Advertisment

ଜେଡିୟୁ ଛାଡ଼ିବାକୁ ଉପେନ୍ଦ୍ର କୁଶୱାହାଙ୍କୁ ନିର୍ଦ୍ଦେଶ ଦେଲେ ନୀତୀଶ କୁମାର, କିନ୍ତୁ..

ପୈତୃକ ସମ୍ପତ୍ତିର ଭାଗ ନ ପାଇବା ଯାଏ ଉପେନ୍ଦ୍ର ଦଳ ଛାଡ଼ିବେ ନାହିଁ ବୋଲି କହିଛନ୍ତି। ଜେଡିୟୁ ଓ ନୀତୀଶ କୁମାର ବିଜେପି ସହ ସବୁ ସମ୍ପର୍କଚ୍ଛିନ୍ନ କରିଛନ୍ତି।

Nitish Kumar

Nitish kumar

Advertisment

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜର ସହଯୋଗୀ ତଥା ଦଳର ସଂସଦୀୟ ବୋର୍ଡ ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହାଙ୍କୁ ଜେଡିୟୁ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପୈତୃକ ସମ୍ପତ୍ତିର ଭାଗ ନ ପାଇବା ଯାଏ ଉପେନ୍ଦ୍ର ଦଳ ଛାଡ଼ିବେ ନାହିଁ ବୋଲି କହିଛନ୍ତି। ଜେଡିୟୁ ଓ ନୀତୀଶ କୁମାର ବିଜେପି ସହ ସବୁ ସମ୍ପର୍କଚ୍ଛିନ୍ନ କରିଛନ୍ତି। ହେଲେ ଗୁପ୍ତ ଭାବେ ଉପେନ୍ଦ୍ର ବିଜେପି ସହ ସମ୍ପର୍କ ରଖିଛନ୍ତି। ଏକଥା ଜଣାପଡ଼ିବା ପରେ ନୀତୀଶ କୁମାର ତାଙ୍କୁ ଦଳ ଛାଡ଼ିବାକୁ କହିଛନ୍ତି।

Advertisment

ତେବେ ଉପେନ୍ଦ୍ର କୁଶୱାହା ଟ୍ୱିଟ କରି କହିଛନ୍ତି, “ଭଲ କଥା କହିଲେ ଭାଇ ସାହେବ! ଯଦି ସାନ ଭାଇମାନେ ଏମିତି ବଡ଼ ଭାଇଙ୍କ ପରାମର୍ଶକ୍ରମେ ଘରେ ଛାଡ଼ିବେ, ତା’ହେଲେ ବଡ଼ଭାଇମାନେ ବାପା-ଦାଦାଙ୍କ ସବୁ ସମ୍ପତ୍ତି ନିଜେ ଏକୁଟିଆ ନେଇଯିବେ। ସେମାନେ ସାନ ଭାଇମାନଙ୍କୁ ବାହାର କରି ସବୁ କିଛି ଏକା ହଡ଼ପ କରିନେବେ। ମୁଁ କେମିତି ପୂରା ସମ୍ପତ୍ତିରୁ ଭାଗ ନ ନେଇ ଘର ଛାଡ଼ିବି?“

ଅନ୍ୟପକ୍ଷରେ ଭାଗ ମାଗୁଥିବା ଉପେନ୍ଦ୍ର କୁଶୱାହାଙ୍କୁ ଜେଡିୟୁ ନେତା ‌ଉମେଶ କୁଶୱାହା ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଉପେନ୍ଦ୍ର କୁଶୱାହା ନିଜର କାମ ପାଇଁ ଲଜ୍ଜିତବୋଧ କରିବା ଦରକାର। ନୀତୀଶ କୁମାର ତାଙ୍କୁ ବହୁତ କିଛି ଦେଇଛନ୍ତି। କିନ୍ତୁ ସେ ଜେଡିୟୁକୁ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି।

Advertisment

ସେ ତୁରନ୍ତ ଦଳରୁ ଇସ୍ତଫା ଦେବା ଦରକାର। ସେ ଏଯାଏ ସଦସ୍ୟତା ପଦ ଗ୍ରହଣ କରିବାକୁ ଏଯାଏ ଫର୍ମ ଦାଖଲ କରିନାହାନ୍ତି। ତେଣୁ ତାଙ୍କ ପାଖରେ କିଛି ବି ମାନବିକତା ରହିଛି, ତା’ହେଲେ ସେ ନିଜ ଆଡ଼ୁ ଦଳ ଛାଡ଼ି ଦିଅନ୍ତୁ। ନୀତୀଶ କୁମାର ତାଙ୍କୁ ଉପେନ୍ଦ୍ର ସିଂହରୁ ଉପେନ୍ଦ୍ର କୁଶୱାହା କରିଛନ୍ତି।

ସେ ତାଙ୍କୁ ସଂସଦକୁ ପଠାଇବା ସହ ପରିଷଦର ସଦସ୍ୟ କରିଥିଲେ। ଯଦି ତାଙ୍କର ଆତ୍ମସମ୍ମାନ ରହିଛି, ତା’ହେଲେ ସେ ସମ୍ମାନର ସହ ଇସ୍ତଫା ଦିଅନ୍ତୁ। ଯେଉଁମାନେ ନୀତୀଶ କୁମାରଙ୍କୁ ଧୋକା ଦେଉଛନ୍ତି, ସେମାନେ ସତର୍କ ରୁହନ୍ତୁ।”

JDU Bjp Nitish Kumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe