Advertisment

Bihar Election: ରେକର୍ଡ ୧୦ମ ଥର ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର, ସମ୍ରାଟ ଓ ବିଜୟ ସିହ୍ନା ପୂର୍ବଭଳି ଉପ ମୁଖ୍ୟମନ୍ତ୍ରୀ

ଆସନ୍ତାକାଲିର ଶପଥ ପାଠ ଉତ୍ସବ ପୂର୍ବରୁ ନୀତୀଶ କୁମାର ବିଧିବଦ୍ଧ ଭାବେ ଆଜି ସନ୍ଧ୍ୟାରେ ବିହାର ବିଧାନସଭାର ଏନଡିଏ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେବେ। ଏହାପରେ ସେ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ଭେଟି ନିଜର ଇସ୍ତଫା ଦେବେ ଓ ନୂଆ ସରକାର ଗଠନ ପାଇଁ ଦାବି ଜଣାଇବେ।

Bihar

ନୀତୀଶ, ସମ୍ରାଟ ଓ ବିଜୟ

Advertisment

ବିହାର ବିଧାନସଭା ନିର୍ବାଚନ(Bihar Election)ରେ ଏନଡିଏର ରେକର୍ଡ ବିଜୟ ପରେ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ପୁଣି ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ଆସନ୍ତାକାଲି ରେକର୍ଡ ୧୦ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ। 

Advertisment

ଆସନ୍ତାକାଲିର ଶପଥ ପାଠ ଉତ୍ସବ ପୂର୍ବରୁ ନୀତୀଶ କୁମାର(Nitish Kumar) ବିଧିବଦ୍ଧ ଭାବେ ଆଜି ସନ୍ଧ୍ୟାରେ ବିହାର ବିଧାନସଭାର ଏନଡିଏ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେବେ। ଏହାପରେ ସେ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ଭେଟି ନିଜର ଇସ୍ତଫା ଦେବେ ଓ ନୂଆ ସରକାର ଗଠନ ପାଇଁ ଦାବି ଜଣାଇବେ। 

ଆସନ୍ତାକାଲି ପାଟନାରେ ଥିବା ଗାନ୍ଧି ମୈଦାନରେ ନୂଆ ସରକାରର ଶପଥ ପାଠ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଏକାଧିକ କେନ୍ଦ୍ରମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହେବେ। ଗୁରୁବାର ଶପଥ ପାଠ ଉତ୍ସବ ପୂର୍ବରୁ ଆଜି ସକାଳେ ଜେଡିୟୁ ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ ନୀତୀଶ କୁମାରଙ୍କୁ ଜେଡିୟୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଛି। 

Advertisment

ସେହିପରି ରାଜ୍ୟ ନେତୃତ୍ୱରେ ସ୍ଥିରତା ବଜାୟୀ ରଖିବା ପାଇଁ ଭାରତୀୟ ଜନତା ପାର୍ଟି ବା ବିଜେପି ପକ୍ଷରୁ ମଧ୍ୟ ଆଜି ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଛି। ସେହିପରି ବିଜୟ ସିହ୍ନା ଉପ ନେତା ଭାବେ ମନୋନୀତ ହୋଇଛନ୍ତି। ଅର୍ଥାତ ଏହି ଦୁଇ ଜଣ ପୂର୍ବଭଳି ବିହାରରେ ଉପ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ।

ବିଦାୟୀ ସରକାରରେ ମଧ୍ୟ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କର ଦୁଇ ଟେପୁଟି ଭାବେ ବିଜୟ ସିହ୍ନା ଓ ସମ୍ରାଟ ଚୌଧୁରୀ କାମ କରୁଥିଲେ। ଏଥର ମଧ୍ୟ ଏନଡିଏ ସମାନ ଫର୍ମୁଲାରେ ସରକାର ଚଳାଇବାକୁ ନିଷ୍ପତ୍ତି ନେଇଛି। 

ସମ୍ରାଟ ଚୌଧୁରୀ କହିଛନ୍ତି, “ମୁଁ ଦଳର ନେତୃବୃନ୍ଦ ଓ ସମସ୍ତ ବିଧାୟକଙ୍କୁ ଧନ୍ୟବାଦ ଜଣାଉଛି। ସେମାନେ ମୋତେ ଦଳର ନେତୃତ୍ୱ ନେବାକୁ ସୁଯୋଗ ଦେଇଛନ୍ତି। ଲୋକମାନେ ବିଜେପି ଉପରେ ଭରସା ଦେଖାଇଛନ୍ତି। ସେମାନଙ୍କ ଭରସାକୁ ବିଜେପି ନିଶ୍ଚିତ ପୂରଣ କରିବ।” 

Nitish Kumar Bihar Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe