କହିଥିଲା ଯେ ତାଙ୍କ ଦଳ ପାଖରେ ପାଣ୍ଠି ନାହିଁ। ତେଣୁ ଚାନ୍ଦା ଆକାରରେ ୧୩୮, ୧୩୮୦ ଓ ୧୩,୮୦୦ ଟଙ୍କା ମାଗିଥିଲା। ଚାନ୍ଦା ଏଯାଏଁ ଆସିନି। ତେଣୁ ଗତକାଲିର ବୈଠକ ଚା’ ଓ ବିସ୍କୁଟରେ ଶେଷ ହୋଇଥିଲା। ସିଙ୍ଗଡ଼ା ମିଳିଲାନି କି କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେଲା ନାହିଁ। ଇଣ୍ଡିଆ ମେଣ୍ଟର ଚତୁର୍ଥ ବୈଠକ ମଧ୍ୟ ବିନା କୌଣସି ସିଦ୍ଧାନ୍ତରେ ଶେଷ ହୋଇଥିଲା।

ସାଂସଦ ସୁନୀଲ କୁମାର ପିଣ୍ଟୁଙ୍କ ଏହି ମନ୍ତବ୍ୟ ପରେ ପ୍ରତିକ୍ରିୟା ଦେଇ ବିଜେପି ନେତା ଅମିତ ମାଲବିୟ କହିଛନ୍ତି ଯେ INDIA ବୈଠକରେ ସିଙ୍ଗଡ଼ା ନ ମିଳିବାରୁ ନୀତୀଶ କୁମାରଙ୍କ ସାଂସଦମାନେ ଖପ୍ପା ହୋଇଯାଇଛନ୍ତି। କହିଛନ୍ତି, ବୈଠକରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ନଥିଲା। ନୀତୀଶ କୁମାରଙ୍କୁ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନ କରିବା ପର୍ଯ୍ୟନ୍ତ ଏମିତି ଅଭିଯୋଗ ଆସିବ ବୋଲି ସେ କହିଛନ୍ତି।

Advertisment
JDU Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe